ସିଓଲ:ଦକ୍ଷିଣ କୋରିଆରେ ଭୟଙ୍କର ଅଗ୍ନିକାଣ୍ଡ । ଲିଥିୟମ୍ ବ୍ୟାଟେରୀ କାରଖାନାରେ ନିଆଁ ଲାଗିଯିବା ଫଳରେ ଘଟଣାସ୍ଥଳରେ 22 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଚୀନ୍ର ନାଗରିକ ରହିଛନ୍ତି । ସେହିପରି ଏହି ଅଗ୍ନିକାଣ୍ଡରେ 8 ଜଣ ଗଭୀର ଭାବରେ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଜି ଦିନ 10.30 ସମୟରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲର ଦକ୍ଷିଣ ହ୍ବାସୋଙ୍ଗରେ ଥିବା ଏକ ଲିଥିୟମ ବ୍ୟାଟେରୀ ଫ୍ୟାକ୍ଟ୍ରିର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲେ । ଏହି ସମୟରେ ଫ୍ୟାକ୍ଟ୍ରିରେ ପ୍ରାୟ 100ରୁ ଊର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ । ନିଆଁ ଲାଗିବା ଫଳରେ ଘଟଣା ସ୍ଥଳରେ ହିଁ 22 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ 18 ଜଣ ଚୀନ୍ର ଶ୍ରମିକ ଥିବା ବେଳେ 2 ଜଣ ଦକ୍ଷିଣ କୋରିଆର ଓ ଜଣେ ଲାଓଟିୟାନର ରହିଛନ୍ତି । ସେହିପରି ଅନ୍ୟ ଜଣେ ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ । ସେପଟେ କେଉଁ କାରଣରୁ ଏଭଳି ଭୟଙ୍କର ଅଗ୍ନୀକାଣ୍ଡ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।