ଓଡିଶା

odisha

ETV Bharat / health

ଏହି ୬ ପ୍ରକାର ଖାଦ୍ୟ ଖାଆନ୍ତୁ, ଥାଇରଏଡ ସମସ୍ୟାର ସମାଧାନ କରନ୍ତୁ ! - FOODS FOR THYROID

ଆପଣଙ୍କ ଥାଇରଏଡ ସମସ୍ୟା ରହିଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର ଏବଂ ପ୍ରତିଦିନ ଖାଆନ୍ତୁ ଏହି ୬ଟି ଖାଦ୍ୟ ପଦାର୍ଥ ।

Thyroid care starts in the kitchen
Thyroid care starts in the kitchen (Freepik)

By ETV Bharat Odisha Team

Published : Jan 22, 2025, 4:38 PM IST

ହାଇଦ୍ରାବାଦ: ଆପଣ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଯଦି ହିଁ, ଆସନ୍ତୁ ଜାଣିବା ଏପରି ୬ଟି ଖାଦ୍ୟ ଯାହା ଆପଣଙ୍କ ଥାଇରଏଡ ସମସ୍ୟାକୁ ସମାଧାନ କରିପାରିବ । ଥାଇରଏଡ୍ ଆପଣଙ୍କ ଗଳାରେ ପ୍ରଜାପତି ଆକୃତିର ଏକ ଗ୍ରନ୍ଥି । ଏହା ଛୋଟ ହୋଇପାରେ କିନ୍ତୁ ଏହାର ବଡ଼ ଭୂମିକା ଅଧିକ । ଶରୀରରେ ହରମୋନ କ୍ଷରଣ ପାଇଁ ଏହା ଦାୟୀ ଅଟେ । ଯାହା ମେଟାବୋଲିଜିମ, ଶକ୍ତି ଏବଂ ଆପଣଙ୍କ ମନୋବଳକୁ ନିୟନ୍ତ୍ରଣ କରିଥାଏ ।

ଥାଇରଏଡ୍ କେବଳ ଚିକିତ୍ସା କିମ୍ବା ମେଡି଼ସିନ ଦ୍ବାରା ଭଲ କରାଯାଇ ପାରିବ ତାହା ନୁହେଁ । ଘରୋଇ ଉପଚାର ମାଧ୍ୟମରେ ବି ଉପଶମ ମିଳିପାରିବ । ଏହି ୬ଟି ଖାଦ୍ୟ ଖାଆନ୍ତୁ, ଥାଇରଏଡ ସମସ୍ୟାରୁ ମିଳିପାରେ ଉପଶମ । ଏନେଇ କିଛି ତଥ୍ୟ ଦେଇଛନ୍ତି କ୍ଲିନିକାଲ୍ ଡାଏଟିସିଆନ୍ ଡକ୍ଟର ରିଦ୍ଧିମା ଖାମସେରା

Location of the thyroid gland (Freepik)

ବ୍ରାଜିଲ ବାଦାମ:

ବ୍ରାଜିଲ ବାଦାମରେ ସେଲେନିୟମ୍ ଭରପୁର ରହିଛି । ସେଲେନିୟମ୍ ଇନଆକ୍ଟିଭ T4 ଥାଇରଏଡ୍ ହରମୋନକୁ T3ରେ ପରିଣତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯାହା ଆମ ଶରୀର ବ୍ୟବହାର କରିପାରିବ । ଏନେଇ ଡକ୍ଟର ରିଦ୍ଧିମା ଖାମସେରାକହିଛନ୍ତି ,"ଦିନକୁ ମାତ୍ର ଗୋଟିଏ କିମ୍ବା ଦୁଇଟି ବ୍ରାଜିଲ ବାଦାମ ଖାଇଲେ ଆପଣଙ୍କ ଶରୀରକୁ ଥାଇରଏଡକୁ ଆବଶ୍ୟକୀୟ ସେଲେନିୟମ ଯୋଗାଇପାରିବ । ଥାଇରଏଡର କାର୍ଯ୍ୟରେ ସହାୟକ ହୋଇପାରିବ ।"

Brazil nuts (Freepik)

ଫର୍ମିନେଣ୍ଟ ଫୁଡ଼:

ଫର୍ମିନେଣ୍ଟ ଫୁଡ୍ ପ୍ରାୟତଃ ସ୍ବାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ । ଏଥିରେ 'ଟାଇରୋସିନ୍ ' ନାମକ ଏକ ଆମିନୋ ଏସିଡ୍ ଥାଏ । ଯାହା ଥାଇରଏଡ୍ ହରମୋନର ଗ୍ରନ୍ଥି ତିଆରି କରିବାରେ ସାହାଯ୍ୟ କରେ । ଫର୍ମିନେଣ୍ଟ ଫୁଡ ଶରୀରକୁ ଦ୍ବିଗୁଣିତ ଲାଭ ପ୍ରଦାନ କରେ । ଏହା ପାକସ୍ଥଳୀକୁ ଠିକ୍ ରଖେ ଏବଂ ଥାଇରଏଡ୍‌କୁ ହରମୋନ୍ ତିଆରି କରିବା ପାଇଁ ଆବଶ୍ୟକ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ।

ମୂଳା :

ଅନ୍ୟ ପନିପରିବା ଅପେକ୍ଷା ମୂଳାରେ ଅଧିକ ଶକ୍ତି ଥାଏ । ମୂଳାରେ ରାଫାନିନ୍ ଥାଏ, ଯାହା ଥାଇରଏଡ୍ ହରମୋନ ଉତ୍ପାଦନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେବେ ଡାକ୍ତର ଖାମସେରା କହିଛନ୍ତି," ମୂଳା ଶରୀରରେ ହରମୋନ୍ ସନ୍ତୁଳନ ବଜାୟ ରଖିବା ପାଇଁ ଅତ୍ୟନ୍ତ ଲାଭଦାୟକ ।ଏହାକୁ ସାଲାଡରେ ବ୍ୟବହାର କରି ଖାଇପରିବେ ।"

Leafy greens are rich in magnesium and iron (Freepik)

ଫ୍ୟାଟି ଫିସ୍ (ଚର୍ବି ମାଛ) :

ସାଲମନ ଏବଂ ମ୍ୟାକେରେଲ ପରି ଚର୍ବି ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଭରପୁର ରହିଥାଏ । ଯାହା ଇନଫ୍ଲାମେସନକୁ (ଥାଇରଏଡ୍ ରୋଗରେ ଏକ ସାଧାରଣ ସମସ୍ୟା ) ହ୍ରାସ କରେ । ଦୀର୍ଘକାଳୀନ ଇନଫ୍ଲାମେସନ ଥାଇରଏଡ୍ ସମସ୍ୟାକୁ ଆହୁରି ଖରାପ କରିପାରେ । ଏହାର ମୁକାବିଲା ପାଇଁ ଓମେଗା-3 ଫ୍ୟାଟି ଏସିଡ୍ ଏକ ଉତ୍ତମ ଉପାୟ ।ସେହିପରି ଏହି ମାଛଗୁଡ଼ିକରେ ଆୟୋଡିନ୍ ମଧ୍ୟ ଭରପୁର ରହିଥାଏ । ଯାହା ଥାଇରଏଡ୍ ହରମୋନ୍ ଉତ୍ପାଦନ ପାଇଁ ଏକ ପ୍ରମୁଖ ଖଣିଜ ପଦାର୍ଥ ଅଟେ ।

ଏହା ମଧ୍ୟ ପଢନ୍ତୁ...ବ୍ୟାୟାମ ପରେ ଥଣ୍ଡା ପାଣି ପିଉଥିଲେ ସାବଧାନ ! ହୋଇପାରେ .... - DRINKING WATER AFTER WORKOUT

ଏହା ମଧ୍ୟ ପଢନ୍ତୁ...ଏସବୁ ଲକ୍ଷଣ ଅଛି କି ? ଯକୃତ ପ୍ରତି ବଢ଼ିପାରେ ବିପଦ, କଣ କହୁଛି NIH ରିପୋର୍ଟ ? - LIVER DISEASE SYMPTOMS

ଏହା ମଧ୍ୟ ପଢନ୍ତୁ...ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ? କଣ କୁହନ୍ତି ବିଶେଷଜ୍ଞ - EFFECTS OF JAGGERY ON DIABETES

ଅଣ୍ଡା:

ଅଣ୍ଡାରେ ଆୟୋଡିନ ଏବଂ ସେଲେନିୟମ୍ ଥାଏ । ଯାହା ଥାଇରଏଡ୍ ପାଇଁ ପୁଷ୍ଟିକର ପଦାର୍ଥ ଅଟେ । ଅଣ୍ଡା ଖାଇବା ଦ୍ବାରା ଆପଣ ଉଭୟ ଆୟୋଡିନ୍ ଏବଂ ସେଲେନିୟମ୍ ପାଇପାରିବେ ।

Make eggs part of your nutrition plan (Freepik)

ସବୁଜ ପତ୍ରଯୁକ୍ତ ଖାଦ୍ୟ:

ପାଳଙ୍ଗ ଶାଗ , ମେଥି ଶାଗ ଏବଂ ମୁନିକା ଶାଗ ଇତ୍ୟାଦି କେବଳ ଆପଣଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ଭଲ ତାହା ନୁହେଁ । ଏହା ଥାଇରଏଡ୍ ପାଇଁ ମଧ୍ୟ ଉତ୍ତମ ଖାଦ୍ୟ । ଏଥିରେ ମ୍ୟାଗ୍ନେସିୟମ ଏବଂ ଲୌହ ଭରପୁର ରହିଥାଏ । ଯାହା ଥାଇରଏଡ୍ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହରମୋନ କ୍ଷରଣରେ ସାହାଯ୍ୟ କରେ ।

(Disclaimer: ଏଠାରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ ।)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details