ଓଡିଶା

odisha

ହାଡ଼କୁ ଦୁର୍ବଳ କରିଦିଏ ଏହି ରୋଗ; ମହିଳା ମାନେ ହୁଅନ୍ତି ଅଧିକ ଆକ୍ରାନ୍ତ ? - What is Osteoporosis

By ETV Bharat Odisha Team

Published : Jul 31, 2024, 1:32 PM IST

Osteoporosis Causes And Prevention: ବୟସ ବଢିବା ସାଙ୍ଗକୁ ହାଡ଼ ଦୁର୍ବଳ ହେବାରେ ଲାଗିଥାଏ । କିନ୍ତୁ ଯେତେବେଳେ ପୁରୁଣା ହାଡ ବଦଳରେ ନୂତନ ହାଡ ସୃଷ୍ଟି ହୁଏ ନାହିଁ, ତେବେ ଏହା ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ହାଡ ଦୁର୍ବଳ ହୋଇଯାଏ । ହାଡର ଦୁର୍ବଳତା ହେତୁ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ରହିପାରେ । ଅଷ୍ଟିଓପୋରୋସିସ କ’ଣ ଏବଂ ଆପଣ କିପରି ଏହି ବିପଜ୍ଜନକ ଅବସ୍ଥାକୁ ରୋକିପାରିବେ ସେନେଇ ବରିଷ୍ଠ ଡାକ୍ତରଙ୍କ ଠାରୁ ଜାଣନ୍ତୁ ଏହି ରୋଗ ବିଷୟରେ,

ଓଷ୍ଟିଓପୋରୋସିସ୍ କ'ଣ ?
ଓଷ୍ଟିଓପୋରୋସିସ୍ କ'ଣ ? (Getty)


ବ୍ରହ୍ମପୁର: ବୟସ ବଢିବା ସହ ହାଡ ଦୁର୍ବଳ ହେବା ସାଧାରଣ କଥା । କିନ୍ତୁ ଯେତେବେଳେ ଏହି ଦୁର୍ବଳତା ଏକ ସୀମା ଅତିକ୍ରମ କରେ ଏବଂ ହାଡଗୁଡିକ ସହଜରେ ଭାଙ୍ଗିବା ଆରମ୍ଭ କରେ କିମ୍ୱା ହାଡ଼ ସମସ୍ୟା ଆରମ୍ଭ ହୁଏ । ଏହି ଅବସ୍ଥାକୁ ଅଷ୍ଟିଓପୋରୋସିସ କୁହାଯାଏ । ଓଷ୍ଟିଓପୋରୋସିସ୍ ପରି ଅସ୍ଥି ସମସ୍ୟା ଯାହା କିଛି ଦଶନ୍ଧି ପୂର୍ବରୁ ବୟସ ସହିତ ଘଟିଥାଏ, ତଥାପି ଜୀବନଶୈଳୀ ଖରାପ ହେବା ସହ ଖାଦ୍ୟରେ ପୁଷ୍ଟିକର ଅଭାବ ହେତୁ ବର୍ତ୍ତମାନ ଯୁବାଙ୍କ କ୍ଷେତ୍ରରେ ମଧ୍ୟ ଏହି ରୋଗର ଶିକାର ହୋଇଥାନ୍ତି । ସାଧାରଣତଃ ଏପରି ସମୟରେ ମହିଳାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହି ରୋଗ କ'ଣ ଏବଂ କାରଣ ଏବଂ ନିରାକରଣ ବିଷୟରେ କଣ କହୁଛନ୍ତି ବରିଷ୍ଠ ଡାକ୍ତର କୃଷ୍ଣମୋହନ ପାଠୀ ଚାଲନ୍ତୁ ଜାଣିବା,

ଓଷ୍ଟିଓପୋରୋସିସ୍ କ'ଣ ? (ETV Bharat Odisha)


ଛିଦ୍ରମୟ ଅସ୍ଥି ବା ଓଷ୍ଟିଓପୋରୋସିସ୍ କ'ଣ?

ମନୁଷ୍ୟ ଶରୀରର ଗଠନକୁ ନେଇ ରହୁଥିବା ହାଡ଼ ଗୁଡିକୁ ମୁଖ୍ୟତଃ କ୍ୟାଲସିଏଏମ୍ ଏବଂ ମିନେରାଲସ୍ ଭଳି ବିଭିନ୍ନ ଉତ୍ପାଦନ ଉପରେ ନିର୍ଭର କରିଥାଏ । ଆଉ ଯେତେବେଳେ ତାହାର ଅଭାବ ହୋଇଯାଇଥାଏ ସେଥିରେ ପୋରୋସିସ ବା ଛିଦ୍ର ହୋଇଥାଏ । ଯାହା ବହୁତ ସମୟରେ ଜଣାପଡେନାହିଁ । ଏହା ବିଭିନ୍ନ କ୍ଷେତ୍ରରେ କାହାର ବେଳେ ବେଳେ ଯନ୍ତ୍ରଣା ହୋଇଥାଏ ତ ଆଉ କେତେକ କ୍ଷେତ୍ରରେ ଆଦ୍ୟ ଯନ୍ତ୍ରଣା ହୋଇନଥାଏ । ଯାହାକି ହଠାତ୍ କୌଣସି ସ୍ଥାନକୁ ଯାଉଥିବା ବେଳେ ଝୁଣ୍ଟିକି ପଡିଗଲେ ସେଥିରେ ଗୋଟିଏ କୌଣସି ସ୍ଥାନର ହାଡଟି ଭାଙ୍ଗି ଯାଇଥାଏ । ଯାହାକି ଏକ ଚିନ୍ତାଜନକତ ହୋଇଥିବା ବେଳେ ଏହାକୁ ପୂର୍ବରୁ ଏହି ରୋଗ ପାଇଁ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ ଚିକିତ୍ସକ ତଥା ପଦ୍ମଶ୍ରୀ ପ୍ରଫେସର କୃଷ୍ଣମୋହନ ପାଠୀ ।

ଓଷ୍ଟିଓପୋରୋସିସ୍ କ'ଣ ? (Getty)

ଓଷ୍ଟିଓପୋରୋସିସ୍ କାରଣ:-

  • ଶରୀର ଦୁର୍ବଳ ହେବା
  • ଅଧିକ ଧୂମ୍ରପାନ କରିବା
  • ଯୋଗ ଏବଂ ବ୍ୟାୟାମ ନ କରିବା
  • ଖାଦ୍ୟରେ ଭିଟାମିନ D ଏବଂ କ୍ୟାଲସିୟମ ଯୁକ୍ତ ପଦର୍ଥ କମ ହେବା
  • ସନ୍ତୁଳିନ ଖାଦ୍ୟ ନ ଖାଇବା
  • ମାସିକ ଋତୁସ୍ରାବ ଅନିୟମିତତା
  • ଶରୀରରେ ପ୍ରୋଟିନ କମ୍ ହେବା
  • କଲଡ୍ରିଙ୍କ ପିଇବା
  • ଅଧିକ ଲୁଣ ଖାଇବା
    ଓଷ୍ଟିଓପୋରୋସିସ୍ କ'ଣ ? (Getty)


କାହିଁକି ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ?

ମୁଖ୍ୟତଃ ଆମ ଦେଶରେ ୩୫ ବର୍ଷ ପରେ ଏକ ତୃତୀୟାଂଶ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ଛିଦ୍ରମୟ ଅସ୍ଥି ରୋଗ । ଏହି ରୋଗରେ ବହୁଳ ମାତ୍ରାରେ ଆକ୍ରାନ୍ତ ହେଉଥିବା ମହିଳା ମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ହରମୋନ ଜନିତ କାରଣରୁ ମହିଳା ମାନଙ୍କ ଶରୀରରେ ଯେତେବେଳେ ବୟସାଧିକ କାରଣରୁ ଯେତେବେଳେ କମିଯାଏ ସେତେବେଳେ ମହିଳାଙ୍କ ଶରୀରରେ ରହିଥିବା ହାଡର ଶକ୍ତି କ୍ରମଶଃ ଧିରେ ଧିରେ ଦୁର୍ବଳ ହୋଇଯାଇଥାଏ । ମୁଖ୍ୟତଃ ମହିଳା ମାନଙ୍କ କ୍ଷେତ୍ରରେ ୪୦/୪୫ ବର୍ଷ ବୟସ ହୋଇଗଲେ ଏବଂ ମୁଖ୍ୟତଃ ମେନୋପଜ୍ ହୋଇଗଲେ ସେମାନଙ୍କ କ୍ଷେତ୍ରରେ ହରମୋନ କ୍ଷୟ ହୋଇ ଏଭଳି ରୋଗ ଦେଖିବାକୁ ମିଳିଥାଏ ।

ଓଷ୍ଟିଓପୋରୋସିସ୍ କ'ଣ ? (Getty)

ଏହା ମଧ୍ୟ ପଢନ୍ତୁ:ଆଦିବାସୀ ବହୁଳ ଅଞ୍ଚଳରେ କାୟା ବିସ୍ତାର କରୁଛି ଡାଇରିଆ, କାରଣ କହିଲେ ଡାକ୍ତର

ଏହି ରୋଗ ନହେବା ପାଇଁ କ'ଣ କରିବା ଆବଶ୍ୟକ?

ମହିଳାଙ୍କ କ୍ଷେତ୍ରରରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଥିବା ଏହି ଛିଦ୍ରମୟ ଅସ୍ଥି ରୋଗକୁ ନେଇ ୪୦ ବର୍ଷ ହେବା ପୂର୍ବରୁ ସତର୍କତା ସହିତ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା କୁହାଯାଇଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ମହିଳା ମାନେ କେଉଁ କେଉଁ ଖାଦ୍ୟ ଖାଇବାର ଆବଶ୍ୟତା ରହିଛି । ଉକ୍ତ ଖାଦ୍ୟରୁ ରକ୍ତରେ ଜମା ହେଉଥିବା କ୍ୟାଲସିୟମ ଯେପରି ମୁନୁଷ୍ୟ ଶରୀରର ହାଡରେ ପହଞ୍ଚିବ ତାହାକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ନିୟମିତ ଭାବରେ ଶାରୀରିକ ବ୍ୟାୟାମ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ ଚିକିତ୍ସକ । ଯଦି ନିୟମିତ ଭାବରେ ଦୈନିକ ୩୦ ରୁ ୩୫ ମିନିଟ୍ ସକାଳେ ଓ ସନ୍ଧ୍ଯାରେ ଚାଲନ୍ତି ତାହାହେଲେ ଅନେକ ଏଥିରୁ ସୁସ୍ଥ ରହିପାରିବେ ବୋଲି କୁହାଯାଇଛି ।


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details