ହାଇଦ୍ରାବାଦ:ଆଜିକାଲି ସମୟରେ ଲୋକମାନଙ୍କ ଖାଦ୍ୟ ଅଭ୍ୟାସ ଏବଂ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅଧିକ ତେଲଯୁକ୍ତ ଖାଦ୍ୟ, ମସଲାଯୁକ୍ତ ଓ ଜଙ୍କଫୁଡ୍ ଖାଇବା ଦ୍ବାରା ଲୋକଙ୍କଠାରେ ହାଇ କୋଲେଷ୍ଟ୍ରଲ ସମସ୍ୟା ଦେଖାଦିଏ । ଏଭଳି ଖାଦ୍ୟଶୈଳୀ ପାଇଁ ମେଦବହୁଳତା ଓ ହାଇ କୋଲେଷ୍ଟ୍ରଲ ଭଳି ସମସ୍ୟା ସୃଷ୍ଟି ହୁଏ । ଫଳରେ ହୃଦଘାତ ହେବାର ଆଶଙ୍କା ବଢିଥାଏ । ଶରୀରରେ କୋଲେଷ୍ଟ୍ରଲ ଲେବଲ ଅଧିକ ଥିବା ନେଇ ଅନେକ ଲୋକ ବହୁତ ଡେରିରେ ଜାଣିବାକୁ ପାଆନ୍ତି । ସେତେବେଳକୁ ସ୍ଥିତି ଅଧିକ ଗମ୍ଭୀର ହୋଇଯାଏ । ତେବେ ରାତିରେ ଶୋଇବା ବେଳେ ଶରୀରରେ ଏଭଳି କିଛି ଲକ୍ଷଣ ଦେଖାଦିଏ, ଯେଉଁଥିରୁ ଜାଣି ହେବ ଯେ, ଶରୀରରେ କୋଲେଷ୍ଟ୍ରଲର ସ୍ତର ଅଧିକ ଅଛି । ତେବେ ବ୍ରିଟିଶ ହାର୍ଟ ଫାଉଣ୍ଡେସନଅନୁସାରେ, ରାତି 10ଟାରେ ଶୋଇବା ସମୟରେ ଏଭଳି କିଛି ଲକ୍ଷଣ ଦେଖାଗଲେ ତାହା ହାଇ କୋଲେଷ୍ଟ୍ରଲର କାରଣ ହେଇପାରେ । ଜାଣନ୍ତୁ ସେ ଲକ୍ଷଣଗୁଡିକ କ'ଣଲ ?...
ଛାତିରେ ଯନ୍ତ୍ରଣା:
ବିଶେଷଜ୍ଞଙ୍କ ମତରେ, ରାତିରେ ଶୋଇବା ପରେ ହାଇ କୋଲେଷ୍ଟ୍ରଲ ଥିବା ଲୋକମାନେ ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି । ହାର୍ଟକୁ ରକ୍ତ ଯୋଗାଣ କରୁଥିବା ନାଳୀରେ କୋଲେଷ୍ଟ୍ରଲ୍ ଜମା ହେବା ଫଳରେ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଦିଏ । ଫଳରେ ଶୋଇବା ସମୟରେ ଛାତି ଟାଣି ହେବା, ଯନ୍ତ୍ରଣା ଏବଂ ଭାରି ଅନୁଭବ ହେବା ଭଳି ଅନୁଭବ ହୋଇଥାଏ । ଏହା ହାଇ କୋଲେଷ୍ଟ୍ରଲ ଲକ୍ଷଣ ହୋଇପାରେ । ଏପରି ସ୍ଥିତିରେ, ଅନେକ ସମୟରେ ଏହା ହୃଦଘାତର କାରଣ ହୋଇପାରେ । ତେଣୁ ସମସ୍ୟା ଗମ୍ଭୀର ହେବା ପୂର୍ବରୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ହାର୍ଟର ରକ୍ତବାହୀ ନଳୀରେ କୋଲେଷ୍ଟ୍ରଲ୍ ଜମା ହେବା ଦ୍ୱାରା ହାର୍ଟ ଶରୀରକୁ ସଠିକ୍ ଭାବରେ ରକ୍ତ ଯୋଗାଣ କରିପାରେ ନାହିଁ । ଏହା ଯୋଗୁଁ ଶରୀରର କୋଷ (Cell)ଗୁଡ଼ିକ ଠିକ୍ ଭାବରେ ଅମ୍ଳଜାନ ପାଇପାରନ୍ତି ନାହିଁ । ଏପରି ସ୍ଥିତିରେ ନିଶ୍ୱାସ ନେବା କଷ୍ଟକର ହୋଇଯାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି ଶରୀରରେ ଏଭଳି ଅନୁଭବ ହେଉଥିବ ତେବେ ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ ନେବା ଆବଶ୍ୟକ । ବିଶେଷକରି ଯଦି ଶୋଇବା ସମୟରେ ନିଶ୍ୱାସ ନେବାରେ ଲଗାତାର କଷ୍ଟ ହୁଏ ଏବଂ ବସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହୁଏ ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ରାତିରେ ଥକ୍କାପଣ ଓ ଅଳସୁଆ ଅନୁଭବ:
ରାତିରେ ପ୍ରବଳ ଥକ୍କା ଲାଗିବା ଓ ଅଳସୁଆ ଅନୁଭବ ହେବା ଭଳି ସମସ୍ୟା ହାଇ କୋଲେଷ୍ଟ୍ରଲର କାରଣ ହୋଇପାରେ । କାରଣ କୋଲେଷ୍ଟ୍ରଲ ପ୍ରଭାବରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ । ଶରୀରର କୋଷ (Cell)ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପାଆନ୍ତି ନାହିଁ, ଯାହା ଫଳରେ ଶରୀର କ୍ଳାନ୍ତ ହୋଇଯାଏ । ରାତିରେ ଶୋଇବା ସମୟରେ ଏହି ସମସ୍ୟା ଅଧିକ ଦେଖାଯାଏ । ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ, ଯଦି ଆପଣ ଦିନସାରା କଠିନ ପରିଶ୍ରମ ନ କରି ମଧ୍ୟ ରାତିରେ ଅଳସୁଆ ଅନୁଭବ କରୁଛନ୍ତି ତେବେ ଆପଣଙ୍କୁ ତୁରନ୍ତ ଡାକ୍ତରୀ ଯାଞ୍ଚ କରାଇବା ଉଚିତ ।
ମୁଣ୍ଡ ବୁଲାଇବା: