ବୈବାହିକ ଜୀବନକୁ ସଫଳ କରିବା ଲାଗି ପ୍ରେମ ସହ ପରସ୍ପର ପ୍ରତି ସମ୍ମାନ ଓ ବୁଝାମଣା ଅତ୍ୟନ୍ତ ଜରୁରୀ । ବିବାହ ପରେ ସମୟ ସହିତ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ତାଳମେଳ ତିଆରି ହେବାକୁ ଲାଗେ । କିନ୍ତୁ ବେଳେବେଳେ ତାଳମେଳ ଓ ସନ୍ତୁଳନ ନ ରହିପାରିବା ଯୋଗୁଁ ସମ୍ପର୍କରେ ମନୋମାଳିନ୍ୟ, ତିକ୍ତତା ଘରେ କରେ । କଥା ଏତେ ବିଗିଡିଯାଏ ଯେ, ଚାହିଁଲେ ମଧ୍ୟ ଉଭୟ ନିଜ ଭିତରେ ଏହି ରାଗ ଅଭିମାନ, ଭୁଲ୍ ବୁଝାମଣା ଦୂର କରିପାରନ୍ତି ନାହିଁ ଓ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଯାଏ । ସବୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତ ଝଗଡା ହୁଏ, ହେଲେ ଏହାର ପ୍ରଭାବ ଦାମ୍ପତ୍ୟ ଜୀବନରେ ନ ପଡିବା ଉଚିତ୍ । ଯଦି ଆପଣ ନିଜ ଦାମ୍ପତ୍ୟ ଜୀବନକୁ ସବୁବେଳେ ହସଖୁସି ଭରା ରଖିବାକୁ ଚାହୁଁଛନ୍ତି ତେବେ ଏହି 5ଟି ଟିପ୍ସ ପାଳନ କରନ୍ତୁ ।
ପ୍ରେମ ଓ ପ୍ରଶଂସା:
ସ୍ବାମୀ-ସ୍ତ୍ରୀ ସବୁବେଳେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିବା ଉଚିତ୍ । କେହି କିଛି ଭଲ କାର୍ଯ୍ୟ କଲେ ତା'ର ପ୍ରଶଂସା କରିବା । ଆପଣଙ୍କ ସାଥୀ ଯେଉଁଥିରେ ଖୁସି ହୁଅନ୍ତୁ ତାହାକୁ ନିଜ ଦାମ୍ପତ୍ୟ ଜୀବନର ଅଂଶ କରିବା ଉଚିତ । ନୂଆ ନୂଆ ବାହାଘର ସମୟରେ କେଉଁସବୁ ଜିନିଷ ଆପଣ ଦୁହିଁକୁ ପରସ୍ପରର ନିକଟତର କରିଥିଲା ତାହା ଭାବନ୍ତୁ ଏବଂ ପୁଣିଥରେ ନିଜ ଜୀବନରେ ଯୋଡନ୍ତୁ ।
ଯେମିତିକି- ଏକାଠି ବସି ଖାଇବା, ଦୂରରେ ଥିଲେ ପରସ୍ପରକୁ କଲ୍-ମେସେଜ କରି ହାଲ୍ଚାଲ୍ ବୁଝିବା ଇତ୍ୟାଦି । ଏସବୁ ପୁରୁଣା ଅଭ୍ୟାସ ଆପଣାଇ ପୁଣିଥରେ ନିଜ ସମ୍ପର୍କରେ ମଧୁରତା ଭରି ପାରିବେ ।
ସମୟ ଦେବା:
ଆଜିର ଧାଁ ଦୌଡ ଜୀବନରେ ସମସ୍ତେ ବ୍ୟସ୍ତ । ଚାକିରି ଓ ପରିବାରର ଦାୟିତ୍ବ ଭିତରେ ନିଜ ଜୀବନସାଥୀ ସହ ରୋମାଣ୍ଟିକ ସମୟ କାଟିବା ମୁସ୍କିଲ ହୋଇପାରେ । ତଥାପି ଏସବୁ ଭିତରେ ନିଜ ଜୀବନସାଥୀ ପାଇଁ ସମୟ ବାହାର କରନ୍ତୁ । ବେଳେବେଳେ ବାହାରେ ଡିନର, ଡେଟ୍ କିମ୍ବା କୌଣସି ସ୍ଥାନକୁ ଟ୍ରିପ୍ ପାଇଁ ପ୍ଲାନ କରନ୍ତୁ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ରହିବା ସହ ଜୀବନରେ ମଧୁରତା ଆସିବ ।
ସମ୍ପର୍କରେ ଅହଙ୍କାର ନ ଆଣିବା: