ୱାଶିଂଟନ: ଆମେରିକା ସଂସଦରେ ଶୁଭିଲା 'ଜୟ ଶ୍ରୀକୃଷ୍ଣ ନାରା' । ନିଜର ପ୍ରଥମ ଅଭିଭାଷଣରେ ନିଜ ପିତାମାତାଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇ 'ଜୟ ଶ୍ରୀକୃଷ୍ଣ ନାରା' ଦେଲେ FBI ମୁଖ୍ୟ ପାଇଁ ମନୋନୀତ ହୋଇଥିବା କାଶ ପଟେଲ । ଏହାସହ ଏଫବିଆଇ ଉପରେ ଭରସା ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଗତକାଲି (ଗୁରୁବାର) ସିନେଟ ଜୁଡିସିଆରୀ କମିଟି ସମ୍ମୁଖରେ 'ଜୟ ଶ୍ରୀକୃଷ୍ଣ' ନାରା ସହ ଅଭିବାଦନ ଜଣାଇଛନ୍ତି କାଶ ପଟେଲ । ଯଦି କାଶଙ୍କୁ ସୁନିଶ୍ଚିତ କରାଯାଏ ତେବେ ସେ FBIର ପ୍ରଥମ ଭାରତୀୟ ତଥା ପ୍ରଥମ ହିନ୍ଦୁ ନିର୍ଦ୍ଦେଶକ ହେବେ । ପଟେଲ କହିଛନ୍ତି, "ଯଦି ମୋତେ ନିଶ୍ଚିତ କରାଯାଏ, ତେବେ FBI ନିର୍ଦ୍ଦେଶକ ଭାବରେ ମୁଁ ସମସ୍ତ ସମ୍ପ୍ରଦାୟଙ୍କ ସୁରକ୍ଷା ଏହିପରି କରିବି ଯେ, ଯେତେବେଳେ ପିଲାମାନେ ପାର୍କରେ ଖେଳିବେ ସେମାନଙ୍କ ପାଦରେ ଛୁଞ୍ଚିଟିଏ ବି ଫୁଟିବ ନାହିଁ ।"
ଜାତିଭେଦର ଶିକାର ହୋଇଛନ୍ତି କାଶ ପଟେଲ:
ଜାତିଭେଦ ସମ୍ପର୍କରେ ସିନେଟର ଲିଣ୍ଡସେଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, "ମୋତେ ଘୃଣ୍ୟ ବିବେଚିତ କରାଯାଉଥିଲା । ମୁଁ ଯଦି ସବୁକିଛି ଠିକ ନକରେ ତେବେ ମୁଁ କ୍ଷମା ପ୍ରାର୍ଥନା କରିବି । ନଚେତ ମୋତେ ଦେଶରେ ରହିବାରୁ ଅଧିକାର ମିଳିବ ନାହିଁ । ତୁମେ ଯେଉଁଠାରୁ ଆସିଛ ସେଠାକୁ ଫେରିଯାଅ ବୋଲି କୁହାଯାଉଥିଲା । ଏହା ତ ଏକ ପାର୍ଟ । କିନ୍ତୁ ଅନେକ ପୁରୁଷ ମହିଳାମାନେ ଏସବୁ ସମସ୍ୟାର ସମାଧାନ ଅନେକ ସମୟରେ ହେଉଛନ୍ତି ।" ସେ ଆହୁରି କହିଛନ୍ତି, " ମୋର ବ୍ୟକ୍ତିଗତ ସୂଚନା ପ୍ରକାଶିତ ହେବା ଯୋଗୁଁ, ମୋ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ।"
କାଶ ପଟେଲଙ୍କ ବିଷୟରେ...