ଓଡିଶା

odisha

ETV Bharat / health

କାହିଁକି ପାଳନ ହୁଏ ବିଶ୍ବ ଅଲଜାଇମର ଦିବସ; କ'ଣ ଏହି ରୋଗ, କାହାକୁ ଅଧିକ ହୁଏ ? - World Alzheimers Day - WORLD ALZHEIMERS DAY

World Alzheimers Day: ଆଜି ବିଶ୍ବ ଅଲଜାଇମର ଦିବସ । ଅଲଜାଇମର ହେଉଛି ଏକ ମସ୍ତିଷ୍କ ବ୍ୟାଧି । ଏହି ରୋଗରେ ପୀଡିତ ଲୋକଙ୍କ ସ୍ମରଣ ଶକ୍ତି, ଚିନ୍ତା କରିବାର କ୍ଷମତା କମିଯାଏ । ସେମାନେ ସାଧାରଣ କଥାଗୁଡିକୁ ଭୁଲି ଯାଆନ୍ତି । ଜାଣନ୍ତୁ ଏହି ରୋଗ କାହାକୁ ଅଧିକ ହୁଏ ଓ ଏହାର ଚିକିତ୍ସ ସମ୍ପର୍କରେ

କାହିଁକି ପାଳନ ହୁଏ ବିଶ୍ବ ଅଲଜାଇମର ଦିବସ; କ'ଣ ଏହି ରୋଗ, କାହାକୁ ଅଧିକ ହୁଏ ?
କାହିଁକି ପାଳନ ହୁଏ ବିଶ୍ବ ଅଲଜାଇମର ଦିବସ; କ'ଣ ଏହି ରୋଗ, କାହାକୁ ଅଧିକ ହୁଏ ? (ETV Bharat)

By ETV Bharat Health Team

Published : Sep 21, 2024, 10:49 AM IST

World Alzheimers Day: ପ୍ରତିବର୍ଷ ସେପ୍ଟେମ୍ବର 21 ତାରିଖରେ 'ବିଶ୍ବ ଅଲଜାଇମର ଦିବସ' ପାଳନ କରାଯାଏ । ଏହାର ମୂଳ ଉଦ୍ଦେଶ୍ୟ ଅଲଜାଇମର ରୋଗ ସମ୍ପର୍କରେ ଜନସେଚନତା ସୃଷ୍ଟି କରିବା, ପୀଡିତଙ୍କୁ ସହାୟତା ଏବଂ ଏହି ରୋଗର ନିରାକରଣ ତଥା ଚିକିତ୍ସା ଦିଗରେ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା । ପ୍ରତ୍ୟେକ ବର୍ଷ ଏକ ଥିମକୁ ନେଇ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷର ଅଲଜାଇମର ଦିବସ ଥିମ୍ ରହିଛି 'ଡିମେନ୍ସିଆକୁ ଜାଣନ୍ତୁ, ଅଲଜାଇମରକୁ ଜାଣନ୍ତୁ' ।

ଜୟପୁରସ୍ଥିତ ସୱାଇ ମାନସିଂହ ହସ୍ପିଟାଲର ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡଃ ଦିନେଶ ଖଣ୍ଡେଲୱାଲ କୁହନ୍ତି, ସମଗ୍ର ବିଶ୍ବ ସମେତ ଭାରତରେ ଅଲଜାଇମର ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି । LASI (Langitudinal Agring Study in India) ତଥ୍ୟ ଅନୁସାରେ, ଭାରତର ପ୍ରାୟ 8.8 ମିଲିୟନ ଲୋକ ଅଲଜାଇମର ରୋଗରେ ପୀଡିତ ଓ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ, ସାରା ବିଶ୍ବରେ ପାଖାପାଖି 55 ମିଲିୟନ ଲୋକ ଏହି ରୋଗର ଶିକାର ରହିଛନ୍ତି ଏବଂ ପ୍ରତିବର୍ଷ ପ୍ରାୟ 10 ମିଲିୟନ ନୂଆ ମାମଲା ସାମ୍ନାକୁ ଆସୁଛି ।

ଅଲଜାଇମର କ'ଣ ?

ଅଲଜାଇମର ହେଉଛି ଏକ ମସ୍ତିଷ୍କ ବା ସ୍ନାୟୁଗତ ବ୍ୟାଧି । ଏହି ରୋଗ ହେଲେ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ । ଏହା ଧୀରେ ଧୀରେ ମଣିଷର ସ୍ମରଣ ଶକ୍ତି ଓ ଚିନ୍ତନ କ୍ଷମତା ନଷ୍ଟ କରିଦିଏ । ଏହାକୁ ଭୁଲା ରୋଗ ମଧ୍ୟ କୁହାଯାଇପାରିବ । ସାଧାରଣତଃ 60 ବର୍ଷ ପରେ ଅଲଜାଇମର ଦେଖାଯାଏ । ଅଲଜାଇମର ରୋଗୀ ଦୈନନ୍ଦିନ ଜୀବନରେ ସାଧାରଣ କଥାକୁ ଭୁଲି ଯାଆନ୍ତି । ଏହି ରୋଗର ଲକ୍ଷଣ ଚିନ୍ତା କରିବା, ମନେ ରଖିବା, ତର୍କ ଓ ବ୍ୟବହାରରେ ପରିବର୍ତ୍ତନକୁ ଡିମେନ୍ସିଆ କୁହାଯାଏ ।

ତେବେ ବୟସ ବଢିବା ସହ ଏହି ରୋଗ ହେବା ଆଦୌ ସ୍ବାଭାବିକ ନୁହେଁ । ଏହା ମସ୍ତିଷ୍କରେ ହେଉଥିବା ଜଟିଳ ପରିବର୍ତ୍ତନର ପରିଣାମ ଅଟେ । ଏହି ରୋଗ ମସ୍ତିଷ୍କର କୋଷିକାଗୁଡିକୁ ନଷ୍ଟ କରିଦେଇଥାଏ । ଅଲଜାଇମର ରୋଗର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଏ କି, ବୟସ ବଢିବା ସହ ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନ ଯେମିତିକି ସଙ୍କୋଚନ, ପ୍ରଦାହ, ରକ୍ତବାହିକା ନଷ୍ଟ, କୋଷିକା ଭିତରେ ଏନର୍ଜି ଭାଙ୍ଗିବା ଯାହା ନ୍ୟୁରୋନ୍ସକୁ ପ୍ରଭାବିତ କରିପାରେ । ପ୍ରଦୂଷଣ, ହୃଦରୋଗ, ଷ୍ଟ୍ରୋକ, ହାଇ ବ୍ଲଡପ୍ରେସର, ଡାଇବେଟିସ୍ ଓ ମେଦବହୁଳତା ଭଳି ସ୍ବାସ୍ଥ୍ୟ ଓ ପରିବେଶ ସହ ଜଡିତ କାରକଗୁଡିକ ଏହି ରୋଗରେ ଭୂମିକା ଗ୍ରହଣ କରିପାରେ ।

ଅଲଜାଇମର ଉପଚାର:

ଡଃ ଦିନେଶ ଖଣ୍ଡେଲୱାଲଙ୍କ କହିବା ଅନୁସାରେ, ଧୀରେ ଧୀରେ ଅଲଜାଇମର ଭଳି ରୋଗର ଉପଚାର ସହଜ ହୋଇଗଲାଣି । ହେଲେ ଭାରତରେ ଏହାର ଆଡଭାନ୍ସ ମେଡିସିନ ଉପଲବ୍ଧ ନାହିଁ । କିନ୍ତୁ ବିକଶିତ ଦେଶଗୁଡିକରେ ଏନେଇ ଏକ ସ୍ବତନ୍ତ୍ର ଔଷଧ ପ୍ରସ୍ତୁତ ହୋଇଛି, ଯାହା ଅଲଜାଇମର ଭଲ କରିପାରିବ । ତେବେ ଏହାର ଚିକିତ୍ସା ଖୁବ୍ ମହଙ୍ଗା ଅଟେ ।

ଯଦି ଉପଚାର କଥା କହିବା, ତା'ହେଲେ ପରିବାରରେ 60 ବର୍ଷରୁ ଅଧିକ ବୟସର ସଦସ୍ୟଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ । ଅଲଜାଇମର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହା ବ୍ୟତୀତ ଛୋଟ ଛୋଟ କଥାଗୁଡିକୁ ମନେ ରଖିବା ପାଇଁ ରୋଗୀଙ୍କୁ ଏକ ଡାଏରୀ ବ୍ୟବହାର କରିବା ଆବଶ୍ୟକ । ଶାରିରୀକ ବ୍ୟାୟାମ ସହ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:ଅତ୍ୟଧିକ କାର୍ଯ୍ୟଚାପ ହୋଇପାରେ ଭୟଙ୍କର ! ଏସବୁ ସଙ୍କେତ ଦିଶିଲେ ନିଜକୁ ଦିଅନ୍ତୁ ଆରାମ - Signs that you need a break

ଏହା ମଧ୍ୟ ପଢନ୍ତୁ:କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ - Best Time For Dinner

ABOUT THE AUTHOR

...view details