ଓଡିଶା

odisha

ETV Bharat / international

ଭାରତର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପ, କେଜ୍ରିୱାଲଙ୍କ ପରେ କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଉପରେ ମନ୍ତବ୍ୟ - US On Congress Frozen Bank Accounts - US ON CONGRESS FROZEN BANK ACCOUNTS

US On Congress Frozen Bank Accounts: ତାଗିଦ ସତ୍ତ୍ବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରୁଛି ଆମେରିକା । ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ମନ୍ତବ୍ୟ ଦେବା ପରେ, କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜକୁ ନେଇ ଏମିତି କହିଲେ ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖ୍ୟ ।

US ON INDIAN CONGRESS
US ON INDIAN CONGRESS

By ETV Bharat Odisha Team

Published : Mar 28, 2024, 11:10 AM IST

ଓ୍ବାଶିଂଟନ: ଭାରତର ଗତିବିଧି ଉପରେ ନଜର ରଖିଛି ଆମେରିକା । ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କଲା ଆମେରିକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ଟିପ୍ପଣୀ ଦେଇଥିଲେ । ଏହାପରେ ଆମେରିକାର କୂଟନୀତିଜ୍ଞଙ୍କୁ ଡରାଇ ତାଗିଦ କରିଥିଲା ଭାରତ । ତେବେ ଏବେ ପୁଣିଥରେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳକୁ ନେଇ ବିବୃତ୍ତି ଦେଇଛି ।

ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖ୍ୟ ମାଥ୍ୟୁ ମିଲର ପୁଣିଥରେ କେଜ୍ରିଓ୍ବାଲଙ୍କ ଗିରଫଦାରୀ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ଦେଶ ନ୍ୟାୟପୂର୍ଣ୍ଣ ତଥା ସ୍ୱଚ୍ଛ ଆଇନଗତ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଛି । ଆମେ ଭାବୁନାହୁଁ ଏହା ଉପରେ କାହାର କିଛି ଆପତ୍ତି ରହିବା ଉଚିତ୍ । ଏହାପରେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ମିଲର । କଂଗ୍ରେସ ଦଳର ଆକାଉଣ୍ଟକୁ ଫ୍ରିଜ୍ କରିବା ଅଭିଯୋଗ ବିଷୟରେ ଆମେ ଅବଗତ ରହିଛୁ ବୋଲି କହିଛି ଆମେରିକା ।

ଏହା ମଧ୍ୟ ପଢନ୍ତୁ: ଚୀନକୁ ଆମେରିକାର ଭର୍ତ୍ସନା, 'ଅରୁଣାଚଳ ପ୍ରଦେଶ ଭାରତର' - US On Arunachal Pradesh

ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ ଏହିକ୍ରମରେ ବୁଧବାର ମଧ୍ୟ ହୋଇଥିଲା । ଏହି ସମ୍ମିଳନୀରେ ମୁଖପାତ୍ର ମାଥ୍ୟୁ ମିଲରଙ୍କୁ ଭାରତ ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ଭାରତ କାହିଁକି ଆମେରିକାର କୂଟନୀତିଜ୍ଞ ଗ୍ଲୋରିଆ ବର୍ବିନାଙ୍କୁ ଡକାଇଥିଲା?କେଜ୍ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଭାରତ ଆମେରିକାକୁ ଡକାଇଥିଲା? ଏହାପରେ ଭାରତରେ ରାଜନୈତିକ ଅସ୍ଥିରତା ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଅଭିଯୋଗ ଉପରେ ଆମେରିକା କ’ଣ କହିବାକୁ ଚାହିଁବ?

କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା: ଆମେରିକା

କେଜ୍ରିଓ୍ବାଲଙ୍କ ଉପରେ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମାଥ୍ୟୁ କହିଥିଲେ, "ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମେତ ଏହି କାର୍ଯ୍ୟକଳାପ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । "କୂଟନୀତିଜ୍ଞକୁ ଡକାଯିବା ସମ୍ପର୍କରେ ସେ କହିଛନ୍ତି, "ମୁଁ କୌଣସି ବ୍ୟକ୍ତିଗତ କୂଟନୈତିକ ଆଲୋଚନା ବିଷୟରେ କହିପାରିବି ନାହିଁ । ତଥାପି ଆମେ ସର୍ବସାଧାରଣରେ ଯାହା କହିଛୁ, ମୁଁ ଏଠାରେ ସମାନ କଥା କହିଛି ଯେ ଆମେ ନିରପେକ୍ଷ, ସ୍ୱଚ୍ଛ, ସଠିକ ସମୟରେ ଅନୁସନ୍ଧାନ ଚାହୁଁ । ଏଥିରେ କାହାର ବ୍ୟକ୍ତିଗତ ଆପତ୍ତି ରହିବା ଉଚିତ ନୁହେଁ ।"

କଂଗ୍ରେସକୁ ନେଇ ଆମେରିକାର ମନ୍ତବ୍ୟ: କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମିଲର କହିଛନ୍ତି, "କଂଗ୍ରେସର ଅଭିଯୋଗ ବିଷୟରେ ମଧ୍ୟ ଆମେ ଅବଗତ ରହିଛୁ । ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ତରଫରୁ କିଛି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛନ୍ତି ଯାହା ଆଗାମୀ ନିର୍ବାଚନରେ ​​ପ୍ରଭାବଶାଳୀ ପ୍ରଚାର କରିବା ଚ୍ୟାଲେଞ୍ଜ ହେବ । ଏହି ପ୍ରତ୍ୟେକ ପ୍ରସଙ୍ଗ ପାଇଁ ଆମେ ନ୍ୟାୟପୂର୍ଣ୍ଣ, ସ୍ୱଚ୍ଛ ଏବଂ ସମୟାନୁବର୍ତ୍ତୀ ଆଇନଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରୁଛୁ ।"

ABOUT THE AUTHOR

...view details