ହାଇଦ୍ରାବାଦ:ଶୀତ ଦିନେ ସାଧାରଣତଃ ତ୍ବଚା ଓ କେଶ ସମସ୍ୟା ଦେଖାଦେଇଥାଏ । ଥଣ୍ଡା କାରଣରୁ ତ୍ବଚା ରୁକ୍ଷ ହୋଇ ଫାଟିଥାଏ । ଏହାସହ କେଶର ମୂଳ ଦୁର୍ବଳ ହେବା କାରଣରୁ କେଶ ଝଡିଥାଏ। ରୂପି ସମସ୍ୟା ମଧ୍ୟ ଦେଖାଦିଏ । ଏଭଳି ସ୍ଥିତିରେ କେଶ ଝଡିବାରୁ ମୁକ୍ତି ପାଇଁ ଗରମ ତେଲ ମସାଜ କରିବା ଦ୍ବାରା କେଶକୁ ପୋଷଣ ମିଳିଥାଏ । ଡାକ୍ତରଙ୍କ ପରାମର୍ଶ ମୁତାବକ, ମୁଣ୍ଡରେ ତେଲ ମସାଜ କରିବା ଦ୍ବାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ । ଏହାସହ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଖାଲି ସେତିକି ନୁହେଁ, ତେଲ ମାଲିସ କରିବା ଦ୍ବାରା ଥକ୍କାପଣ ଦୂର ହୋଇ ଆରାମ ଲାଗିବା ସହ ଭଲ ନିଦ ମଧ୍ୟ ହୋଇଥାଏ ।
ନଡିଆ ତେଲ କେଶ ପାଇଁ ଖୁବ ଲାଭଦାୟକ । ଏହି ତେଲକୁ ଆପଣ କେଶରେ ଲଗାଇବା ସହ କେଶର ମୂଳକୁ ଭଲ ଭାବେ ମସାଜ କରିପାରିବେ । ଏହା କେଶର ମୂଳକୁ ମଜବୁତ କରିବା ସହ ବ୍ୟାକ୍ଟେରିଆ ସଂକ୍ରମଣରୁ ରୋକିଥାଏ । ନଡିଆ ତେଲକୁ ନଖ ଉଷୁମ କରି କେଶର ମୂଳରେ ପ୍ରଥମେ ଲଗାନ୍ତୁ ଓ କିଛି ସମୟ ପରେ ମୁଣ୍ଡକୁ ଭଲଭାବେ ଧୋଇ ଦିଅନ୍ତୁ ।
କେଶକୁ ସିଲକି ଏବଂ ଚମକଦାର କରିବାକୁ ଚାହୁଁଥିଲେ ଏହି ତେଲ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହା କେଶର ମୂଳରେ ଥିବା ଚର୍ମକୁ ସୁରକ୍ଷା ଦେବା ସହ ରୁକ୍ଷତା ଦୂର କରିଥାଏ । ଏହାକୁ ଉଷୁମ କରି କେଶରେ ଲଗାଇ ପାଖାପାଖି ଅଧ ଘଣ୍ଟା(30 ମିନିଟ୍) ପର୍ଯ୍ୟନ୍ତ ରଖନ୍ତୁ । ପରେ କେଶକୁ ଭଲଭାବେ ଧୋଇ ନିଅନ୍ତୁ ।