ଓଡିଶା

odisha

କ୍ୟାନସର ସହ ଯୁଝୁଛନ୍ତି ଓ୍ୱେଲ୍ସ ରାଜକୁମାରୀ କେଟ୍, ଚାଲିଛି କେମୋ ଥେରାପି - KATE DIAGNOSED CANCER

By ETV Bharat Odisha Team

Published : Mar 23, 2024, 10:48 AM IST

Updated : Mar 23, 2024, 11:47 AM IST

Kate diagnosed Cancer: କ୍ୟାନସର ସହ ଲଢୁଛନ୍ତି ଓ୍ୱେଲ୍ସ ରାଜକୁମାରୀ କେଟ୍ ମିଡଲଟନ । ଏକ ଭିଡିଓ ବାର୍ତ୍ତା ଜାରି କରି କ୍ୟାନସରରେ ପୀଡିତ ଥିବା ନେଇ କହିଛନ୍ତି କେଟ୍ । ଅଧିକ ପଢନ୍ତୁ

Kate diagnosed with cancer
Kate diagnosed with cancer

ଲଣ୍ଡନ: କ୍ୟାନସରରେ ପୀଡିତ ଓ୍ୱେଲ୍ସ ରାଜକୁମାରୀ ତଥା ବ୍ରିଟେନ ସିଂହାସନର ଉତ୍ତରାଧିକାରୀ ପ୍ରିନ୍ସ ଓ୍ୱିଲିୟମଙ୍କ ପତ୍ନୀ କେଟ୍ ମିଡଲଟନ । 42 ବର୍ଷୀୟା କେଟ୍ ମିଡଲଟନଙ୍କ ଅସୁସ୍ଥତା ନେଇ ଗତ କିଛି ଦିନ ହେବ ଖବର ଚର୍ଚ୍ଚାରେ ରହିଥିବା ବେଳେ, ଗତକାଲି(ଶୁକ୍ରବାର) ଏକ ଭିଡିଓ ବାର୍ତ୍ତା ଜାରି କରି କ୍ୟାନସର ସହ ଲଢୁଥିବା ନେଇ ଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜକୁମାରୀ କେଟ୍ । କ୍ୟାନସର ଚିକିତ୍ସାର ପ୍ରଥମ ଚରଣରେ ଥିବା ବେଳେ ତାଙ୍କ କେମୋ ଥେରାପି ଜାରି ରହିଥିବା ନେଇ ସେ ଭିଡିଓ ବାର୍ତ୍ତାରେ କହିଛନ୍ତି । ତେବେ ଚଳିତ ବର୍ଷ କୌଣସି ସାଧାରଣ କାର୍ଯ୍ୟକ୍ରମରେ କେଟ ସାମିଲ ହୋଇନଥିଲେ । ଯେଉଁଥିପାଇଁ ସେ ଅସୁସ୍ଥ ଥିବା ନେଇ ସାଧାରଣରେ ବେଶ ଚର୍ଚ୍ଚା ହେଉଥିଲା ।

କେଟ ମିଡଲଟନ ଭିଡିଓ ବାର୍ତ୍ତାରେ ଆଉମଧ୍ୟ କହିଛନ୍ତି, "କ୍ୟାନସରର ଚିିକିତ୍ସାର ପ୍ରଥମ ଷ୍ଟେଜରେ ଥିବା ବେଳେ ମୁଁ କେମୋ ଥେରାପି ନେଉଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ମୁଁ ସୁସ୍ଥତା ଅନୁଭବ କରୁଛି ଓ ପ୍ରତିଦିନ ଆହୁରୀ ଶକ୍ତିଶାଳୀ ହେଉଛି । ଜାନୁଆରୀରେ ସର୍ଜରୀରୁ ଉଠିବା ପରେ ଆପଣମାନଙ୍କ ବହୁତ ଭଲପାଇବା ଏବଂ ସମର୍ଥନ ମିଳିଛି । ଯେଉଁଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ଅଟେ ଓ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଏହି ସମୟ ତାଙ୍କର ପୁରା ପରିବାର ପାଇଁ ବେଶ କଷ୍ଟସାଧ୍ୟ ଥିଲା । ଗତ 2 ମାସ ଧରି ତାଙ୍କ ପରିବାରକୁ ଅନେକ ଦୁଃଖକଷ୍ଟର ସାମ୍ନା କରିବାକୁ ପଡିଛି ।"

ଏହାମଧ୍ୟ ପଢନ୍ତୁ..ଆଦିତ୍ୟ ଏଲ-1 ଲଞ୍ଚିଂ; ସୋମନାଥଙ୍କ ପାଇଁ ଥିଲା କଠିନ ସମୟ, ଚିହ୍ନଟ ହୋଇଥିଲା କ୍ୟାନ୍ସର

ଏହାମଧ୍ୟ ପଢନ୍ତୁ.. ଟାଟା ଇନଷ୍ଟିଚ୍ୟୁଟର ଦାବି, 100 ଟଙ୍କାରେ ହେବ କ୍ୟାନ୍ସର ଚିକିତ୍ସା

ସେ ଆଉମଧ୍ୟ କହିଛନ୍ତି, "ମୁଁ ମୋ ମେଡିକାଲ ଟିମକୁ ଧନ୍ୟବାଦ ଦେଉଛି କାରଣ ସେମାନେ ମୋର ବହୁତ ଭଲ ଭାବରେ ଯତ୍ନ ନେଇଛନ୍ତି । ମୁଁ ଖୁବ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଜର୍ଜ, ଚାର୍ଲୋଟ୍ ଓ ଲୁଇସ (କେଟ ଓ ଓ୍ୱିଲିୟମଙ୍କ ପିଲା)ଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । ସବୁ ସମୟରେ ଓ୍ୱିଲିୟମ ମୋ ସହିତ ରହିଛନ୍ତି । ମୋତେ ବିଶ୍ୱାସ ଅଛି ଯେ ଆପଣମାନେ ଆମର ସମସ୍ୟା ବୁଝିବେ ଓ ସହାୟତା କରିବେ । " ତେବେ ତଳି ପେଟରେ ସର୍ଜରୀ ପରେ ମେଡିକାଲ ଟେଷ୍ଟ କରାଯାଇଥିଲା । ଏଥିରୁ କ୍ୟାନସର ବାବଦରେ ଜଣାପଡିଥିବା ନେଇ କେଟ କହିଛନ୍ତି ।

କେଟ୍ 2011 ମସିହାରେ ଓ୍ୱେଲ୍ସର ରାଜକୁମାର ଓ୍ୱିଲିୟମଙ୍କୁ ବିବାହ କରିଥିଲେ । ସେମାନଙ୍କୁ ଜର୍ଜ, ଚାର୍ଲୋଟ୍ ଓ ଲୁଇସ ନାମରେ 3 ଟି ଶିଶୁମଧ୍ୟ ରହିଛନ୍ତି । ଅନ୍ୟପଟେ କେଟଙ୍କ ଏହି ଭିଡିଓ ବାର୍ତ୍ତା ପରେ ତାଙ୍କ ନିକଟରୁ ଶୁଭକାମନାର ସୁଅ ଛୁଟିଛି । ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି ତାଙ୍କ ଶୁଭେଚ୍ଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 23, 2024, 11:47 AM IST

ABOUT THE AUTHOR

...view details