ଓଡିଶା

odisha

ETV Bharat / health

ଦେଶର ୧% ଲୋକ ଆଣ୍ଠୁଗଣ୍ଠି ବାତର ଶିକାର, ସରଳ ଉପାୟରେ କିଭଳି କରିବେ ଉପଶମ କହିଲେ ବିଶେଷଜ୍ଞ - Rheumatology Disease And Treatment

Rheumatology Disease And Treatment: ଦେଶର ପ୍ରାୟ ୧% ଲୋକ ଆଣ୍ଠୁଗଣ୍ଠି ବାତର ଶିକାର ହୋଇଥାନ୍ତି । ପିଲାରୁ ବୃଦ୍ଧ ସମସ୍ତେ ଆଜିକାଲି ଏହି ରୋଗର ଶିକାର ହୋଇଥାନ୍ତି । ଏପରି ପରିସ୍ଥିତିରେ ଏହାକୁ ଠିକ ସମୟରେ ଚିକିତ୍ସା କରାନଗଲେ, ଭବିଷ୍ୟତରେ ଏହି ରୋଗ ମୁକ୍ତ କରିବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ. ନିହାର ରଞ୍ଜନ ସାହୁ । ଅଧିକ ପଢନ୍ତୁ,

ଦେଶର ୧% ଲୋକ ଆଣ୍ଠୁଗଣ୍ଠି ବାତର ଶିକାର, ସରଳ ଉପାୟରେ କିଭଳି କରିବେ ଉପଶମ କହିଲେ ବିଶେଷଜ୍ଞ
ଦେଶର ୧% ଲୋକ ଆଣ୍ଠୁଗଣ୍ଠି ବାତର ଶିକାର, ସରଳ ଉପାୟରେ କିଭଳି କରିବେ ଉପଶମ କହିଲେ ବିଶେଷଜ୍ଞ

By ETV Bharat Odisha Team

Published : Mar 12, 2024, 2:00 PM IST

ଆଣ୍ଠୁଗଣ୍ଠି ବାତ ସମସ୍ୟା; ସରଳ ଉପାୟରେ କିଭଳି କରିବେ ଉପଶମ କହିଲେ ବିଶେଷଜ୍ଞ

ବ୍ରହ୍ମପୁର: ବାତ ରୋଗ କଥା ଆସିଲେ ମୁଖ୍ୟତଃ କୁହାଯାଇଥାଏ ଅଧିକ ବୟସ ହେଲେ ଏହା ହୋଇଥାଏ । ବର୍ତ୍ତମାନ ଏହା ସାଧାରଣତଃ କମ ବୟସ୍କ ବା ଯୁବମାନଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥାଏ । ଏପରିକି ଏହା ଶିଶୁ ମାନଙ୍କୁ ମଧ୍ୟ ହେବାର ସମ୍ଭାବନା ରହିଥିବା କୁହାଯାଇଛି । ୧୫ ବର୍ଷ କିମ୍ୱା ୧୦ ବର୍ଷର ପିଲାଙ୍କୁ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହୁଥିବା କହିଛନ୍ତି ଚିକିତ୍ସକ ମାନେ । ଏଭଳି ସମୟରେ କିଭଳି ସହଜ ଓ ସରଳ ଉପାୟରେ ଆଣ୍ଠୁଗଣ୍ଠି ବାତ ରୋଗର ଉପଶମ ହୋଇପାରିବ । ଏନେଇ ବ୍ରହ୍ମପୁର ଏମକେସିଜିରେ ଏକ ସେମିନାର ଆୟୋଜିତ ହୋଇଥିଲା । ଯେଉଁଥିରେ ଏହି ରୋଗର କାରଣ ଏବଂ ନିରାକରଣ ବିଷୟରେ ଆଲୋକପାତ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏମକେସିଜିର ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡଃ.ନିହାର ରଞ୍ଜନ ସାହୁ ।

ବାତ ରୋଗର ଲକ୍ଷଣ:-ମୁଖ୍ୟତଃ ମଣିଷ ଶରୀରର ଆଣ୍ଠୁ, ଗଣ୍ଠି ଫୁଲିଯିବା ଏବଂ ପରବର୍ତ୍ତୀ ସମୟରେ ଆସ୍ତେ ଆସ୍ତେ ତାହା ବଙ୍କା ହୋଇଯିବା ଭଳି ଲକ୍ଷଣ ଦେଖାଦେଇଥାଏ । ଯାହାକୁ ଆଣ୍ଠୁ ଗଣ୍ଠି ବାତ ବା ରିମୋଟାଲୋଜି ବେଲି କୁହାଯାଏ । ତେବେ ଏହି ରୋଗଟି ବହୁ ମାତ୍ରାରେ ବୃଦ୍ଧି ପାଇବା ପୂର୍ବରୁ ତାହାକୁ ରୋକାଯାଇପାରିବ ବୋଲି କହିଛନ୍ତି ଡଃ.ନିହାର ରଞ୍ଜନ ସାହୁ । ଏହି ରୋଗର ନିରାକରଣ ପାଇଁ ସମସ୍ତେ ସଚେତନତା ହେବା ସହ ଏହାର ଚିକିତ୍ସା ପ୍ରତି ବିଶେଷ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।

ରିମାଟୋଲୋଜି କେବଳ ଆଣ୍ଠୁ ଓ ଗଣ୍ଠି ବାତ ରୋଗ ଛଡା ଏହା ଉପରେ ମଧ୍ୟ ପ୍ରଭାବ ପକାଏ-

ଆଣ୍ଠୁଗଣ୍ଠି ବାତ ସାଧାରଣତଃ ଏକ ମାସରୁ ଦୁଇ ମାସ କିମ୍ୱା ଛଅ ମାସ ଧରି ଲାଗି ରହେ ଏବଂ ଏହାକୁ ଔଷଧ ସେବନ ଦ୍ୱାରା ନକମିଲେ ସେମାନେ ରିମାଟୋଲୋଜି ବିଭାଗର ଅଭିଜ୍ଞତା ସମ୍ପୂର୍ଣ୍ଣ ଡାକ୍ତରଙ୍କର ପରାମର୍ଶ କରିବା ଆବଶ୍ୟକ । ରିମାଟୋଲୋଜି କେବଳ ଆଣ୍ଠୁ ଓ ଗଣ୍ଠି ବାତ ରୋଗ ନୁହଁ । ଏହା ଅନେକ ସମୟରେ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଶ ଯଥା– ହାର୍ଟ, କିଡନୀ ଠାରୁ ଆରମ୍ଭ କରି ଫୁସଫୁସ, ବ୍ରେନ୍ ମଧ୍ୟ ଆକ୍ରାନ୍ତ ହୋଇଥାଏ । ତେବେ ଯଦି ଆରମ୍ଭରୁ ଏହି ରୋଗର ଚିକିତ୍ସା ନକରାଇଲେ, ଭବିଷ୍ୟତରେ ଏହି ରୋଗ ପ୍ରତି ମୁକ୍ତ କରିବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ଡଃ. ନିହାର ରଞ୍ଜନ ସାହୁ ।


ଶତକଡା ଏକ ପ୍ରତିଶତ ବ୍ୟକ୍ତିବିଶେଷ ଏଥିରେ ଆକ୍ରାନ୍ତ ହୋଇଥାନ୍ତି-
ସାଧାରଣତଃ ଲୋକଙ୍କ ମଧ୍ୟରେ ଏକ ପ୍ରତିଶତ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ମୁଖ୍ୟତଃ ଏହି ରୋଗ ଉପରେ ଜ୍ଞାନ କମ୍ ରହିଥିବା ବେଳେ ଚିକିତ୍ସା ବିଜ୍ଞାନରେ ଏହାକୁ ନେଇ ଉନ୍ନତମାନର ଚିକିତ୍ସା ପାଇଁ ଆବଶ୍ୟକତା ରହିଥିବା କୁହାଯାଇଛି । ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚାଲିଛି । ମୁଖ୍ୟତଃ ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ଦେଶ ତଥା ବିଶ୍ୱର ଭବିଷ୍ୟତ ରହିଥିବା ବେଳେ ଏହାକୁ ନେଇ ଡାକ୍ତରୀ ଶିକ୍ଷାରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ, ପିଜି ଡାକ୍ତର, ଭେଷଜ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଶିଶୁ ରୋଗ ବିଶେଷଜ୍ଞ, ବାୟୋ କେମେଷ୍ଟ୍ରି ଭଳି ବିଭାଗର ବିଦ୍ୟାର୍ଥୀ ଏହି ବିଷୟକୁ ଜାଣିବାର ଆବଶ୍ୟକତା ରହିଥିବା କୁହାଯାଇଛି । ତେବେ ବ୍ରହ୍ମପୁର ଏମକେସିଜିରେ ଆୟୋଜିତ ସେମିନାରରେ ରାଜ୍ୟର ପାଖାପାଖି ଚାରି ଶହ ଡାକ୍ତର ଏବଂ ବିଶେଷଜ୍ଞ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:କାହିଁକି ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details