ଓଡିଶା

odisha

ETV Bharat / international

ବିଦେଶରେ ବିରାଜିଲେ ଦେବୀ ଦୁର୍ଗା, ପ୍ରବାସୀ ଓଡ଼ିଆଙ୍କ ପୂଜାର୍ଚ୍ଚନାରେ ପ୍ରକମ୍ପିତ ଫ୍ଲୋରିଡା

ଆମେରିକା ଫ୍ଲୋରିଡାରେ 'ଫ୍ଲୋରିଆ' ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଛି ଦୁର୍ଗାପୂଜା । ନବମୀ ଓ ଦଶମୀରେ ଦେବୀ ଦୁର୍ଗାଙ୍କୁ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ ।

By ETV Bharat Odisha Team

Published : 4 hours ago

DURGA PUJA
DURGA PUJA (ETV BHARAT ODISHA)

ହାଇଦ୍ରାବାଦ: ଦରିଆପାରିରେ ଦୁର୍ଗାପୂଜା । ବିଦେଶରେ ବିରାଜିରେ ଜଗତଜନନୀ ମା' ଦୁର୍ଗା । ଆମେରିକାରେ ଦୁର୍ଗାପୂଜା ପାଳନ କଲେ ପ୍ରବାସୀ ଓଡ଼ିଆ । ଦାଣ୍ଡିଆ ନାଇଟରେ ଠୁମକା ଲଗାଇ ଝୁମିଲେ । ନବମୀ ଓ ଦଶମୀରେ ଦେବୀ ଦୁର୍ଗାଙ୍କୁ ଆରାଧନା କଲେ । ବେଦମନ୍ତ୍ର, ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହେଲା ଚତୁର୍ଦିଗ । ମା'ଙ୍କ ଆଶୀର୍ବାଦ ଲାଭ କଲେ ପ୍ରବାସୀ ଓଡ଼ିଆ । ପ୍ରବାସୀ ଓଡ଼ିଆ ଅନୁଷ୍ଠାନ 'ଫ୍ଲୋରିଆ' ତରଫରୁ ଫ୍ଲୋରିଡାର ଟାମ୍ପା ସହରରେ ଦୁର୍ଗା ପୂଜା ଆୟୋଜନ କରାଯାଇଥିଲା । ଆମେରିକାର ଫ୍ଲୋରିଡାରେ ରହୁଥିବା ଓଡ଼ିଆ ଏଥିରେ ସାମିଲ ହୋଇଥିଲେ । ବିଦେଶରେ ମଧ୍ୟ ମା'ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲାଭ କରିଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ବିଦେଶରେ ଦୁର୍ଗା ପୂଜା:

ଦେଶ ଛାଡି ବିଦେଶରେ ରହୁଛନ୍ତି ସତ କିନ୍ତୁ ମନ ଓଡ଼ିଶାରେ । ବିଦେଶରେ ରହି ମଧ୍ୟ ଓଡ଼ିଶାର କଳା , ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି ପ୍ରବାସୀ ଓଡ଼ିଆ । ପ୍ରତିଟି ପର୍ବ ପର୍ବାଣୀକୁ ବେଶ ଉତ୍ସାହର ସହ ପାଳନ କରୁଛନ୍ତି । ପୂର୍ବ ନିର୍ଦ୍ଧାରିତ ୫ ଦିନ ଧରି ପୂଜାର ଆୟୋଜନ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ କେବଳ ନବମୀ ଓ ଦଶମୀ ତିଥିରେ ଦେବୀ ଦୁର୍ଗାଙ୍କ ପୂଜା କରାଯାଇଥିଲା । ନବମୀରେ କନ୍ୟା ପୂଜା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଟାମ୍ପା ସହରରେ ଥିବା ଆୟାପା ମନ୍ଦିରରେ ଦୁର୍ଗାପୂଜା ଗତ ୫ ବର୍ଷ ହେଲା ପାଳନ କରାଯାଇ ଆସୁଛି ।

odia community in florida celebrates durga puja (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ନବମୀ ଦିନ ଦଶମୀ ପୂଜା;ବିସର୍ଜନ ହେଲା ଅନେକ ମଣ୍ଡପ, ଜାଣନ୍ତୁ କାହିଁକି ?

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ବଙ୍ଗୀୟ ପରମ୍ପରା, ମନସ୍କାମନା ପୂରଣ ପାଇଁ ଝୁଣା ଆଳତୀ

ପ୍ରତିକୂଳ ପରିସ୍ଥିତିରେ ମାଆଙ୍କ ଆରାଧନା:

odia community in florida celebrates durga puja (ETV BHARAT ODISHA)

ଅକ୍ଟୋବର ୨ ତାରିଖରେ ଆମେରିକାର ପଶ୍ଚିମ ଉପକୂଳରେ ସ୍ଥଳ ଭାଗ ଛୁଇଁ ତାଣ୍ଡବ ରଚିଥିଲା ସାମୁଦ୍ରିକ ଝଡ଼ 'ମିଲଟନ' । ଯାହା ଦ୍ବାରା ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଆମେରିକାର ଫ୍ଲୋରିଡା ପ୍ରଦେଶରେ ଏହାର ଅଧିକ ପ୍ରଭାବ ପଡ଼ିଥିଲା । ବାତ୍ୟା ପ୍ରଭାବରେ ବିଦ୍ୟୁତ ସେବା ଓ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା । ତେବେ ପ୍ରକୃତିର କୋପ ଏବଂ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରି ଫ୍ଲୋରିଡାରେ ଦୁର୍ଗାପୂଜା ଆୟୋଜନ କରିଥିଲେ ପ୍ରବାସୀ ଓଡ଼ିଆ । ପ୍ରତିବର୍ଷ 'ଫ୍ଲୋରିଆ' ଅନୁଷ୍ଠାନ ପକ୍ଷରୁ ଦୁର୍ଗାପୂଜାର ଆୟୋଜନ କରାଯାଇଆସୁଛି ।

odia community in florida celebrates durga puja (ETV BHARAT ODISHA)
odia community in florida celebrates durga puja (ETV BHARAT ODISHA)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details