ଭୁବନେଶ୍ୱର:ଭାରତରେ ବନ୍ଧ୍ୟାକରଣ ସମସ୍ୟା ତଥା ନିଃସନ୍ତାନ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଉଛି । ଭୁଲ ଖାଇବା ଅଭ୍ୟାସ, ଖରାପ ଜୀବନଶୈଳୀ ଏବଂ ବିବାହ ବିଳମ୍ବ ହେତୁ ଦମ୍ପତିମାନେ ସାଧାରଣତଃ ଏହି ସମସ୍ୟାର ଶିକାର ହେଉଛନ୍ତି । ଏପରି ସମୟରେ ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ନିସନ୍ତାନ ଦମ୍ପତିଙ୍କ ପାଇଁ ଗର୍ଭଧାରଣ ସମ୍ବନ୍ଧୀୟ ଚିକିତ୍ସା ବିକଳ୍ପ ଗୁଡ଼ିକର ସମସ୍ୟାର ସମାଧାନ କରିଥାଏ । ଯେଉଁ ମାନେ ସାଧାରଣ ଭାବେ ଗର୍ଭଧାରଣ କରିବାକୁ ସକ୍ଷମ ହେଉନାହାନ୍ତି ସେମାନେ ଆଇଭିଏଫ୍ ମାଧ୍ୟମରେ କରିପାରିବେ ଗର୍ଭଧାରଣ । ଏହି କୌଶଳକୁ ଇନ ଭିଟ୍ରୋ ଫର୍ଟିଲାଇଜେସନ ବା ଆଇଭିଏଫ୍ କୁହାଯାଉଛି । ଯାହାକି ସାଧାରଣ ଭାବରେ ସମସ୍ତେ ଟେଷ୍ଟ ଟ୍ୟୁବ୍ ବେବି ବୋଲି କହିଥାନ୍ତି । ପ୍ରାକୃତିକ ଭାବରେ ଯଦି ଗର୍ଭଧାରଣରେ ସମସ୍ୟା ହୋଇଥାଏ ତେବେ ଆଇଭିଏଫ୍ ମାଧ୍ୟମରେ ଜଣେ ବାପା ମାଆ ହେବାର ସ୍ବପ୍ନକୁ ସାକାର କରିପାରୁଛି । ଯାହା ସନ୍ତାନ ଜନ୍ମ ପାଇଁ ଏହା ଏକ କୃତ୍ରିମ ମାଧ୍ୟମ ଅଟେ । IVF ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜି ଅର୍ଥାତ୍ ୨୫ ଜୁଲାଇରେ ସମଗ୍ର ବିଶ୍ୱରେ ଆଇଭିଏଫ୍ ଦିବସ ପାଳନ କରାଯାଏ । ତେବେ ଏହା କ'ଣ, କେବେ ଠାରୁ ଆରମ୍ଭ ହୋଇଛି ଏବଂ ଏହି କୌଶଳ ଓଡ଼ିଶାରେ କେତେ ସଫଳ ହୋଇଛି ? ଜାଣନ୍ତୁ
IVF କ'ଣ ?
IVF କିମ୍ବା ଭିଟ୍ରୋ ଫର୍ଟିଲାଇଜେସନ୍ ହେଉଛି ଏକ ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା ଯାହା ଟେଷ୍ଟ୍ ଟ୍ୟୁବ୍ ଶିଶୁ ଭାବରେ ମଧ୍ୟ ଜଣାଶୁଣା । ଏହି କୌଶଳରେ, ପରିପକ୍ବ ଡିମ୍ବାଣୁକୁ ପ୍ରଥମେ ଡିମ୍ବାଣୁରୁ ସଂଗ୍ରହ କରାଯାଏ, ଲାବୋରେଟୋରୀରେ ଶୁକ୍ରାଣୁ ସହିତ ଫର୍ଟିଲାଇଜ୍ କରାଯାଏ, ଏବଂ ପରେ ଫର୍ଟିଲାଇଜଡ୍ ଭ୍ରୁଣ ଗର୍ଭାଶୟକୁ ସ୍ଥାନାନ୍ତରିତ ହୁଏ । ଏହି ପୁରା ଚକ୍ର ପ୍ରାୟ ତିନି ସପ୍ତାହ ନେଇଥାଏ । IVF କରିବା ପୂର୍ବରୁ ଏହି ଦମ୍ପତିଙ୍କ ଅନେକ ପରୀକ୍ଷା କରାଯାଇଥାଏ । ଯେପରିକି ମହିଳାଙ୍କ ପାଇଁ, ଓଭ୍ୟୁଲେସନର ମୂଲ୍ୟାଙ୍କନ, ଫୈଲୋପିୟନ୍ ଟ୍ୟୁବ୍ ପରୀକ୍ଷା, ଗର୍ଭାଶୟ ଗୃହର ମୂଲ୍ୟାଙ୍କନ ଏବଂ ଏକ ମୌଳିକ ହରମୋନ୍ ପ୍ରୋଫାଇଲ୍ ଏବଂ ପୁରୁଷମାନଙ୍କ ପାଇଁ ଶୁକ୍ରାଣୁ ବିଶ୍ଳେଷଣ ପରି ପ୍ରାଥମିକ ପରୀକ୍ଷା ଇତ୍ୟାଦି । ଏହି ଆଧାରରେ, ସେମାନଙ୍କର ଚିକିତ୍ସା ପ୍ରକ୍ରିୟା ସ୍ଥିର ହୋଇଥାଏ ।
- World IVF Day 2024 ଚଳିତ ବର୍ଷର ଥିମ:-
ବିଶ୍ୱ ଆଇଭିଏଫ୍ ଦିବସର ଚଳିତ ବର୍ଷର ଥିମ ହେଉଛି(Celebrating the role of embryologists in advancing IVF. Lifestyle) । ଏହାର ଅର୍ଥ ଆଇଭିଏଫର ଉନ୍ନତ ଚିକିତ୍ସାରେ ଭୃଣ ବିଶେଷଜ୍ଞଙ୍କ ଭୂମିକାକୁ ପାଳନ କରିବା । ବାସ୍ତବରେ, ଭୃଣ ବିଶେଷଜ୍ଞମାନେ ହେଉଛନ୍ତି ଡାକ୍ତରୀ ପ୍ରଫେସନାଲ ଯେଉଁମାନେ ଭୃଣ ସୃଷ୍ଟି କରୁଥିବା ଅଣ୍ଡା ଏବଂ ଶୁକ୍ରାଣୁର ଯତ୍ନ ନେବାରେ ସାହାଯ୍ୟ କରନ୍ତି ।
- କେବେ ଠାରୁ ହେଉଛି ବିଶ୍ୱ IVF ଦିବସ ପାଳନ ଏବଂ ଇତିହାସ:-
ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ ବିଶ୍ଵ ଆଇଭିଏଫ୍ ଦିବସ ଭାବରେ ପାଳନ କରାଯାଏ । ୧୯୭୮ ମସିହା ଜୁଲାଇ ୨୫ ତାରିଖରେ ଆଇଭିଏଫ୍ ସଫଳତାର ସହ ପ୍ରଥମ ଶିଶୁ ଜନ୍ମ ଗ୍ରହଣ କରିଥିଲା । ସେବେ ଠାରୁ ପ୍ରତିବର୍ଷ ଜୁଲାଇ ୨୫ ତାରିଖରେ ଆଇଭିଏଫ୍ ଦିବସ ପାଳନ କରାଯାଉଛି । ୧୯୭୭ ମସିହାରେ ନଭେମ୍ବର ୧୦ ତାରିଖରେ ଲେଶଲି ବ୍ରାଉନ ନାମକ ଜଣେ ମହିଳା ଡାକ୍ତର ପେଟ୍ରିକ ଷ୍ଟେପ୍ଟୋ ଏବଂ ରବର୍ଟ ଏଡ଼ଭଡସନ ସହାୟତାରେ ଆଇଭିଏଫ୍ ପଦ୍ଧତିରେ ସନ୍ତାନ ଜନ୍ମ ଗ୍ରହଣ ଲାଇନ ପକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ୧୯୭୮ ମସିହା ଜୁଲାଇ ୨୫ ତାରିଖରେ ସେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ 2.5 ଲକ୍ଷରୁ ଅଧିକ IVF ଚିକିତ୍ସା କରାଯାଉଛି ଯାହା ଏହି ସହାୟକ ପ୍ରଜନନ ପ୍ରଯୁକ୍ତିର ଲୋକପ୍ରିୟତା ହାସଲ କରୁଛି ।
IVF ଜରିଆରେ ମାଆ ହେବାର ବୟସ:-
ଆଜିକାଲି ଯଦି ଜଣେ ମହିଳା ସ୍ୱାଭାବିକ ଭାବରେ ମାଆ ହେବାକୁ ସକ୍ଷମ ନୁହଁନ୍ତି ତେବେ ତାଙ୍କ ପାଇଁ ଅନେକ ବିକଳ୍ପ ଉପଲବ୍ଧ । ଏଥିରେ ଫ୍ରିଜ୍ ଅଣ୍ଡା, ଓଭାରିଆନ୍ ନବୀକରଣ ଏବଂ ଭିଟ୍ରୋ ଫର୍ଟିଲାଇଜେସନ୍ ଯଥା IVF ଚିକିତ୍ସା ଅନ୍ତର୍ଭୁକ୍ତ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, IVF ଚିକିତ୍ସା ମାଧ୍ୟମରେ ଗର୍ଭଧାରଣ ପାଇଁ କୌଣସି ବୟସ ସୀମା ନାହିଁ । ପ୍ରାକୃତିକ ଗର୍ଭଧାରଣ ପରି, ଏହି କୌଶଳ ସହିତ ଯେକୌଣସି ମହିଳା ୬୦, ୭୦, ୮୦ ବର୍ଷ ବୟସରେ ମଧ୍ୟ ସନ୍ତାନ ପ୍ରସବ କରିବାରେ ସକ୍ଷମ ଅଟନ୍ତି । କିନ୍ତୁ ଭାରତୀୟ ନିୟମ ଏହା କରାଯାଇପାରିବ ନାହିଁ ।
ଭାରତରେ କ'ଣ ରହିଛି ନିୟମ ?
୨୦୨୧ ମସିହାରେ ଭାରତରେ ପାସ ହୋଇଥିବା ‘ଆସିଷ୍ଟଡ୍ ପ୍ରଜନନ ପ୍ରଯୁକ୍ତିବିଦ୍ୟା (Assisted Reproductive Technology) (ନିୟମାବଳୀ) ଅଧିନିୟମ ଅନୁଯାୟୀ, ମହିଳାମାନଙ୍କୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ IVF ଚିକିତ୍ସା ମାଧ୍ୟମରେ ମାଆ ହେବାକୁ ଅନୁମତି ଦିଆଯାଇଛି ଏବଂ ପୁରୁଷମାନେ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ଏହି କୌଶଳ ସହ ପିତା ହୋଇପାରିବେ । ସାଧାରଣତଃ ୩୫ ରୁ ୪୦ ବର୍ଷ ବୟସର ଦମ୍ପତି ମାନେ ଏହି ପଦ୍ଧତି ଆପଣାଉଛନ୍ତି । ଅନେକ ସମୟରେ ଅଣ୍ଡାର କ୍ଷମତା କମିଯାଇଥାଏ ଏବଂ ଶୁକ୍ରାଣୁ ମଧ୍ୟ ସରିଯାଇଥାଏ । ତେଣୁ ଏହି ସମୟରେ ସହମତିରେ ଡୋନର ସାହାଯ୍ୟରେ ଭୃଣ ପ୍ରସ୍ତୁତ କରି ସେମାନଙ୍କ ପାଇଁ ସନ୍ତାନ ପ୍ରାପ୍ତି କରାଯାଉଛି ।
IVF ଚିକିତ୍ସାରେ କେତେ ଖର୍ଚ୍ଚ ହୁଏ ଏବଂ ଓଡ଼ିଶାରେ ଏହାର ରେଟ କିଭଳି ?