ବ୍ରେନ ଟ୍ୟୁମର ଏକ ଗମ୍ଭୀର ରୋଗ ଅଟେ । ଏଥିରେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ବୃଦ୍ଧି ପାଇଥାଏ । ବୟସ୍କଙ୍କଠାରୁ ନେଇ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କୁ ଏହି ରୋଗ ହୋଇପାରେ । ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ଏବେ ସମଗ୍ର ବିଶ୍ବର ଏହି ଟ୍ୟୁମର ମାମଲା ବଢି଼ ଚାଲିଛି । ତେବେ ଅନେକ ଲୋକ ବ୍ରେନ ଟ୍ୟୁମର ଲକ୍ଷଣକୁ ସାଧାରଣ ଭାବି ଅବହେଳା କରିଥାନ୍ତି । ଯାହାଫଳରେ ଟ୍ୟୁମର ବୃଦ୍ଧି ପାଇ ଗୁରୁତର ହୋଇଯାଏ ।
ବ୍ରେନ ଟ୍ୟୁମର ଦୁଇ ପ୍ରକାରର କ୍ୟାନ୍ସର ବ୍ରେନ ଟ୍ୟୁମର ଓ ବିନା କ୍ୟାନ୍ସରର ବ୍ରେନ ଟ୍ୟୁମର । କ୍ୟାନ୍ସର ବ୍ରେନ ଟ୍ୟୁମର ମସ୍ତିଷ୍କରେ ବିକାଶ ହୋଇ ଧୀରେ ଧୀରେ ଅନ୍ୟ ଭାଗକୁ ବ୍ୟାପିଥାଏ । ଚିକିତ୍ସା ପରେ ଏହା ପୁଣିଥରେ ହେବାର ସମ୍ଭାବନା ରହିଥାଏ । ତେବେ ସମସ୍ତ ବ୍ରେନ ଟ୍ୟୁମର କ୍ୟାନ୍ସର ହୋଇନଥିଲା ।
ବିନା କ୍ୟାନ୍ସରର ଟ୍ୟୁମର ଧୀର ଧୀରେ ବିକାଶିତ ହୋଇଥାଏ । ଏହାର ଚିକିତ୍ସା କରାଯିବା ପରେ ପୁଣି ଥରେ ଟ୍ୟୁମର ହେବାର ସମ୍ଭାବନା କମ୍ ଥାଏ ।
ବ୍ରେନ ଟ୍ୟୁମର ଲକ୍ଷଣ:
- ବାରମ୍ବାର ମୁଣ୍ଡବିନ୍ଧା ହେବା
- ଝାପ୍ସା ଦେଖାଯିବା
- ଦୂରଦୃଷ୍ଟି ଦୁର୍ବଳ ହେବା
- ସ୍ମରଣ ଶକ୍ତି କମିବା
- ନିଦ୍ରା ସମସ୍ୟା
- ଦୈନିକ ଗତିବିଧିରେ ପରିବର୍ତ୍ତନ
- ଥକ୍କାପଣ ଅନୁଭବ
- ବୁଝିବା ଓ ଭାବିବା କ୍ଷମତା କମିବା
- ବାନ୍ତି ଲାଗିବା/ବାନ୍ତି ହେବା
ଯଦି ଏହିସବୁ ସମସ୍ୟା ନିୟମିତ ଦେଖାଯାଉଛି ତେବେ ଆଦୌ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବ୍ରେନ ଟ୍ୟୁମରର ବିଭିନ୍ନ କାରଣ ହୋଇପାରେ, ଯେପରିକି:-
ଡିଏନଏରେ ପରିବର୍ତ୍ତନ:ମସ୍ତିଷ୍କ କିମ୍ବା ଏହାର ଆଖପାଖ କୋଷିକାର ଡିଏନଏ ପରିବର୍ତ୍ତନ ହେଲେ ବ୍ରେନ ଟ୍ୟୁମର ହୋଇଥାଏ । ଏହି ପରିବର୍ତ୍ତିତ କୋଷିକା ତୀବ୍ର ଭାବେ ବଢିବାକୁ ଲାଗିଥାଏ ।
ରେଡିଏସନର କୁପ୍ରଭାବ: କୌଣସି ବ୍ୟକ୍ତି ଆୟୋନାଇଜିଂ ରେଡିଏସନ ସମ୍ପର୍କରେ ଆସିଲେ ବ୍ରେନ ଟ୍ୟୁମର ଆଶଙ୍କା ବଢିଥାଏ ।