ଓଡିଶା

odisha

ETV Bharat / health

ଲୁଚାଇ ପାରିବେନି ବୟସ, ଏହି ଟେଷ୍ଟ ଖୋଲିଦେବ ସତ

ବୋନ ଓସିଫିକେସନ ଟେଷ୍ଟ କ'ଣ ? ଯେଉଁଥିରୁ ଜଣାପଡିବା ବାବା ସିଦ୍ଦିକ ହତ୍ୟାକାଣ୍ଡର ଅଭିଯୁକ୍ତ ନାବାଳକ ନୁହେଁ ସାବାଳକ । ପଢନ୍ତୁ ପୁରା ଖବର

By ETV Bharat Health Team

Published : 5 hours ago

ବୋନ ଓସିଫିକେସନ ଟେଷ୍ଟ କ'ଣ
ବୋନ ଓସିଫିକେସନ ଟେଷ୍ଟ କ'ଣ (ETV Bharat)

What is bone ossification test: ବହୁଚର୍ଚ୍ଚିତ ବାବା ସିଦ୍ଦିକ ମର୍ଡର କେସରେ ପୋଲିସ ଏବେସୁଦ୍ଧା 3 ଜଣ ଅଭିଯୁକ୍ତକୁ ଗିରଫ କରିସାରିଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଧର୍ମରାଜ କଶ୍ୟପ ନିଜକୁ ନାବାଳକ ବୋଲି ଦାବି କରୁଥିଲା । ଏହାର ଯାଞ୍ଚ କରିବାକୁ କୋର୍ଟ ଅଭିଯୁକ୍ତର ବୋନ ଓସିଫିକେସନ ଟେଷ୍ଟ ବା ହାଡର ଅସ୍ଥିକରଣ ପରୀକ୍ଷା (Bone Ossification Test) କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରୀକ୍ଷା ପରେ ଜଣାପଡିଲା ଯେ, ଅଭିଯୁକ୍ତ ଧର୍ମରାଜ ନାବାଳକ ନୁହେଁ ବରଂ ସାବାଳକ । ତେବେ କ'ଣ ଏହି ଓସିଫିକେସନ ଟେଷ୍ଟ ? କ'ଣ ବସ୍ତବରେ ଏହି ଟେଷ୍ଟ ଦ୍ବାରା ଜଣେ ବ୍ୟକ୍ତିର ସଠିକ୍ ବୟସ ଜଣାପଡିଥାଏ ? ଚାଲନ୍ତୁ ଜାଣିବା ଏହା ବିଷୟରେ...

Bone Ossification ଏକ ଚିକିତ୍ସା ପଦ୍ଧତି ଅଟେ, ଯାହାକି କୌଣସି ବ୍ୟକ୍ତିର ବୟସ ନିର୍ଦ୍ଧାରିତ କରିବା ପାଇଁ ହାଡ଼ର ବିଶ୍ଲେଷଣ କରିଥାଏ । ଏହି ଟେଷ୍ଟ ପାଇଁ ଶରୀରର କିଛି ହାଡ ଯେମିତିକି ବେକ ପାଖରେ ଥିବା କ୍ଲାଭିକାଲ (Clavicle), ଛାତିରେ ଥିବା ଷ୍ଟର୍ନମ (Sternum) ଓ ପେଲଭିସ (Pelvis)ର ଏକ୍ସ-ରେ କରାଯାଏ । ଏହି ହାଡଗୁଡିକ ଏଥିପାଇଁ ଚୟନ କରାଯାଏ କାରଣ ବୟସ ବଢିବା ସହିତ ଏଗୁଡିକର ଆକାରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ହୋଇଥାଏ ।

ଯେହେତୁ ମଣିଷର ଶାରିରୀକ ବିକାଶ ସହିତ ଏହି ହାଡଗୁଡିକ କଠିନ ହୋଇଥାଏ ଏବଂ ପରସ୍ପର ସହ ଯୋଡି ହୋଇଯାଏ, ତେଣୁ ହାଡ ବୟସ ନିର୍ଦ୍ଧାରଣ ପାଇଁ ଏକ ପ୍ରକ୍ରିୟା ହୋଇପାରେ । ଏହି କାରଣରୁ ବାବା ସିଦ୍ଦିକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତର ବୟସ ଜାଣିବା ପାଇଁ ବୋନ ଓସିଫିକେସନ ଟେଷ୍ଟ ବା ହାଡ ପରୀକ୍ଷା କରାଗଲା । ଭାରତୀୟ ଅଦଲାତ ଅନେକ ମାମଲାରେ ଏହି ଟେଷ୍ଟର ସାହାରା ନେଇଥାନ୍ତି । ହେଲେ ବେଳେବେଳେ ବୟସ ନିର୍ଦ୍ଧାରଣ ପାଇଁ ବୋନ ଓସିଫିକେସନ ଟେଷ୍ଟ ପଦ୍ଧିତକୁ ଶତ ପ୍ରତିଶତ ଠିକ୍ ବିଚାର କରାଯାଏ ନାହିଁ ଏବଂ ଏଣୁ ଏହି ପ୍ରମାଣ ନିର୍ଣ୍ଣାୟକ ହୋଇନଥାଏ ।

ଏଠି କହିରଖୁଛୁ କି, ଓସିଫିକେସନ ହେଲା ଯେକୌଣସି ମଣିଷର ହାଡ ଗଠନ ପ୍ରକ୍ରିୟା, ଯାହା ବାଲ୍ୟବସ୍ଥାରୁ ନେଇ କିଶୋରବସ୍ଥା ଯାଏଁ ଚାଲେ ।

ଖେଳାଳିଙ୍କ ବୟସ କରିପାରେ ନିର୍ଦ୍ଧାରଣ:

ଅନେକ ସମୟରେ ଆପଣ ଦେଖିଥିବେ କିଛି ଖେଳାଳି ନିଜର ବୟସ କମାଇ ଅଣ୍ଡର-17 କିମ୍ବା ଅଣ୍ଡର-19 ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚେଷ୍ଟା କରିଥାନ୍ତି । ଏପରି ସ୍ଥିତିରେ ହାଡର ଅସ୍ଥିକରଣ ପରୀକ୍ଷା (Bone Ossification Test) ଦ୍ବାରା ଉକ୍ତ ଖେଳାଳିଙ୍କ ସଠିକ୍ ବୟସ ଜଣାପଡିପାରେ । ତେଣୁ କେହି ଯଦି ନିଜ ବୟସ ଲୁଚାଇବାକୁ ଚେଷ୍ଟା କରିଥାଏ ତାହେଲେ ତାଙ୍କ ବିରୁଦ୍ଧରେ କ୍ରୀଡା କର୍ତ୍ତୃପକ୍ଷ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଏ ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ଚା' ସହ ଭୁଲରେ ଖାଆନ୍ତୁନି ଏହିସବୁ ଖାଦ୍ୟ

ଏହା ମଧ୍ୟ ପଢନ୍ତୁ: BP, ମଧୁମେହ ଓ ହାର୍ଟଆଟାକ୍ ରହିବ କୋଷେ ଦୂରରେ, ଯଦି ପ୍ରତିଦିନ କରିବେ ଏହି କାମ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details