ଭୁବନେଶ୍ବର: ଆଜିକାଲି ଅଧିକାଂଶ ଲୋକେ ମାଇଗ୍ରେନ ବା ଅର୍ଦ୍ଧକପାଳି ସମସ୍ୟାରେ ପୀଡିତ । ଏହା କିଶୋରଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ କ୍ଷେତ୍ରରେ ଦେଖାଯାଉଛି । ଏଥିରେ ମୁଣ୍ଡର ଗୋଟିଏ ଫାଳରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ସାଧାରଣତଃ ପରିବର୍ତ୍ତିତ ଜୀବନଶୈଳୀ, ପରିବେଶ, ମାନସିକ ଚାପ ଏବଂ ଚିନ୍ତା, ହରମୋନରେ ପରିବର୍ତ୍ତନ, ନିଦ୍ରା ଅଭାବ ଏହାର ପ୍ରମୁଖ କାରଣ । ପରିବାରର କୌଣସି ସଦସ୍ୟଙ୍କୁ ମାଇଗ୍ରେନ ଥିଲେ ପିଲାଙ୍କୁ ବି ହୋଇପାରେ । ତେବେ ଏହି ମୁଣ୍ଡବିନ୍ଧାକୁ ସବୁବେଳେ ସାମାନ୍ୟ ଭାବିବା ଠିକ୍ ନୁହେଁ । ପରବର୍ତ୍ତୀ ସମୟରେ ଏହା ଘାତକ ହୋଇପାରେ । ତେବେ ମାଇଗ୍ରେନ କ'ଣ, ଏହାର ଲକ୍ଷଣ ଏବଂ ନିରାକରଣ ନେଇ ଅଧିକ ସୂଚନା ଦେଇଛନ୍ତି ନ୍ୟୁରୋଲୋଜିଷ୍ଟ ଡାକ୍ତର ଆକାଶ ଅଗ୍ରୱାଲ ।
ମାଇଗ୍ରେନ୍ କ'ଣ:
ଡାକ୍ତର ଆକାଶ ଅଗ୍ରୱାଲ କହିଛନ୍ତି, ଅର୍ଦ୍ଧକପାଳି ବା ମାଇଗ୍ରେନ ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି । ଏହା ଏକ ମୁଣ୍ଡବିନ୍ଧା ଜନିତ ସମସ୍ୟା । ଏଥିରେ ଆକ୍ରାନ୍ତ ରୋଗୀର ମୁଣ୍ଡର ଗୋଟିଏ ପାଖ ଅତ୍ୟଧିକ ଭାବରେ ବିନ୍ଧା ହୋଇଥାଏ । ପ୍ରବଳ ମୁଣ୍ଡବିନ୍ଧା ସହ ବାନ୍ତି ହେବା ଲକ୍ଷଣ ଦେଖାଗଲେ ହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । କାରଣ ମାଇଗ୍ରେନ କାରଣରୁ ଅନେକ ମାରାତ୍ମକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କଠାରେ ମାଇଗ୍ରେନ ସମସ୍ୟା ଅଧିକ ଦେଖାଯାଇଥାଏ ।
ମାଇଗ୍ରେନ ଲକ୍ଷଣ:
ଡାକ୍ତର ଆହୁରି କହିଛନ୍ତି ଯେ, ମାଇଗ୍ରେନରେ ଆଖି ଦରଜ ହେବା, ଅଧା କପାଳ କିମ୍ବା ପୁରା ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହେବା, ଜୋରରେ ଶଦ୍ଦ ଓ ଅଧିକ ଆଲୁଅକୁ ଡର ଲାଗିବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଏହାସହ ବାନ୍ତି ଆସିବା, ଦେହ ଭଲ ନଲାଗିବା, କାମ କରିବାକୁ ଇଚ୍ଛା ନହେବା, ଭୋକ ନ ଲାଗିବା, ଅଧିକ ଝାଳ ବୋହିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ପ୍ରକାଶ ପାଏ । ଏଭଳି ଲକ୍ଷଣ ଦେଖାଗଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
- ଆଖି ଦରଜ ହେବା
- ଅଧା କପାଳ କିମ୍ବା ପୁରା ମୁଣ୍ଡରେ ଭୀଷଣ ଯନ୍ତ୍ରଣା
- ଜୋରରେ ଶଦ୍ଦ ଓ ଅଧିକ ଆଲୁଅକୁ ଡର ଲାଗିବା
- ବାନ୍ତି ଆସିବା, ଦେହ ଭଲ ନଲାଗିବା, କାମ କରିବାକୁ ଇଚ୍ଛା ନହେବା
- ଭୋକ ନ ଲାଗିବା, ଅଧିକ ଝାଳ ବୋହିବା, ଦୁର୍ବଳ ଲାଗିବା
ଏହାର ମୁଖ୍ୟ କାରଣ: