ଓଡିଶା

odisha

By ETV Bharat Odisha Team

Published : Mar 4, 2024, 10:25 PM IST

ETV Bharat / health

ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟିତ, ଲୋକଙ୍କୁ ମିଳିବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା

Vaccine Store Inauguration: ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ଭଣ୍ଡାର ଉଦ୍‌ଘାଟନ ହୋଇଛି । ଭୁବନେଶ୍ବରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟନ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢ଼ନ୍ତୁ

ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟିତ
ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟିତ

ଭୁବନେଶ୍ବର: ରାଜ୍ୟରେ ଉଦଘାଟନ ହେଲା ଟିକା ଭଣ୍ଡାର । ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଟିକା ଭଣ୍ଡାର ଉଦ୍‌ଘାଟନ ହୋଇଛି । ଆଜି ଟିକା ଭଣ୍ଡାରକୁ ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଭୁବନେଶ୍ବରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟନ ହୋଇଛି ।

ଟିକା ଭଣ୍ଡାର ଉଦ୍‌ଘାଟନ ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "ରାଜ୍ୟ ସରକାର ଆମ ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ 'ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା'ର ଲକ୍ଷ୍ୟ ହାସଲ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ୯୦.୫ ପ୍ରତିଶତ ଅଟେ । ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ।" ସେହିଭଳି କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି, "5 ବର୍ଷରୁ କମ୍‌ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରିବାରେ ଟିକାକରଣର ଉଲ୍ଲେଖନୀୟ ଅବଦାନ ରହିଛି । ଏସ୍‌ଆର୍‌ଏସ୍‌ ତଥ୍ୟ ଅନୁସାରେ ୫ ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାର ୨୦୦୮ରୁ ୨୦୨୦ ମଧ୍ୟରେ ୫୦ ପ୍ରତିଶତ ହ୍ରାସ ପାଇଛି ।" ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ପ୍ରତ୍ୟେକ ଶିଶୁଙ୍କର ଶତ ପ୍ରତିଶତ ଟିକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସଚିବ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟିତ

ଅନ୍ୟପଟେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି. କହିଛନ୍ତି, "ଏହି ଟିକା ଭଣ୍ଡାରରେ ଟିକା ଓ ଲଜିଷ୍ଟିକ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ କ୍ଷମତା ଅଛି । ରାଜ୍ୟ, ଆଞ୍ଚଳିକ, ଜିଲ୍ଲା ଭ୍ୟାକ୍ସିନ୍‌ ଷ୍ଟୋର ଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ପର୍ଯ୍ୟାପ୍ତ ମାନବସମ୍ବଳ ନିୟୋଜିତ ହୋଇଛନ୍ତି ।" ଏହି କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, "ପର୍ଯ୍ୟାପ୍ତ ଭିତ୍ତିଭୂମି, ମାନବସମ୍ବଳ ସହିତ ଓଡ଼ିଶାର କୋଲ୍ଡ ଚେନ୍‌ ଓ ଭ୍ୟାକ୍ସିନ୍‌ ମ୍ୟାନେଜ୍‌ମେଣ୍ଟ ବ୍ୟବସ୍ଥା ବହୁତ ସୁଦୃଢ଼ । ଭ୍ୟାକ୍ସିନ୍‌ ଏବଂ ଲଜିଷ୍ଟିକ୍‌ ଉପଲବ୍ଧ ହେବା ସ୍ଥିତି ତଥା କୋଲ୍ଡ ଚେନ୍‌ ଉପକରଣର ତାପମାତ୍ରା ଇମିନ ମାଧ୍ୟମରେ ନିରୀକ୍ଷଣ କରାଯାଉଛି । ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ରାଜ୍ୟ ତଥା ଜିଲ୍ଲା କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ନିରବଚ୍ଛିନ୍ନ ଭାବେ ଉପଯୁକ୍ତ ତାପମାତ୍ରାରେ ଯୋଗାଣ ନିଶ୍ଚିତ କରାଯାଉଛି । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ୟୁନିସେଫ୍‌, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ୟୁଏନ୍‌ଡିପି, ଆଇଏସ୍‌ଆଇର ସମର୍ଥନକୁ ଡାକ୍ତର ବିଜୟ ପାଣିଗ୍ରାହୀ ପ୍ରଶଂସା କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details