ETV Bharat / health

ତଳି ପେଟରେ ଯନ୍ତ୍ରଣା ରହୁଛି କି ? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ - ABDOMINAL PAIN

ଅନେକ ସମୟରେ ମହିଳାଙ୍କ ତଳି ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଲଗାତାର ଯନ୍ତ୍ରଣା ହେଉଥିଲେ ଜମାରୁ ଅଣଦେଖା କରନ୍ତୁନି । ଏହା କିଛି ମାରାତ୍ମକ ରୋଗର ଲକ୍ଷଣ ହୋଇପାରେ ।

ତଳି ପେଟରେ ଯନ୍ତ୍ରଣା ରହୁଛି କି ?
ତଳି ପେଟରେ ଯନ୍ତ୍ରଣା ରହୁଛି କି ? (Pexel)
author img

By ETV Bharat Health Team

Published : Dec 24, 2024, 11:31 AM IST

ତଳି ପେଟରେ ଯନ୍ତ୍ରଣା ମହିଳାଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା । କିନ୍ତୁ ବେଳେବେଳେ କିଛି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ । ଯଦି କେହି ମହିଳା କ୍ରମାଗତ ଭାବେ ଏହି ପ୍ରକାର ଯନ୍ତ୍ରଣା ଅନୁଭବ କରନ୍ତି ତେବେ ସେ ଏହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଯାଞ୍ଚ ଓ ଚିକିତ୍ସା କରିବା ଆବଶ୍ୟକ ।

ଅଧିକାଂଶ ସମୟରେ ମହିଳାମାନେ ତଳି ପେଟରେ (lower abdomen) ଯନ୍ତ୍ରଣା ହେଉଥିବା ଅଭିଯୋଗ କରନ୍ତି । ଏହି ଯନ୍ତ୍ରଣା ସାମାନ୍ୟରୁ ଅସହ୍ୟ ହୋଇପାରେ । ଏହାଯୋଗୁଁ ପୀଡିତାଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ । ବିଶେଷଜ୍ଞଙ୍କ କହିବା କଥା, ଏହା ସାଧାରଣ ହୋଇପାରେ କିମ୍ବା ଏହା ପଛରେ କିଛି ଗମ୍ଭୀର ସମସ୍ୟା ଥାଇପାରେ । ସାଧାରଣତଃ ମାସିକ ଋତୁସ୍ରାବ, ପାଚନ ତନ୍ତ୍ରରେ ସମସ୍ୟା ତଳି ପେଟ ଯନ୍ତ୍ରଣା କରିଥାଏ । ତେବେ ୟୁରିନାରୀ ସିଷ୍ଟମ କିମ୍ବା ରିପ୍ରଡକ୍ଟିଭ ଅର୍ଗାନ ସହ ଜଡିତ ସମସ୍ୟା ତଥା ପ୍ରଜନନ ପ୍ରଣାଳୀ ସହ ଜଡିତ କ୍ୟାନ୍ସର ଯୋଗୁଁ ମଧ୍ୟ ଏପରି ଯନ୍ତ୍ରଣା ଅନୁଭବ ହୋଇଥାଏ ।

ତଳି ପେଟରେ ଯନ୍ତ୍ରଣା କାରଣ:

ବେଙ୍ଗାଲୁରୁର ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ଜୟନ୍ତୀ କେ ୱାଡେକର କହିଛନ୍ତି ଯେ, ମହିଳାଙ୍କ ତଳି ପେଟରେ ଯନ୍ତ୍ରଣା ହେବାର ଅଧିକାଂଶ କାରଣ ଋତୁସ୍ରାବ କିମ୍ବା ପ୍ରଜନନ ପ୍ରଣାଳୀରେ ସମସ୍ୟା ହୋଇଥାଏ । ବେଳେବେଳେ ମୂତ୍ରନଳୀ ସଂକ୍ରମଣ, ହଜମ ପ୍ରକ୍ରିୟା ଓ ମାଂସପେଶୀ ସହିତ ଜଡିତ ସମସ୍ୟା ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ ।

  • ମାସିକ ଋତୁସ୍ରାବ ବା ଋତୁସ୍ରାବ ସମୟରେ ସବୁ ବୟସର ମହିଳାଙ୍କ ତଳି ପେଟରେ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ସମସ୍ତଙ୍କଠାରେ କମ୍ ବେଶୀ ହୋଇପାରେ । ବେଳେବେଳେ ଡିସମେନୋରିୟା (dysmenorrhea) ଯୋଗୁଁ ମଧ୍ୟ ଯନ୍ତ୍ରଣା ହୋଇପାରେ ।
  • ଏକ୍ଟୋପିକ ପ୍ରେଗନେନ୍ସିରେ ବି ତଳି ପେଟର ଗୋଟିଏ ଭାଗରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
  • ଇଣ୍ଟରଷ୍ଟିସିଆଲ ସିଷ୍ଟିସିସ୍, ଏଣ୍ଡ୍ରୋମେଟ୍ରିଓସିସ୍, ଫାଇବ୍ରୋଏଡ ବା ରିପ୍ରଡକ୍ଟିଭ ଅର୍ଗାନ ସହ ଜଡିତ କେତେକ ଅନ୍ୟ ସମସ୍ୟା ଯେପରିକି ଓଭରିଆନ ସିଷ୍ଟ, ପିସିଓଡି ତଥା ପିସିଓଏସ ଯୋଗୁଁ ପେଟର ତଳ ଭାଗରେ ହାଲୁକା ଯନ୍ତ୍ରଣା ହୋଇପାରେ ।
  • ମୂତ୍ରନଳୀ ସଂକ୍ରମଣ କାରଣରୁ ପରିସ୍ରା କରିବା ସମୟରେ ମୂତ୍ରନଳୀ ତଥା ଯୋନିରେ ପୋଡାଜଳା ଓ ଯନ୍ତ୍ରଣା ସହିତ ତଳି ପଟେରେ ଲଗାତାର ଯନ୍ତ୍ରଣା ଅନୁଭବ ହୋଇପାରେ ।
  • ଏହି ଯନ୍ତ୍ରଣା ପେଲଭିକ ଫ୍ଲୋର ଡିସଫଙ୍କସନ, ପେଲଭିକ ଇନଫ୍ଲାମେଟୋରୀ ଡିଜିଜ ତଥା ଯୌନ ସମ୍ପର୍କ ଦ୍ବାରା ସଂକ୍ରମଣର ଲକ୍ଷଣ ମଧ୍ୟ ହୋଇପାରେ ।
  • ହଜମ ସମସ୍ୟା ଯୋଗୁଁ ବେଳେବେଳେ ତଳି ପେଟରେ ଯନ୍ତ୍ରଣା ହୋଇଥାଏ ।
  • ଏହାବ୍ୟତୀତ ଆହୁରି କିଛି କାରଣ ଅଛି ଯେଉଁଥିପାଇଁ ତଳି ପେଟରେ ଯନ୍ତ୍ରଣା ହୋଇଥାଏ । ଅଧିକ ସମୟ ଯାଏଁ ପରିସ୍ରା ରୋକିବାର ଅଭ୍ୟାସ, କିଡନୀ ଷ୍ଟୋନ, ହାର୍ନିଆ, ମାଂସପେଶୀ ଷ୍ଟ୍ରେନ, ଆପେଣ୍ଡିସାଇଟସ୍ ଇତ୍ୟାଦି । ବେଳେବେଳେ ଅତ୍ୟଧିକ ସେକ୍ସ ଯୋଗୁଁ ମଧ୍ୟ ଯନ୍ତ୍ରଣା ହୋଇପାରେ ।
  • ଏହି ଯନ୍ତ୍ରଣା କେତେକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ ଯେପରିକି- ଏଣ୍ଡୋମେଟ୍ରିଆଲ କ୍ୟାନ୍ସର, ସର୍ଭାଇକାଲ କ୍ୟାନ୍ସର ବା ଓଭରିଆନ କାର୍ସିନୋମା/କ୍ୟାନ୍ସର

ଆଦୌ କରନ୍ତୁନି ଅଣଦେଖା:

ଡଃ ଜୟନ୍ତୀ ୱାଡେକର କହିଛନ୍ତି, ଯଦିଓ ମହିଳାଙ୍କଠାରେ ତଳି ପେଟ ଯନ୍ତ୍ରଣା ଅତି ସାଧାରଣ କଥା ହେଲେ ବାରମ୍ବାର କିମ୍ବା ଲଗାତାର ଏହି ଯନ୍ତ୍ରଣା ହେବା, ପେଟ ଓଜନିଆ ଲାଗିବା, ପରିସ୍ରା ପୋଡା, ଋତୁସ୍ରାବରେ ଅତ୍ୟଧିକ ରକ୍ତସ୍ରାବ, ବାନ୍ତି ଲାଗିବା, ଜ୍ବର ହେବା ଭଳି ଲକ୍ଷଣ ଆସୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଏଥିପାଇଁ ଡାକ୍ତର ଅଲଟ୍ରାସାଉଣ୍ଡ, ବ୍ଲଡ ଟେଷ୍ଟ କିମ୍ବା ୟୁରିନ ଟେଷ୍ଟ ପାଇଁ ପରାମର୍ଶ ଦେଇପାରନ୍ତି ।

କିପରି ବର୍ତ୍ତିବେ ?

ଡାକ୍ତର କହିବା ଅନୁସାରେ ତଳି ପେଟରେ ଯନ୍ତ୍ରଣା ଦୂର କରିବା ପାଇଁ ନିମ୍ନୋଲିଖିତ କେତେକ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।

  • ଋତୁସ୍ରାବ ଏବଂ ଶୌଚାଳୟ ବ୍ୟବହାର କରିବା ସମୟରେ ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ ।
  • ପାଚନ ଓ ୟୁରିନାରି ସ୍ବାସ୍ଥ୍ୟ ପାଇଁ ପ୍ରଚୁର ପାଣି ପିଅନ୍ତୁ ।
  • ପରିସ୍ରା ଲାଗୁଥିଲେ ରୋକନ୍ତୁନି । ନିୟମିତ ବ୍ୟବଧାନରେ ପରିସ୍ରା କରନ୍ତୁ ।
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଯାହା ଫାଇବର ଓ ପୋଷକ ତତ୍ତ୍ବରେ ଭରପୂର ହୋଇଥିବ ।
  • ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ ।
  • ତଳି ପେଟରେ ଲଗାତାର ଯନ୍ତ୍ରଣା ହେଉଥିଲେ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ସହ ଯୋଗଯୋଗ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: କଞ୍ଚା ଅମୃତଭଣ୍ଡା କମାଏ କ୍ୟାନ୍ସର ବିପଦ, ଅଧ୍ୟୟନରେ ଖୁଲାସା - RAW PAPAYA HEALTH BENEFITS

ଏହା ମଧ୍ୟ ପଢନ୍ତୁ: ମଧୁମେହ ଓ ହୃଦରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ? ଆଜିଠୁ କରନ୍ତୁ ଏହି ଅଭ୍ୟାସ - BENEFITS OF BRISK WALKING

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.