ଓଡିଶା

odisha

ETV Bharat / international

ଶ୍ରୀଲଙ୍କାରେ ବାମପନ୍ଥୀ ରାଜ୍, ଅନୁରା ଦିସାନାୟକେ ନୂଆ ରାଷ୍ଟ୍ରପତି - Sri Lanka President election

Sri Lankan President poll:ବାମପନ୍ଥୀ ନେତା ଅନୁରା ଦିସାନାୟକେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଦିସାନାୟକେ । ଗତକାଲି ମତଦାନ ପରେ ଆଜି ଭୋଟ ଗଣତି ହୋଇଛି । ଅଧିକ ପଢନ୍ତୁ

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି
ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି (ETV Bharat Odisha)

By ETV Bharat Odisha Team

Published : Sep 22, 2024, 11:49 AM IST

Updated : Sep 22, 2024, 7:26 PM IST

ହାଇଦ୍ରାବାଦ:ଦ୍ବିପରାଷ୍ଟ୍ର ଶ୍ରୀଲଙ୍କାରେ ସରିଲା ବିକ୍ରମସିଙ୍ଘେ ରାଜ୍ । ଦେଶକୁ ମିଳିଲା ନୂଆ ରାଷ୍ଟ୍ରପତି । ଗତକାଲି (ଶନିବାର) ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଜି ଭୋଟ ଗଣତି ହୋଇଛି । ବାମମେଣ୍ଟ ନ୍ୟାସନାଲ ପିପୁଲ୍ସ ପାଓ୍ବାର (ଏନପିପି) ନେତା ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ରାନିଲ ବିକ୍ରମସିଙ୍ଘେଙ୍କ ପରାଜୟ (ETV Bharat Odisha)
  • ଅନୁରାଙ୍କ ସମ୍ପର୍କରେ...

56 ବର୍ଷୀୟ ଅନୁରା ଦିସାନାୟକେ ହେଉଛନ୍ତି ଜଣେ ବାମପନ୍ଥୀ ନେତା । ସେ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି) ମିଳିତ ମଞ୍ଚର ପ୍ରାର୍ଥୀ ଭାବରେ ଚଳିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ମେଣ୍ଟରେ ମାର୍କ୍ସବାଦୀ-ଜନତା ବିମୁକ୍ତି ପେରୁମୁନା (JVP) ଦଳ ମଧ୍ୟ ସାମିଲ ହୋଇଥିଲା । ଦିସାନାୟକେଙ୍କ ସିଧା ପ୍ରତିଦ୍ବନ୍ଦ୍ବିତା ବର୍ତ୍ତମାନର ରାଷ୍ଟ୍ରପତି ତଥା ସଂଯୁକ୍ତ ଜାତୀୟ ଦଳ (UNP) ପ୍ରାର୍ଥୀ ରାନିଲ ବିକ୍ରମସିଙ୍ଘେ ଓ ବିରୋଧୀ ଦଳ ପ୍ରାର୍ଥୀ ସାଜିତ ପ୍ରେମଦାସାଙ୍କ ସହ ହୋଇଥିଲା । ପରେ ଦାସନାୟକେଙ୍କ ନେତୃତ୍ବାଧୀନ ବାମ ମେଣ୍ଟର ପ୍ରାର୍ଥୀମାନେ ଆଗରେ ରହିଥିଲେ ।

Anura Kumara Dissanayake (social media)
  • ପ୍ରାଥମିକ ଟ୍ରେଣ୍ଡରେ ଫଳାଫଳ କେମିତି ଥିଲା?

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ 52% ଭୋଟ ସହ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାର ନିକଟତର ହୋଇଥିଲେ । 22 ପ୍ରତିଶତ ଭୋଟ ସହ ସାଜିତ ପ୍ରେମଦାସା ଦ୍ୱିତୀୟ ସ୍ଥାନରେ ଓ ବିଦାୟୀ ରାଷ୍ଟ୍ରପତି ରାନିଲ ବିକ୍ରେମିସିଂଙ୍ଘେ ମାତ୍ର 16 ପ୍ରତିଶତ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲେ । ଏହି ଟ୍ରେଣ୍ଡ ଶେଷରେ ଫଳାଫଳରେ ପରିଣତ ହୋଇଛି । ଶାସକ ଦଳ କ୍ଷମତାରୁ ହଟିଛି ।

ଏହା ମଧ୍ୟ ପଢନ୍ତୁ:- ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ଆର୍ଥିକ ସଙ୍କଟ ପରେ ପ୍ରଥମ - SRI LANKA ELECTION

ଏହା ମଧ୍ୟ ପଢନ୍ତୁ:-3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; କ୍ବାଡ ସମ୍ମିଳନୀରେ ସାମିଲ ହେବେ, ବାଇଡେନଙ୍କୁ ଭେଟିବେ - Modi visits America

ଶ୍ରୀଲଙ୍କା ନିର୍ବାଚନ ଆୟୋଗର ମୁଖ୍ୟ ଆର.ଏମ.ଏଲ ରାଥନାୟାକେ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଗତକାଲି ମୋଟ 13 ହଜାର ବୁଥରେ ମତଦାନ ଶେଷ ହୋଇଥିଲା । 25 ହଜାର କର୍ମଚାରୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଥିଲେ । ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ । ସକାଳ 7ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା ।

Anura Kumara Dissanayake (social media)

ଆର୍ଥିକ ସଙ୍କଟ ପରେ ପ୍ରଥମ ନିର୍ବାଚନ:-

2022 ମସିହାରେ ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ ସ୍ଥିତି ଦେଖାଯାଇଥିଲା । ଏହାର ପ୍ରଭାବ ସିଧା ଦେଶର ଶାସନକୁ ମଧ୍ୟ ଦୋହଲାଇ ଦେଇଥିଲା । ଦେଶବ୍ୟାପୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା । ଲକ୍ଷାଧିକ ଆନ୍ଦୋଳନକାରୀ ରାଜଧାନୀ କଲମ୍ବୋରେ ବିଶାଳ ପ୍ରତିବାଦ ସଭା କରିବା ସହ ରାଷ୍ଟ୍ରପତି ଭବନକୁ ଦଖଲକୁ ନେବାକୁ ପ୍ରୟାସ କରିଥିଲେ । ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଥିଲେ । ବ୍ୟାପକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ପ୍ରଧାନମନ୍ତ୍ରୀ ଓ ପରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ମିଳିଥିଲା । ଏଥର ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ସୁଦ୍ଧା ପରାଜୟର ଦ୍ବାରଦେଶରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2024, 7:26 PM IST

ABOUT THE AUTHOR

...view details