ହାଇଦ୍ରାବାଦ:ଆଜି ବିରଳ ରୋଗ ଦିବସ । ପ୍ରତିବର୍ଷ ଫେବୃଆରୀ ମାସର ଶେଷ ଦିନକୁ ବିରଳ ରୋଗ ଦିବସ ଭାବେ ପାଳନ କରାଯାଇଥାଏ । ବିରଳ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିରଳ ରୋଗରେ ପୀଡିତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ସୁସ୍ଥ ସମାଜ ଗଠନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । କେତେକଙ୍କ କ୍ଷେତ୍ରରେ ରୋଗ ପ୍ରଥମ କରି ଦେଖାଯାଉ ଥିବାରୁ ଲକ୍ଷଣ ଚିହ୍ନଟ ବିଳମ୍ବ ହୋଇଥାଏ । ଏହି କାରଣରୁ ବିରଳ ରୋଗ ବାବଦରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ରେୟାର୍ ଡିଜିଜ୍ ଡେ' ପାଳନ କରାଯାଏ । ପ୍ରତିବର୍ଷ ଫେବୃଆରୀ 28 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ କିନ୍ତୁ 4 ବର୍ଷକୁ ଥରେ ଫେବୃଆରୀ 29 ତାରିଖକୁ ବିରଳ ରୋଗ ଦିବସ ଭାବେ ପାଳନ କରାଯାଇଥାଏ ।
ପ୍ରଥମ ବିରଳ ରୋଗ ଦିବସ 29 ଫେବୃଆରୀ 2008ରେ ପାଳନ କରାଯାଇଥିଲା । ଏହା ପ୍ରତି ଚାରି ବର୍ଷରେ ଥରେ ହୁଏ । ସେହି ଦିନଠାରୁ ଫେବୃଆରୀର ଶେଷ ଦିନକୁ ବିରଳ ରୋଗ ଦିବସ ଭାବରେ ପାଳନ କରାଗଲା । ଭାରତରେ ବିରଳ ରୋଗ ଦିବସ 28 ଫେବୃଆରୀ 2010 ରେ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଆୟୋଜିତ ହୋଇଥିଲା। ଏହି ରୋଗ ବାବଦରେ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ଦେବା ବ୍ୟତିତ ରୋଗଗୁଡିକର ଲକ୍ଷଣ ଓ ନିରାକରଣ, ସେମାନଙ୍କ ସହ ଜଡିତ ଅନୁସନ୍ଧାନ ବିଷୟରେ ଜନସଚେତନତା ସୃଷ୍ଟି କରାଯାଏ । ଏହି ଅଭିଯାନ ଏକ ୟୁରୋପୀୟ ଇଭେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ଧିରେ ଧିରେ ଏକ ବିଶ୍ବ ଘଟଣାକ୍ରମରେ ପରିଣତ ହୋଇଥିଲା । 2009 ରେ ଆମେରିକା ଯୋଗଦାନ କରିଥିଲା ଏବଂ 2020 ରେ ବିଶ୍ବର 100 ରୁ ଅଧିକ ଦେଶରେ ଅଂଶଗ୍ରହଣ କରିଥିଲେ।