ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ କିମ୍ୱା ପେଟ ଗରମ ହେଲେ ଲୋକେ ସାଧାରଣତଃ ପଇଡ଼ ପାଣି ପିଇଥାଆନ୍ତି । ଏହା ପେଟ ଥଣ୍ଡା କରିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ । ତେବେ ଲୋକେ ପଇଡ଼ ପିଇବା ପରେ ଏଥିରେ ଥିବା ନଡ଼ିଆକୁ ଖାଇବାକୁ ବେଶ ଭଲପାଆନ୍ତି । ତେବେ ନଡ଼ିଆ ଖାଇବା ଦ୍ୱାରା ବି ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ । ନଡ଼ିଆରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ନଡିଆ କେଶ, ଚର୍ମ ଇତ୍ୟାଦି ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଅଧିକ ପରିମାଣରେ ନଡ଼ିଆ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
୨୦୧୬ରେ "ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟିସନ" ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଅଧିକ ନଡ଼ିଆ ଖାଉଛନ୍ତି ସେମାନଙ୍କ ଓଜନ ବଢିିବାର ସମ୍ଭାବନା ଅଧିକ । ଏହି ଅନୁସନ୍ଧାନରେ ବ୍ରାଜିଲର ରିଓ ଡି ଜେନେରିଓର ଫେଡେରାଲ୍ ୟୁନିଭରସିଟିର ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡକ୍ଟର ୱାଣ୍ଡରଲି ଦେ ପୋଆ ଏଥିରେ ଅଂଶଗ୍ରହଣ କରିଥିଲେ । ସେ ଦାବି କରିଛନ୍ତି ଯେ ନଡ଼ିଆର ଅତ୍ୟଧିକ ବ୍ୟବହାର ଫଳରେ ଏହାର ଅଧିକ କ୍ୟାଲୋରୀଯୁକ୍ତ କାରଣରୁ ଓଜନ ବୃଦ୍ଧି ହୋଇପାରେ ।
ଏଥିସହ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ନଡିଆ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବଢିଥାଏ । ଫଳସ୍ୱରୂପ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଥାଏ । ତେଣୁ ସୀମିତ ପରିମାଣର ନଡ଼ିଆ ଖାଇବା ସହ ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି ତେବେ ବିଶେଷଜ୍ଞଙ୍କ ପରାମର୍ଶରେ ନଡ଼ିଆ ଖାଇବାକୁ ପରାମର୍ଶ ଦିଆଯାଇଛି । ଜଣେ ବ୍ୟକ୍ତି ପ୍ରତିଦିନ ୪୦ ଗ୍ରାମ ନଡ଼ିଆ ଖାଇପାରିବେ ବୋଲି ପରାମର୍ଶ ଦିଆଯାଇଛି ।
- ପେଟ ଜନିତ ସମସ୍ୟା ସୃଷ୍ଟି କରିପାରେ