ହାଇଦ୍ରାବାଦ: ସ୍ୱାସ୍ଥ୍ୟ ପାଇଁ ଉଭୟ ଖାଦ୍ୟ ଏବଂ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଉଛନ୍ତି, ତେବେ ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ । ଏପରି ପରିସ୍ଥିତିରେ କିନ୍ତୁ ଆବଶ୍ୟକତା ଅନୁସାରେ ପାଣି ପିଇବାର ପ୍ରକୃତ ସମୟ ବିଷୟରେ ଜାଣିବା ଆବଶ୍ୟକ ବୋଲି କୁହାଯାଇଛି । କାରଣ ଭୁଲ ସମୟରେ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଅଧିକାଂଶ ଲୋକ ଖାଇବା ସମୟରେ କିମ୍ବା ଖାଇବା ପରେ ତୁରନ୍ତ ପାଣି ପିଇଥାନ୍ତି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଖାଇବାର ତୁରନ୍ତ ପରେ ପାଣି ନ ପିଇବାକୁ ପରାମର୍ଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଏସିଡିଟି ଏବଂ ପେଟ ଫୁଲିବା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ତେବେ ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ, ଜାଣନ୍ତୁ
ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ହୁଏ ଏହି ଅସୁବିଧା?
- ମେଦବହୁଳତା ବଢିପାରେ
- ହଜମ ପ୍ରକ୍ରିୟାରେ ସମସ୍ୟା ହୋଇପାରେ
- ପେଟରେ ଗ୍ୟାସ ସମସ୍ୟା
- ରକ୍ତରେ ଶର୍କରା ସ୍ତର ଶୀଘ୍ର ବୃଦ୍ଧି ହୋଇପାରେ
ଖାଦ୍ୟ ଖାଇବା ପରେ ଆପଣ କେତେବେଳେ ପାଣି ପିଇବା ଉଚିତ୍?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଖାଦ୍ୟ ଶରୀରକୁ ଯାଏ, ଏହାକୁ ହଜମ କରିବାକୁ ଅତି କମରେ ଦୁଇ ଘଣ୍ଟା ଲାଗେ । ଯଦି ଆପଣ ଏହି ସମୟ ମଧ୍ୟରେ ପାଣି ପିଅନ୍ତି, ତେବେ ଏହା ହଜମ ଉପରେ ପ୍ରଭାବ ପକାଇଥାଏ । ତେଣୁ ଖାଦ୍ୟ ଖାଇବା ପରେ ଅତି କମରେ ୪୫ରୁ ୬୦ମିନିଟ ପରେ ପାଣି ପିଇବା ଉଚିତ । ନଚେତ୍ ଆପଣ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ ।
ଏହା ମଧ୍ୟ ପଢନ୍ତୁ:ଅଧିକ ପାଣି ପିଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୁଏ କି ? ହାର୍ଟ ପାଇଁ ପାଣି କେତେ ଜରୁରୀ ଜାଣନ୍ତୁ
ଖାଇବା ପରେ ସଠିକ୍ ସମୟରେ ପାଣି ପିଇବାର ୫ଟି ଫାଇଦା:-
- ଖାଦ୍ୟ ଖାଇବାର ପ୍ରାୟ ଏକ ଘଣ୍ଟା ପରେ ଯଦି ଆପଣ ପାଣି ପିଅନ୍ତି, ତେବେ ଆପଣଙ୍କର ଓଜନ ନିୟନ୍ତ୍ରଣରେ ରହିବ ଏବଂ ଆପଣ କଦାପି ମେଦବହୁଳତାର ଶିକାର ହେବେ ନାହିଁ
- ଖାଇବା ପରେ ସଠିକ୍ ସମୟରେ ପାଣି ପିଇବା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟା ଅଧିକ ଶକ୍ତିଶାଳୀ ହୁଏ ।
- ଯଦି ଆପଣ ଖାଇବା ପରେ ସଠିକ୍ ସମୟରେ ପାଣି ପିଅନ୍ତି, ତେବେ ପେଟରେ ଗ୍ୟାସ୍ ଏବଂ ଏସିଡିଟି ଭଳି କୌଣସି ଅସୁବିଧା ହେବ ନାହିଁ |
- ଖାଇବା ପରେ ବିଳମ୍ବରେ ଜଳ ଶରୀରରେ ପହଞ୍ଚିବା ପରେ ଶରୀର ଖାଦ୍ୟର ପୋଷକ ତତ୍ତ୍ୱକୁ ଭଲ ଭାବରେ ଗ୍ରହଣ କରିପାରିବ ।
- ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ଦ୍ୱାରା ନିଦ ଭଲ ହୋଇଥାଏ ଏବଂ ଅନେକ ସମସ୍ୟାର ସମାଧାନ ହୋଇପାରେ ।
(ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏକା ଏକ ରିପୋର୍ଟ ଆଧାରିତ ଖବର ଅଟେ । ଯଦି କୌଣସି ଆଶଙ୍କା ରହିଛି ତାହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।)