ETV Bharat / international

ଆମେରିକା ସଂସଦରେ ଶୁଭିଲା 'ଜୟ ଶ୍ରୀକୃଷ୍ଣ ନାରା' - KASH PATEL

ଆମେରିକା ସଂସଦରେ 'ଜୟ ଶ୍ରୀକୃଷ୍ଣ ନାରା' । FBI ନିର୍ଦ୍ଦେଶକ ହେଲେ 'ପିଲାଙ୍କ ପାଦରେ କଣ୍ଟା ଫୁଟିବାକୁ ଦେବିନି' କହିଲେ ଭାରତୀୟ ବଂଶୋଦ୍ଭବ କାଶ ପଟେଲ ।

FBI DIRECTOR KASH PATEL
FBI DIRECTOR KASH PATEL (AP)
author img

By ETV Bharat Odisha Team

Published : Jan 31, 2025, 1:59 PM IST

ୱାଶିଂଟନ: ଆମେରିକା ସଂସଦରେ ଶୁଭିଲା 'ଜୟ ଶ୍ରୀକୃଷ୍ଣ ନାରା' । ନିଜର ପ୍ରଥମ ଅଭିଭାଷଣରେ ନିଜ ପିତାମାତାଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇ 'ଜୟ ଶ୍ରୀକୃଷ୍ଣ ନାରା' ଦେଲେ FBI ମୁଖ୍ୟ ପାଇଁ ମନୋନୀତ ହୋଇଥିବା କାଶ ପଟେଲ । ଏହାସହ ଏଫବିଆଇ ଉପରେ ଭରସା ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଗତକାଲି (ଗୁରୁବାର) ସିନେଟ ଜୁଡିସିଆରୀ କମିଟି ସମ୍ମୁଖରେ 'ଜୟ ଶ୍ରୀକୃଷ୍ଣ' ନାରା ସହ ଅଭିବାଦନ ଜଣାଇଛନ୍ତି କାଶ ପଟେଲ । ଯଦି କାଶଙ୍କୁ ସୁନିଶ୍ଚିତ କରାଯାଏ ତେବେ ସେ FBIର ପ୍ରଥମ ଭାରତୀୟ ତଥା ପ୍ରଥମ ହିନ୍ଦୁ ନିର୍ଦ୍ଦେଶକ ହେବେ । ପଟେଲ କହିଛନ୍ତି, "ଯଦି ମୋତେ ନିଶ୍ଚିତ କରାଯାଏ, ତେବେ FBI ନିର୍ଦ୍ଦେଶକ ଭାବରେ ମୁଁ ସମସ୍ତ ସମ୍ପ୍ରଦାୟଙ୍କ ସୁରକ୍ଷା ଏହିପରି କରିବି ଯେ, ଯେତେବେଳେ ପିଲାମାନେ ପାର୍କରେ ଖେଳିବେ ସେମାନଙ୍କ ପାଦରେ ଛୁଞ୍ଚିଟିଏ ବି ଫୁଟିବ ନାହିଁ ।"

ଜାତିଭେଦର ଶିକାର ହୋଇଛନ୍ତି କାଶ ପଟେଲ:

ଜାତିଭେଦ ସମ୍ପର୍କରେ ସିନେଟର ଲିଣ୍ଡସେଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, "ମୋତେ ଘୃଣ୍ୟ ବିବେଚିତ କରାଯାଉଥିଲା । ମୁଁ ଯଦି ସବୁକିଛି ଠିକ ନକରେ ତେବେ ମୁଁ କ୍ଷମା ପ୍ରାର୍ଥନା କରିବି । ନଚେତ ମୋତେ ଦେଶରେ ରହିବାରୁ ଅଧିକାର ମିଳିବ ନାହିଁ । ତୁମେ ଯେଉଁଠାରୁ ଆସିଛ ସେଠାକୁ ଫେରିଯାଅ ବୋଲି କୁହାଯାଉଥିଲା । ଏହା ତ ଏକ ପାର୍ଟ । କିନ୍ତୁ ଅନେକ ପୁରୁଷ ମହିଳାମାନେ ଏସବୁ ସମସ୍ୟାର ସମାଧାନ ଅନେକ ସମୟରେ ହେଉଛନ୍ତି ।" ସେ ଆହୁରି କହିଛନ୍ତି, " ମୋର ବ୍ୟକ୍ତିଗତ ସୂଚନା ପ୍ରକାଶିତ ହେବା ଯୋଗୁଁ, ମୋ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ।"

କାଶ ପଟେଲଙ୍କ ବିଷୟରେ...

ଭାରତୀୟ ବଂଶୋଦ୍ଭବ କାଶ ପଟେଲଙ୍କ ସମ୍ପୂର୍ଣ୍ଣ ନାମ କାଶ୍ୟପ ପ୍ରମୋଦ ବିନୋଦ ପଟେଲ । ସେ ଗୁଜୁରାଟର ମୂଳ ବାସିନ୍ଦା ହୋଇଥିବାବେଳେ 1980ରେ ନ୍ୟୁୟର୍କର ଗାର୍ଡେନ ସିଟିରେ ଜନ୍ମଗ୍ରହଣ କରିଥିଲେ । ଦ ଆଟଲାଣ୍ଟିକରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପଟେଲଙ୍କ ପିତାମାତା ପୂର୍ବ ଆଫ୍ରିକାରେ ରହୁଥିଲେ । ରିଚମଣ୍ଡ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସମାପ୍ତ କରିଥିଲେ କାଶ ପଟେଲ । ଏହା ପରେ ସେ ନ୍ୟୁୟର୍କକୁ ଫେରି ଆଇନରେ ଡିଗ୍ରୀ ହାସଲ କରିଥିଲେ । ସେ ବ୍ରିଟେନର ୟୁନିଭରସିଟି କଲେଜ ଲଣ୍ଡନ ଫାକଲଟିରୁ ଅନ୍ତର୍ଜାତୀୟ ଆଇନ ଅଧ୍ୟୟନ ସହ ଜଣେ ଦକ୍ଷ ଓକିଲ ମଧ୍ୟ ଥିଲେ ।

ଟ୍ରମ୍ପଙ୍କ ବିଶ୍ବସ୍ତ କାଶ ପଟେଲ:

FBI(ଡାଇରେକ୍ଟର ଅଫ୍ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ) ର ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କାଶ ପଟେଲ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟରେ ସେ ସ୍ଥାନ ପାଇଛନ୍ତି । ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ କାଶ ପଟେଲଙ୍କ ଅବଦାନ କଥା ମନେ ପକାଇ ତାଙ୍କୁ ବେଶ ପ୍ରଶଂସା କରିଥିଲେ ।

ଏହା ବି ପଢନ୍ତୁ... ଟ୍ରମ୍ପଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, କାଶ୍ ପଟେଲ FBI ନିର୍ଦ୍ଦେଶକ

ଏହା ବି ପଢନ୍ତୁ... ଟ୍ରମ୍ପ ଶାସନରେ ଭାରତର ଗୁରୁତ୍ୱ: ଜୟଶଙ୍କରଙ୍କ ସହ ଆମେରିକା ବିଦେଶ ସଚିବଙ୍କ ପ୍ରଥମ ଦ୍ୱିପାକ୍ଷିକ ବୈଠକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.