ହାଇଦ୍ରାବାଦ:ଆମେରିକାନ୍ ଏୟାରଲାଇନ୍ସରେ ଅଭାବନୀୟ ଘଟଣା । ବିମାନ କର୍ମଚାରୀଙ୍କ ଅଜବ କାରନାମା । ବିମାନ ଶୌଚାଳୟରେ ଉଠାଉଥିଲେ ନାବାଳିକାଙ୍କ ଫଟୋ । ଅଭିଯୋଗ ପରେ ଗୁରୁବାର ଦିନ ଜଣେ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ବିମାନ କର୍ମଚାରୀ ଜଣଙ୍କ ଏହା ପୂର୍ବରୁ ଶୌଚାଳୟ ବ୍ୟବହାର କରିଥିବା ଅନ୍ୟ ଚାରିଜଣ ଯୁବତୀଙ୍କ ଫଟୋ ଉଠାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।
ଯୌନ ଶୋଷଣ ଏବଂ ପ୍ରୟାସ ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ କୋର୍ଟ ଆମେରିକା ଏୟାରଲାଇନ୍ସର ବିମାନ କର୍ମଚାରୀ ଥମ୍ପସନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଥମ୍ପସନ୍ ଜାନୁଆରୀ 2024 ରେ ଭର୍ଜିନିଆର ଲିଞ୍ଚବର୍ଗରେ ଗିରଫ ହୋଇଥିଲେ । ସେବେଠାରୁ ସେ ନ୍ୟାୟିକ ହେପାଜତରେ ରହିଛନ୍ତି । ଅନୁସନ୍ଧାନକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, 2023 ସେପ୍ଟେମ୍ବର 2 ରେ ଜଣେ 14 ବର୍ଷର ନାବାଳିକା ଚାର୍ଲୋଟରୁ ବୋଷ୍ଟନ ଅଭିମୁଖେ ବିମାନ ଯାତ୍ରା କରିଥିଲେ । ଯେତେବେଳେ ସେ ଶୌଚାଳୟ ବ୍ୟବହାର କରିଥିଲେ ସେତେବେଳେ କେହି ଜଣ ଉପସ୍ଥିତ ରହିଥିବା ନେଇ ସେ ଜାଣିବାକୁ ପାଇଥିଲେ । ତେବେ ଥମସନ ନାବାଳିକାଙ୍କୁ ଅନ୍ୟ ଏକ ଶୌଚାଳୟ ବ୍ୟବହାର କରିବା ପାଇଁ କହିଥିଲେ ।
ଏହା ମଧ୍ୟ ପଢନ୍ତୁ:ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଜରୁରୀ ଅବତରଣ କଲା ଆମେରିକା ବିମାନ