ଓଡିଶା

odisha

ETV Bharat / international

ପରମାଣୁ ଆକ୍ରମଣ କଳାଦିନକୁ ମନେ ପକାଇ କାନ୍ଦିଲେ ନୋବେଲ ବିଜେତା, କହିଲେ ପୁନରାବୃତ୍ତି ନଘଟୁ - NOBEL WINNER CRIED

ଜାପାନର ସ୍ୱଚ୍ଛାସେବୀ ସଂଗଠନ ନିହୋନ ହିଡାନକ୍ୟୋକୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର । ଏହି ସଂଗଠନ ବୋମାର ଭୟାବହତା ନେଇ ସଚେତନ କରୁଛି ।

Nobel Peace Prize Winner
Nobel Peace Prize Winner (Social Media (X))

By ETV Bharat Odisha Team

Published : Oct 14, 2024, 4:42 PM IST

Updated : Oct 14, 2024, 4:52 PM IST

ହାଇଦ୍ରାବାଦ: 1945 ମସିହା ଅଗଷ୍ଟ ମାସ 6 ତାରିଖରେ ଜାପାନର ହିରୋସୀମା ଓ ନାଗାସାକି ଉପରେ ଆଣବିକ ବୋମା ପକାଇଥିଲା ଆମେରିକା । ଯେଉଁଥିରେ ପାଖାପାଖି 1 ଲକ୍ଷ 40 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା । ଏହାର ଠିକ୍ 3 ଦିନ ପରେ ପୁଣି ଥରେ ନାଗାସାକି ଉପରେ ହେଲା ଆକ୍ରମଣ । ଯେଉଁଥିରେ 74ହଜାର ଲୋକ ପ୍ରାଣ ହରାଇଲେ । ଇତିହାସର ଏହି ପୃଷ୍ଠାକୁ ଆଡେଇଲେ ଏବେବି ଲୋମ ଟାଙ୍କୁରି ଉଠେ । ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା ଏହି ଘଟଣା। ଏହି ଭଯଙ୍କର ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଯେଉଁ ଲୋକ ମରଣ ମୁହଁରୁ ବର୍ତ୍ତିଯାଇଥିଲେ ସେମାନଙ୍କୁ ହିବାକୁଶା (Hibakusha)ନାଁରେ ସମ୍ବୋଧନ କରାଯାଏ ।

ହିରୋସୀମା-ନାଗାସାକି ଦୁଃଖ:

ଜୀବନ ସିନା ବଞ୍ଚିଗଲା, ହେଲେ ଆଣବିକ ବୋମାର ରାଡିଏସନ ତାଙ୍କୁ ଜୀବନ ସାରା ଦେଇଗଲା ଦୁଃଖ । କ୍ୟାନସର ଭଳି ଦୁରାରୋଗରେ ଅନେକ ପୀଡିତ ହେଲେ ଆଉ ନିକଟ ଭବିଷ୍ୟତରେ ଯେଉଁ ଶିଶୁ ଜନ୍ମନେଲେ ସେମାନେ ବି ଦିବ୍ୟାଙ୍ଗ ହେଲେ । ବିଶ୍ବରେ ଏହି ଘଟଣାର ଯେପରି ପୁନରାବୃତ୍ତି ନହେଉ ସେଥିପାଇଁ ସଚେତନତା ଲକ୍ଷ୍ୟ ନେଇ 1956 ମସିହାରେ ନିହୋନ ହିଦାନକ୍ୟୋ ସଂଗଠନ ଗଠନ ହେଲା । ପରମାଣୁ ଅସ୍ତ୍ରଶସ୍ତ୍ର ପାଇଁ ସମସ୍ତଙ୍କ ଜୀବନ କେତେ ବିପଦରେ ସେ ବିଷୟରେ ଏହି ସଂଗଠନ ସଦସ୍ୟମାନେ ଲୋକଙ୍କୁ ଅବଗତ କରାଇ ଆସୁଛନ୍ତି।

Nobel Peace Prize (TheNobelPrize (X))

ସଂଗଠନ ବିଷୟରେ:

ନିହୋନ ହିଡାନକ୍ୟୋ ପରମାଣୁ ବୋମା ଆକ୍ରମଣରେ ପୀଡିତ ଲୋକଙ୍କୁ ନେଇ ଗଠିତ ସ୍ବେଚ୍ଛାସେବୀ ସଂଗଠନ । ଏହି ସଂଗଠନ ଦଶନ୍ଧି ଦଶନ୍ଧି ଧରି ପରମାଣୁ ବୋମାର ଭୟାବହତା ନେଇ ସଚେତନ କରିଆସୁଛି । ପରମାଣୁ ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ଲୋକଙ୍କ ପାଇଁ କାମ କରୁଛି । ହିରୋସିମା, ନାଗାସାକି ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ସଂସ୍ଥା । ବିଶ୍ବକୁ ପରମାଣୁ ବୋମା ମୁକ୍ତ କରିବାକୁ ସଚେତନତା ସୃଷ୍ଟି କରୁଛି ସଂଗଠନ ।

ଏହା ବି ପଢନ୍ତୁ...ଜାପାନର ଏହି NGOକୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଏହା ବି ପଢନ୍ତୁ...ଉଡାଣର 5 ସେକେଣ୍ଡ ପରେ ଫାଟିଗଲା ଜାପାନ ରକେଟ, ଦେଖନ୍ତୁ ଲାଇଭ ଭିଡିଓ

କାନ୍ଦି ପକାଇଲେ ସଂଗଠନ ମୁଖ୍ୟ:

ଅତୀତର ସେହି କଳା ଦିନକୁ ମନେ ପକାଇ କାନ୍ଦି ପକାଇଛନ୍ତି ନୋବେଲ ବିଜତା। ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇବା ପରେ ସଂଗଠନର ମୁଖ୍ୟ 85 ବର୍ଷୀୟ ମିମାକି କହିଛନ୍ତି, "ପରମାଣୁ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ବରେ ଶାନ୍ତି ବଜାୟ ରହିପାରିଛି ବୋଲି କୁହାଯାଉଛି। ହେଲେ ସତ କଥା ଏହା ଯେ, ଏହାର ବ୍ୟବହାର ଆତଙ୍କବାଦୀମାନେ କରିଥାନ୍ତି। ଯେମିତିକି ଋଷ ୟୁକ୍ରେନ ବିରୋଧରେ ଓ ଇସ୍ରାଏଲ ଗାଜା ବିରୋଧରେ ଏହାର ଉପଯୋଗ କରୁଛି। ଏହାର ବ୍ୟବହାର କେବେ ଶେଷ ହେବନାହିଁ।" ସେ କୋହଭରା କଣ୍ଠରେ କହିଛନ୍ତି, "ମୁଁ ଆଶା କରୁଛି ପରମାଣୁ ଆକ୍ରମଣ ପରେ ବର୍ତ୍ତିଯାଇଥିବା ଲୋକ ଏବଂ ପରବର୍ତ୍ତୀ ପୀଢି ଶାନ୍ତି ରକ୍ଷା ଦିଗରେ କାମ କରିବେ।"

ଏହା ବି ପଢନ୍ତୁ...ହମାସ ଆକ୍ରମଣକୁ ବର୍ଷେ; ଲେବନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ ଓ ରକେଟ ମାଡ କଲା ହିଜବୁଲ୍ଲା - Airstrikes In Beirut

ଏହା ବି ପଢନ୍ତୁ...ବେରୁଟରେ ୮ ମହଲା କୋଠା ଉପରେ ଇସ୍ରାଏଲର ରକେଟ ମାଡ଼, ୨୨ ମୃତ

Last Updated : Oct 14, 2024, 4:52 PM IST

ABOUT THE AUTHOR

...view details