ଓଡିଶା

odisha

ETV Bharat / international

ନୂଆବର୍ଷରେ ଆମେରିକାରେ ଆତତାୟୀର ନରସଂହାର, ୧୦ ମୃତ - NEW ORLEANS ACCIDENT

ନୂଆବର୍ଷରେ ଆମେରିକା ନ୍ୟୁ ଅର୍ଲେଆନ୍ସରେ ଟ୍ରକ ମଡାଇ ୧୦ ଜଣଙ୍କୁ ହତ୍ୟା, ୩୦ ଆହତ । ଆତଙ୍କୀ ହାମଲା ଭଳି ତଦନ୍ତ ।

New Orleans accident
New Orleans accident (AP Photo)

By ETV Bharat Odisha Team

Published : Jan 1, 2025, 10:31 PM IST

ନ୍ୟୁ ଅର୍ଲେଆନ୍ସ:ସାରା ବିଶ୍ୱ ନୂଆବର୍ଷ ପାଳନ କରୁଥିବା ବେଳେ ଆମେରିକାର ନ୍ୟୁ ଆର୍ଲେଆନ୍ସରେ ହୃଦୟ ବିଦାରକ ଘଟଣା ଘଟିଛି । ନ୍ୟୁ ଆର୍ଲେଆନ୍ସର ବର୍ବନ ରାସ୍ତା କଡରେ ଲୋକମାନେ ଯାଉଥିବା ବେଳେ ଏକ ପିକଅପ ଟ୍ରକର ଡ୍ରାଇଭର ସେମାନଙ୍କ ଉପରେ ଗାଡି ମଡାଇ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଘଟଣାକୁ ଆତଙ୍କୀ ଆକ୍ରମଣ ଭଳି ତଦନ୍ତ କରାଯାଉଛି ।

ଗାଡି ମଡାଇ ୧୦ଜଣଙ୍କୁ ହତ୍ୟା

ସୂଚନା ଅନୁଯାୟୀ, ଆଜି (ବୁଧବାର) ଭୋର ୩.୧୪ ସମୟରେ ଆମେରିକାର ନ୍ୟୁ ଆର୍ଲେଆନ୍ସର ଫ୍ରେଞ୍ଚ କ୍ୱାଟର୍ସ ଜିଲ୍ଲା ବର୍ବନ ରାସ୍ତା କଡରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୋକମାନେ ଯାଉଥିବା ସମୟରେ ଏକ ଟ୍ରକ ଡ୍ରାଇଭର ଲୋକମାନଙ୍କ ଉପରେ ଗାଡି ମଡାଇ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ୫ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ପୋଲିସ ଓ ଆତତାୟୀ ମଧ୍ୟରେ ଗୁଳି ବିନିମୟ

ଅନ୍ୟପଟେ ପୋଲିସ ଓ ଆତତାୟୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ପୋଲିସ ଅଫିସର ଆହତ ହୋଇଥିବା ବେଳେ ଆତତାୟୀ ନିହତ ହୋଇଛି । ନୂଆବର୍ଷରେ ଏଭଳି ଆକ୍ରମଣକୁୁ ଆତଙ୍କୀ ଆକ୍ରମଣ ଭଳି ତଦନ୍ତ କରାଯିବା ନେଇ ଏଫବିଆଇ ପକ୍ଷରୁ କୁହାଯାଇଛି ।

ନରସିଂହାର ଘଟାଇବା ଉଦ୍ଦେଶ୍ୟ

ପୋଲିସ କମିଶନର ଆନେ କିର୍କପାଟ୍ରିକଙ୍କ କହିବା ଅନୁଯାୟୀ, "ଆତତାୟୀ ଜଣକ ନରସିଂହାର ଘଟାଇବା ଉଦ୍ଦେଶ୍ୟରେ ଏଭଳି କରିଥିଲା । ଡ୍ରାଇଭର ଜଣକ ଜାଣିଶୁଣି ଲୋକମାନଙ୍କ ଉପରେ ଗାଡି ଚଢାଇଥିଲା ।" ଫ୍ରେଞ୍ଚ କ୍ୱାଟର୍ସ ଜିଲ୍ଲାରେ ବିସ୍ଫୋଟକ ସାମଗ୍ରୀ ଥାଇପାରେ ବୋଲି ସନ୍ଦେହ କରି ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

ସହରର ଜରୁରୀକାଳିନ ଏଜେନ୍ସି ନୋଲା ରେଡ୍ଡୀ କହିଛନ୍ତି, 'ଆହତମାନଙ୍କୁ ନିକଟସ୍ଥ ୫ ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି ।'

ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା ନେଇ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details