ଓଡିଶା

odisha

ETV Bharat / international

US Election: ଟ୍ରମ୍ପଙ୍କ କମ୍ ବ୍ୟାକ୍ ନା ହାରିସ ରଚିବେ ଇତିହାସ, କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? - US PRESIDENTAL ELECTION

ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? ଭାରତଠାରୁ କେତେ ଭିନ୍ନ ଏହି ବ୍ୟବସ୍ଥା ? ‘ଇଲେକ୍ଟୋରାଲ କଲେଜ’ ଏବଂ ‘ପପୁଲାର ଭୋଟ’ କ’ଣ ? ୟୁଏସରେ କାହିଁକି କୁହାଯାଏ ପ୍ରତ୍ୟକ୍ଷ ନିର୍ବାଚନ ?

ରିପିଟ ହେବେ ଟ୍ରମ୍ପ, ନା ହାରିସ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି, ଜାଣନ୍ତୁ ଆମେରିକାରେ ନିର୍ବାଚନୀ ବିଧି-ବ୍ୟବସ୍ଥା ସମ୍ପର୍କରେ
ରିପିଟ ହେବେ ଟ୍ରମ୍ପ, ନା ହାରିସ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି, ଜାଣନ୍ତୁ ଆମେରିକାରେ ନିର୍ବାଚନୀ ବିଧି-ବ୍ୟବସ୍ଥା ସମ୍ପର୍କରେ (ETV Bharat Odisha)

By ETV Bharat Odisha Team

Published : Nov 4, 2024, 5:12 PM IST

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟା ପରେ ରାଷ୍ଟ୍ରମୁଖ୍ୟ ବାଛିବା ପାଇଁ ଭୋଟ ଦେବ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହାର ଫଳାଫଳ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଚଳିତଥର ପ୍ରାର୍ଥୀ ହୋଇଥିବା ଉପରାଷ୍ଟ୍ରପତିଙ୍କ ସହ ମୁକାବିଲା କରୁଛନ୍ତି ଜଣେ ପୂର୍ବତନ ରାଷ୍ଟ୍ରପତି । ବିରୋଧୀ ଦଳ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଭାବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୈଦାନରେ ଥିବା ବେଳେ ଶାସକ ଦଳର ପ୍ରାର୍ଥୀ ହୋଇଛନ୍ତି ଉପ-ରାଷ୍ଟ୍ରପତି କମଲା ହାରିସ । ତେବେ ଉଭୟ ପ୍ରାର୍ଥୀ କିଛି ଭିନ୍ନ ରେକର୍ଡ କରିବାକୁ ଯାଉଛନ୍ତି ।

  • ଜିତିଲେ ହାରିସ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି !

ଟ୍ରମ୍ପ ବିଜୟୀ ହେଲେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବେ । ସେହିପରି କମଲା ବିଜୟୀ ହେଲେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଇତିହାସ ରଚିବେ । ଆମେରିକୀୟ ବିଧି-ବ୍ୟବସ୍ଥା ଅନୁସାରେ, ୨୦୨୫ ଜାନୁଆରୀ ୨୦ ତାରିଖରେ ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ନୂତନ ରାଷ୍ଟ୍ରପତି ସଂସଦରେ ଶପଥ ଗ୍ରହଣ କରିବେ । ତେବେ ଆସନ୍ତୁ ଜାଣିବା ଆମେରିକାର ନିର୍ବାଚନୀ ପ୍ରକ୍ରିୟା, ବିଧି-ବ୍ୟବସ୍ଥା ସମ୍ପର୍କରେ ।

ରିପିଟ ହେବେ ଟ୍ରମ୍ପ, ନା ହାରିସ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି, ଜାଣନ୍ତୁ ଆମେରିକାରେ ନିର୍ବାଚନୀ ବିଧି-ବ୍ୟବସ୍ଥା ସମ୍ପର୍କରେ (ETV Bharat Odisha)
  • ୨ ଥର ହୋଇପାରିବେ ରାଷ୍ଟ୍ରପତି

ଆମେରିକାରେ ରାଷ୍ଟ୍ରପତୀୟ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଅର୍ଥାତ ଦେଶର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି । ସେ 4 ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ଓ ଜଣେ ବ୍ୟକ୍ତି ସର୍ବାଧିକ ଦୁଇଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରିବେ । ଭାରତ କିମ୍ବା ଅନ୍ୟ ଦେଶ ପରି ଏକାଧିକ ଥର ନୁହେଁ । ପ୍ରତି 4 ବର୍ଷରେ ଥରେ ଏଠାରେ ନିର୍ବାଚନ ହୋଇଥାଏ । ତେବେ ଆମେରିକା ‘କଂଗ୍ରେସ’ (ଜାତୀୟ ବ୍ୟବସ୍ଥାପିକା ବା ସଂସଦ)ରେ ମୋଟ ଦୁଇଟି ସଦନ ରହିଛି । ଉଚ୍ଚ ସଦନ ‘ସିନେଟ୍‌’ ଓ ନିମ୍ନ ସଦନ ‘ପ୍ରତିନିଧି ସଭା’ । ଅନ୍ୟାନ୍ୟ ଗଣତନ୍ତ୍ର ପରି ନିମ୍ନ ସଦନଟି ହିଁ ପ୍ରାୟତଃ ଅଧିକ ଆସନ ବିଶିଷ୍ଟ ଓ ସଂଖ୍ୟା ଦୃଷ୍ଟିରୁ ଶକ୍ତିଶାଳୀ ମଧ୍ୟ । ଉଭୟ ଗୃହରେ ମୋଟ 538 ଚୟନକର୍ତ୍ତା ବା ‘ଇଲେକ୍ଟର’ ଅଛନ୍ତି ।

  • ଆମେରିକାରେ ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି
  • ସେ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି
  • ଜଣେ ବ୍ୟକ୍ତି ସର୍ବାଧିକ ଦୁଇଥର ରାଷ୍ଟ୍ରପତି ନିର୍ବାଚିତ ହୋଇପାରିବେ
  • ପ୍ରତି ୪ ବର୍ଷରେ ଆମେରିକାରେ ନିର୍ବାଚନ ହୋଇଥାଏ
  • ଆମେରିକା ‘କଂଗ୍ରେସ’ରେ ୨ଟି ସଦନ ରହିଛି
  • ଉଚ୍ଚ ସଦନ ‘ସିନେଟ୍‌’ ଏବଂ ନିମ୍ନ ସଦନ ‘ପ୍ରତିନିଧି ସଭା’
  • ୨ ଗୃହରେ ମୋଟ 538 ଚୟନକର୍ତ୍ତା ବା ‘ଇଲେକ୍ଟର’
ରିପିଟ ହେବେ ଟ୍ରମ୍ପ, ନା ହାରିସ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି, ଜାଣନ୍ତୁ ଆମେରିକାରେ ନିର୍ବାଚନୀ ବିଧି-ବ୍ୟବସ୍ଥା ସମ୍ପର୍କରେ (ETV Bharat Odisha)

ଆମେରିକାର ସଂଖ୍ୟା ଗଣିତ:-

ପ୍ରତିନିଧି ସଭାରେ ମୋଟ 435 ସଦସ୍ୟଙ୍କ ଆସନ ରହିଛି । ସେହିପରି ‘ସିନେଟ’ରେ 100 ଆସନ ରହିଛି । ରାଜଧାନୀ ଓ୍ବାଶିଟନ-ଡିସି ପାଇଁ 3 ମନୋନୀତ ଆସନ ରହିଛି । ସେହିପରି ଭାବେ ମୋଟ 538 ରେ ନିର୍ବାଚନ ହୋଇଥାଏ । ଆମେରିକାରେ ସିନେଟ ପାଇଁ ପ୍ରତ୍ୟେକ ରାଜ୍ୟରୁ 2ଜଣ ଲେଖାଏଁ ଅର୍ଥାତ 100 ଜଣ ସିନେଟର ନିର୍ବାଚିତ ହୋଇଥାନ୍ତି । ତେବେ 538 ଆସନ ମଧ୍ୟରୁ 50 ପ୍ରତିଶତରୁ ଅଧିକ ଭୋଟ ଅର୍ଥାତ 270 ଜଣ ନିର୍ବାଚକ ବା ‘ଇଲେକ୍ଟୋର’ ଜିତିଥିବା ଦଳର ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି । ସ୍ପଷ୍ଟ ବହୁମତ ନମିଳିଲେ ଅନ୍ୟାନ୍ୟ ପ୍ରାଣାଳୀ ଗ୍ରହଣ କରାଯାଏ । ଯାହା ପ୍ରାୟତଃ ଦେଖାଯାଏ ନାହିଁ ।

  • ପ୍ରତିନିଧି ସଭାରେ ମୋଟ 435 ଆସନ
  • ‘ସିନେଟ’ରେ ଆସନ ସଂଖ୍ୟା 100 ଆସନ
  • ଓ୍ବାସିଂଟନ-ଡିସିରୁ 3 ମନୋନୀତ ଆସନ
  • ମୋଟ 538 ଆସନରେ ନିର୍ବାଚନ
  • ସିନେଟ ପାଇଁ ପ୍ରତ୍ୟେକ ରାଜ୍ୟରୁ ୨ ଜଣ ଲେଖାଏଁ ଅର୍ଥାତ 100 ଜଣ ସିନେଟର ନିର୍ବାଚିତ ହୋଇଥାନ୍ତି
  • 538 ଆସନ ମଧ୍ୟରୁ 50 ପ୍ରତିଶତରୁ ଅଧିକ ଭୋଟ ଅର୍ଥାତ 270 ଜଣ ନିର୍ବାଚକ ବା ‘ଇଲେକ୍ଟୋର’ ଜିତିଥିବା ଦଳର ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି
  • ପପୁଲାର ଭୋଟ୍:-

ପ୍ରତ୍ୟେକ ପ୍ରଦେଶର ଭୋଟରମାନେ ପ୍ରତ୍ୟକ୍ଷ ଭାବେ ସେମାନଙ୍କର ଇଲେକ୍ଟରଙ୍କୁ ଭୋଟ ଦେଇଥାନ୍ତି । ଉକ୍ତ ପ୍ରଦେଶରେ ଥିବା ମୋଟ ଆସନର 50 ପ୍ରତିଶତରୁ ଅଧିକ ଆସନ ଜିତିଥିବା ଦଳକୁ ବିଜେତା ଘୋଷଣା କରାଯାଏ । ସଂଖ୍ୟା ଗରିଷ୍ଠ ଦଳ ସମସ୍ତ ଆସନରେ ବିଜୟୀ ହେଲା ବୋଲି ଘୋଷଣା କରାଯାଏ । ଅର୍ଥାତ ଉଦାହରଣ ସ୍ୱରୂପ 30 ଆସନରୁ 16 ଆସନରେ ଜିତିଥିବା ଦଳ ହିଁ ସମସ୍ତ 30 ଆସନରେ ଜିତିଛି ବୋଲି ଧରାଯାଏ । ଏହା ସହ ପରାଜିତ ପ୍ରାର୍ଥୀଙ୍କର କୌଣସି ପରବର୍ତ୍ତୀ ନିର୍ବାଚନୀ ଭୂମିକା ରହେନାହିଁ । ଏହାକୁ ‘ପପୁଲାର ଭୋଟିଂ ସିଷ୍ଟମ’ ବୋଲି କୁହାଯାଏ । ଆସନ୍ତାକାଲି ଏହି ଇଲେକ୍ଟରଙ୍କ ଉଦ୍ଦେଶ୍ୟରେ ମତଦାତା ଭୋଟ ଦେବେ । ନିର୍ବାଚିତ ଇଲେକ୍ଟରମାନେ ଡିସେମ୍ବର 17 ତାରିଖରେ ନିଜ ନିଜ ଦଳର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସମର୍ଥନରେ ନିଜ ପ୍ରଦେଶରେ ଭୋଟ ଦେଇଥାନ୍ତି ।

  • ଇଲେକ୍ଟୋରାଲ କଲେଜ ସିଷ୍ଟମ କଣ :-

ଡିସେମ୍ବର ମାସ ଦ୍ବିତୀୟ ବୁଧବାର ପରେ ପଡୁଥିବା ପ୍ରଥମ ସୋମବାର ଦିନ ବିଜେତା ନିର୍ବାଚନ ପ୍ରତିନିଧିମାନେ ସେମାନଙ୍କ ପ୍ରାଦେଶିକ ବ୍ୟବସ୍ଥାପିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମତଦାନ କରନ୍ତି । ଏହା ପରେ ସମସ୍ତ ବ୍ୟବସ୍ଥାପିକାରେ ମତଗଣନା କରାଯାଇ ଫଳାଫଳ ସଂସଦ ବା ଜାତୀୟ ବ୍ୟବସ୍ଥାପିକାରେ ଦାଖଲ କରାଯାଏ । ଜାନୁଆରୀ ୬ ତାରିଖରେ ସଂସଦର ଉଚ୍ଚ ସଦନର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେତା ଇଲେକ୍ଟରଙ୍କର ଏକ ମିଳିତ ଅଧିବେଶନ ଆହୁତ କରାଯଇ ସମସ୍ତ ଭୋଟ ଗଣତି ହୋଇଥାଏ । ତେବେ 270 ଆସନରେ ନିର୍ବାଚକଙ୍କ ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି । ଯଦି ଏଥିରେ କୌଣସି ପ୍ରାର୍ଥୀ ସ୍ପଷ୍ଟ ବହୁମତ ଅତିକ୍ରମ କରିନପାରନ୍ତି, ତେବେ ପ୍ରତିନିଧି ସଭାର ସଦସ୍ୟ ଭାବେ ସର୍ବାଧିକ ଭୋଟ ପାଇଥିବା ‘ଇଲେକ୍ଟର’ଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇପାରିବା ନେଇ ଆମେରିକା ସମ୍ବାଧାନରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ-ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କିଏ, ହାରିସ ନା ଟ୍ରମ୍ପ - US president election

ଏହା ମଧ୍ୟ ପଢନ୍ତୁ-ଆମେରିକା ନିର୍ବାଚନ: ଡେମୋକ୍ରାଟ ପ୍ରେସିଡେଣ୍ଟ ପ୍ରାର୍ଥୀ ହେଲେ କମଲା ହାରିସ୍, ଟ୍ରମ୍ପଙ୍କୁ ଟକ୍କର ଦେବେ ଭାରତୀୟ ବଂଶୋଦ୍ଭବ - US presidential elections

  • 20 ଜାନୁଆରୀରେ ନୂଆ ରାଷ୍ଟ୍ରପତିଙ୍କ ଶପଥ

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ବିଧି ମଧ୍ୟ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ଭୋଟ ଗ୍ରହଣ ନଭେମ୍ବର ୫ରେ ହେଉଥିବା ବେଳେ, ଜାନୁଆରୀ 20 ତାରିଖରେ ଶପଥ ନିଅନ୍ତି ନୂଆ ରାଷ୍ଟ୍ରପତି । ସଂସଦରେ ଆୟୋଜିତ ଶପଥ ବିଧି କାର୍ଯ୍ୟକ୍ରମରେ ସେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରନ୍ତି । ଏହାସହ ପରବର୍ତ୍ତୀ 4 ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details