କିଭ୍:700 ଦିନରେ ପହଞ୍ଚିଲା ଋଷ ୟୁକ୍ରେନ ଯୁଦ୍ଧ । 3 ବର୍ଷରେ ପ୍ରବେଶ କରିଥିବା ଋଷ-ୟୁକ୍ରେନ ଯୁଦ୍ଧ ଆହୁରୀ ଜଟିଳ ହେବାରେ ଲାଗିଛି । ମଙ୍ଗଳବାର ଦିନ ୟୁକ୍ରେନର 2ଟି ମୁଖ୍ୟ ସହରର ଏକାଧିକ ସ୍ଥାନରେ ଋଷ ମିଶାଇଲ ମାଡ କରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହି ଆକ୍ରମଣରେ 18ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 130ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏକାଧିକ ବିଲ୍ଡିଂ ଭାଙ୍ଗି ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏହି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସ୍କି ।
ମଙ୍ଗଳବାର ଖାରକିଭର ପୂର୍ବାଞ୍ଚଳ ସହରଗୁଡିକରେ ଏକାଧିକ ଥର ଆକ୍ରମଣ ହୋଇଥିବା ବେଳେ କିଭ ଓ ମଧ୍ୟ ୟୁକ୍ରେନ ସହରର ଖେରସନର ଦକ୍ଷୀଣ ଅଞ୍ଚଳରେ ମିଶାଇଲ ମାଡ କରାଯାଇଛି । ଋଷ ପକ୍ଷରୁ ଏହି ମିଶାଇଲ ଆକ୍ରମଣ କରାଯାଇଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହି ଆକ୍ରମଣରେ 18ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 130ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଅନେକ ବିଲ୍ଡିଂ ମାଟିରେ ମିଶି ଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଓ ଆହତଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଏହାମଧ୍ୟ ପଢନ୍ତୁ..ଋଷ ଅଧିକୃତ ଡୋନେଟସ୍କରେ ୟୁକ୍ରେନର ଆକ୍ରମଣ ! 27ରୁ ଊର୍ଦ୍ଧ୍ୱ ମୃତ, ଏକାଧିକ ଆହତ