ଓଡିଶା

odisha

ETV Bharat / international

ଆମେରିକାର ଜବାବୀ କାର୍ଯ୍ୟାନୁଷ୍ଠାନ: ଇରାକ ଓ ସିରିୟାର 85 ସ୍ଥାନରେ ଏୟାର ଷ୍ଟ୍ରାଇକ୍, 18 ମୃତ - ଆମେରିକା ଏୟାରଷ୍ଟ୍ରାଇକ

US Air Strikes in Iraq and Syria: ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକାର । ଇରାନ ସମର୍ଥିତ ଆତଙ୍କୀ ସଂଗଠନ ଆଡ୍ଡା ଉପରେ ୟୁଏସର ଏୟାର ଷ୍ଟ୍ରାଇକ । ସିରିୟା ଓ ଇରାକରେ 85ରୁ ଅଧିକ ସ୍ଥାନରେ ଆକ୍ରମଣ । ଅଧିକ ପଢନ୍ତୁ ।

US air strikes in Iraq and Syria
ଇରାକ ଓ ସିରିୟାରେ 85ରୁ ଅଧିକ ସ୍ଥାନରେ ଏୟାର ଷ୍ଟ୍ରାଇକ୍

By ETV Bharat Odisha Team

Published : Feb 3, 2024, 10:50 AM IST

ୱାଶିଂଟନ: ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା । ଶୁକ୍ରବାର ଦିନ ସିରିଆ ଓ ଇରାକରେ ଆମେରିକା ପକ୍ଷରୁ ଭୟଙ୍କର ଆକ୍ରମଣ କରାଯାଇଛି । 85ରୁ ଅଧିକ ସ୍ଥାନରେ ଆକ୍ରମଣ କରିଛି ଆମେରିକା ସେନା । ଯଦିଓ ମୃତ୍ୟୁ ସଂଖ୍ୟା ନେଇ ଆମେରିକା କିମ୍ବା ଇରାନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇନାହିଁ ତଥାପି ଏହି ଏୟାର ଷ୍ଟ୍ରାଇକରେ ପାଖାପାଖି 18ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି । ଇସଲାମିକ ରେଭୋଲ୍ୟୁସନାରି ଗାର୍ଡ କର୍ପ୍ସ (IRGC) ଫୋର୍ସ ଓ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ଉପରେ ଏହି ହମଲା କରାଯାଇଥିବା କୁହାଯାଇଛି ।

ଗତ ରବିବାର ଦିନ ଜୋର୍ଡାନରେ ଆମେରିକା ବେସ ଉପରେ ହୋଇଥିବା ଆକ୍ରମଣ ପଛରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ହାତ ଥିବା ନେଇ ଦାବି କରିଥିଲା ଆମେରିକା । ଏହାର ଜବାବ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା । ତେବେ ଶୁକ୍ରବାର ଦିନ ଏହି ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା । ସିରିଆ ଓ ଇରାକରେ ଥିବା ଇରାନ ସେନା ଓ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ଆଡ୍ଡାଗୁଡିକ ଖୋଜି ଖୋଜି ଏୟାର ଷ୍ଟ୍ରାଇକ କରିଛି ଆମେରିକା । ପାଖାପାଖି 85ଟି ସ୍ଥାନରେ ଆକ୍ରମଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ, 3 ସେନା ମୃତ 25ରୁ ଅଧିକ ଆହତ

ଏହି ଏୟାରଷ୍ଟ୍ରାଇକ ପରେ ବୟାନ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଛନ୍ତି," ଆମର ଜବାବ ଆରମ୍ଭ ହେଲା । ଏହା ଆମ ହିସାବରେ ସମୟ ଓ ସ୍ଥାନ ନିର୍ଦ୍ଧାରଣ କରିବ ।" ସେ କହିଛନ୍ତି, " ଆଜି ମୋ ନିର୍ଦ୍ଦେଶରେ ଇରାକ ଓ ସିରିଆରେ ଆକ୍ରମଣ ହୋଇଛି । ୟୁଏସ ମଧ୍ୟପ୍ରାଚ୍ୟ କିମ୍ବା ବିଶ୍ୱର କୌଣସି ସ୍ଥାନରେ ବିବାଦ ଚାହେଁ ନାହିଁ । କିନ୍ତୁ ଯଦି କେହି ୟୁଏସକୁ କ୍ଷତି ପହଞ୍ଚାଇବାକୁ ଚାହିଁବ କିମ୍ବା କେହି ଆମେରିକା ନାଗରିକଙ୍କୁ କ୍ଷତି ପହଞ୍ଚାଇବାକୁ ଚାହିଁବ ତାହାର ଜବାବ ଆମେ ଦେବୁ ।"

ୟୁଏସ ସେଣ୍ଟ୍ରାଲ କମାଣ୍ଡ(CENTCOM) ମଧ୍ୟ ଏନେଇ ବୟାନ ଜାରି କରି କହିଛି ଯେ, ଏହି ଆକ୍ରମଣ କେବଳ ଇସଲାମିକ ରେଭୋଲ୍ୟୁସନାରି ଗାର୍ଡ କର୍ପ୍ସର କୁଦସ ସହ ଆତଙ୍କୀ ସଂଗଠନ ଉପରେ ହୋଇଛି । ଆମେରିକା ସେନା ନିଜର ଯୁଦ୍ଧ ବିମାନରେ 85ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛନ୍ତି ।

ୟୁଏସ ସେଣ୍ଟ୍ରାଲ କମାଣ୍ଡ ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ଜାରି କରିଛି । ଏଥିରେ କୁହାଯାଇଛି ଯେ, 2 ଫେବ୍ରୁଆରୀ ସନ୍ଧ୍ୟା 4ଟାରେ ୟୁଏସ ସେଣ୍ଟ୍ରାଲ କମାଣ୍ଡ ସେନା ଇରାନର ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) ଫୋର୍ସ ଓ ଏଥିସହ ଜଡିତ ଆତଙ୍କୀ ସମୂହ ବିରୋଧରେ ଇରାକ ଓ ସିରିଆରେ ଏୟାର ଷ୍ଟ୍ରାଇକ କରିଛି । ଆମେରିକା ବିମାନରୁ 85ରୁ ଅଧିକ ଆଡ୍ଡାକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି । ଯେଉଁମାନଙ୍କୁ ଆକ୍ରମଣ କରାଯାଇଛି ସେମାନେ ମିଲିସିଆ ସମୂହ ଓ ଇରାନୀ ସୈନ୍ୟ ସହ ଜଡିତ ଥିଲେ ଓ ଆମରେକା ବିରୋଧରେ ଆକ୍ରମଣରେ ଯେଉଁମାନେ ସାମିଲ ଥିଲେ ।

ଜୋର୍ଡାନରେ ଆମେରିକା ବେସ ଉପରେ ଆକ୍ରମଣ: ରବିବାର ଦିନ ଜୋର୍ଡାନରେ ଆମେରିକା ବେସ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ 3 ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା ଓ 40 ରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣ ପଛରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ହାତ ଥିବା ନେଇ ଦାବି କରିଥିଲା ଆମେରିକା । ଓ ଏହାର କଡା ଜବାବ ଦିଆଯିବ ବୋଲି ମଧ୍ୟ ଚେତବନୀ ଦେଇଥିଲେ ରାଷ୍ଟ୍ରପତି ବାଇଡେନ । ତେବେ ବାଇଡେନ ସହିଦ ସୈନିକଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆୟୋଜିତ ସମାରୋହରେ ଯୋଗ ଦେବାର ତୁରନ୍ତ ପରେ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଆକ୍ରମଣ ପୂର୍ବରୁ ଚେତାବନୀ ଦେଇଥିଲା ଆମେରିକା ।

ABOUT THE AUTHOR

...view details