ନୂଆଦିଲ୍ଲୀ: ଆସନ୍ତକାଲି(ଫେବୃଆରୀ 8)ରେ ଆସିବ ଦିଲ୍ଲୀ ବିଧାନସଭା ଫଳାଫଳ । ଏହା ପୂର୍ବରୁ ବିଧାୟକଙ୍କୁ ଲାଞ୍ଚ ଦେବା ଅଭିଯୋଗକୁ ନେଇ ଦିଲ୍ଲୀରେ ରାଜନୈତିକ ଉଷ୍ମତା ଭରି ରହିଛି । ଏଲଜି ଭିକେ ସକ୍ସସେନାଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆଜି (ଶୁକ୍ରବାର) ଏସିବି ଟିମ କେଜ୍ରିଓ୍ୱାଲଙ୍କ ବାସଭବନକୁ ଯାଇ ଏନେଇ ନୋଟିସ ଦେଇଛନ୍ତି ।
ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ଏସିବି:
ବିଜେପି ଆପ ବିଧାୟକମାନଙ୍କୁ କିଣିବାକୁ ୧୫ କୋଟି ଟଙ୍କାର ଅଫର ଦେଇଥିବା ଅଭିଯୋଗ ଆଣିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ । ଏହି ଅଭିଯୋଗର ତଦନ୍ତ କରିବା ପାଇଁ ବିଜେପି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ଏଲଜିଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଯାଇଛି ତଦନ୍ତ । ଆଜି ଏନସିବି ଟିମ କେଜ୍ରିଓ୍ୱାଲଙ୍କ ବାସଭବନକୁ ଯାଇ ଫେରିଯାଇଛନ୍ତି । ଏସିବି ଅଧିକାରୀ କହିଛନ୍ତି, "ନୋଟିସ ଦିଆଯାଇଛି ଓ ରିସିଭ ମଧ୍ୟ କରାଯାଇଛି ।"
#WATCH | दिल्ली: ACB अधिकारी AAP के राष्ट्रीय संयोजक अरविंद केजरीवाल के आवास से रवाना हुए। pic.twitter.com/AicH3dw9aT
— ANI_HindiNews (@AHindinews) February 7, 2025
LGଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ:
ବିଜେପି, ଆପର ବିଧାୟକ ଓ ପ୍ରାର୍ଥୀ କିଣିବାକୁ ଫୋନରେ ୧୫କୋଟି ଟଙ୍କାର ଅଫର ଦେଇଥିବା ଦେଇଥିବା ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ । ଏହି ପ୍ରସଙ୍ଗକୁ ନେଇ ସମସ୍ତ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ମଧ୍ୟ ଡକାଯାଇଥିଲା । କେଜ୍ରିଓ୍ୱାଲଙ୍କ ଅଭିଯୋଗ ପରେ ବିଜେପି ଏଲଜି ଭିକେ ସକ୍ସେନାଙ୍କୁ ଚିଠି ଲେଖି ଏହି ଅଭିଯୋଗର ତଦନ୍ତ କରିବା ପାଇଁ ନିବେଦନ କରିଥିଲେ । ଏଲଜି ଭିକେ ସକ୍ସେନା ଦୁର୍ନୀତି ନିବାରଣ ବ୍ୟୁରୋ (ACB)କୁ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।
#WATCH दिल्ली: AAP सांसद संजय सिंह ने कहा, " भाजपा इस देश की सबसे भ्रष्ट पार्टी है। भाजपा विधायकों की खरीद करने वाली और तोड़-फोड़ करने वाली पार्टी है... उन्होंने(भाजपा) महाराष्ट्र, कर्नाटक, मध्य प्रदेश, उत्तराखंड और अरुणाचल प्रदेश की सरकार गिराई, क्या उनके बारे में आपको प्रमाणपत्र… pic.twitter.com/B3RFVUjPe1
— ANI_HindiNews (@AHindinews) February 7, 2025
ଏହି ମାମଲାର ଯାଞ୍ଚ ନେଇ ନିର୍ଦ୍ଦେଶ ମିଳିବା ପରେ ଏସିବି ଟିମ୍ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସ ଭବନରେ ପହଞ୍ଚିଥିଲେ । ତେବେ ସେମାନଙ୍କୁ ବାସ ଭବନ ଭିତରକୁ ପଶିବାକୁ ଦିଆଯାଇନଥିଲା । କିନ୍ତୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଓକିଲ ତାଙ୍କ ଠାରୁ ନୋଟିସ ନେଇଥିଲେ ।
ଆପର ଅଭିଯୋଗ:
ଗୁରୁବାର ଦିନ ଆମ ଆଦମୀ ପାର୍ଟର ସାଂସଦ ସଞ୍ଜୟ ସିଂହ ଅଭିଯୋଗ ଆଣିଥିଲେ ଯେ, ଆପର ପ୍ରାର୍ଥୀମାନଙ୍କୁ ବିଜେପି କିଣିବା ପାଇଁ ଚାହୁଁଛି ଏବଂ ଏଥିପାଇଁ ପ୍ରତ୍ୟେକଙ୍କୁ ୧୫କୋଟି ଲେଖାଏଁ ଅଫର ଦେଉଛି । ଏଭଳି ସଙ୍ଗୀନ ଅଭିଯୋଗ ପରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ବିଜେପିକୁ କଡା ସମାଲୋଚନା କରିଥିଲେ ।
ଏହାମଧ୍ୟ ପଢନ୍ତୁ... Exit Polls 2025: ଆପ ହାତରୁ ଖସିଯିବ କି କ୍ଷମତା, ବିଜେପିକୁ ଦିଲ୍ ଦେବ କି ଦିଲ୍ଲୀ ? ଦିଲ୍ଲୀ ବ୍ୟାଟେଲ: ମତଦାନ ଶେଷ, ଭୋଟବାକ୍ସରେ ନେତାଙ୍କ ଭାଗ୍ୟ ସିଲ୍ |
ବିଜେପିର ପାଲଟା ଅଭିଯୋଗ:
ଆପର ଏଭଳି ବୟାନବାଜିକୁ ନେଇ ବିଜେପି ମଧ୍ୟ କଟାକ୍ଷ କରିଛି । ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ହାରିବା ଭୟରେ ଆପ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା କହିଛି ବିଜେପି । ଶୁକ୍ରବାର ସକାଳେ ବିଜେପି ନେତା ବିଷ୍ଣୁ ମିତ୍ତଲ ଏହାକୁ ନେଇ ଉପରାଜ୍ୟପାଳଙ୍କ ଅଭିଯୋଗ ଆଣିଛନ୍ତି ଓ ଏହି ମାମଲାର ତଦନ୍ତ ହେବା ନେଇ ଦାବି କରିଛନ୍ତି । ଉପରାଜ୍ୟପାଳ ଭି କେ ସକ୍ସେନା ମଧ୍ୟ ତୁରନ୍ତ ମାମଲାର ଯାଞ୍ଚ ନେଇ ଏସିବିକୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ