ଓଡିଶା

odisha

ଅଧିକ ମଟନ ଖାଇଲେ ହୋଇପାରେ ଏହି ରୋଗ; ସତର୍କ କରାଇଲେ ବିଶେଷଜ୍ଞ - Mutton Side Effects

By ETV Bharat Health Team

Published : Sep 18, 2024, 2:06 PM IST

Mutton consumption risk of diabetes: ଅଧିକ ମଟନ ଖାଉଛନ୍ତି କି ? ସପ୍ତାହରୁ 2ରୁ 3 ଥର ମଟନ ଖାଇବା ଦ୍ବାରା ହୋଇପାରେ ଏହି ରୋଗ । ସତର୍କ କରାଇଲେ ହେଲ୍‌ଥ ଏକ୍ସପର୍ଟ । ପଢନ୍ତୁ ପୁରା ଖବର

ଅଧିକ ମଟନ ଖାଇଲେ ହୋଇପାରେ ଏହି ରୋଗ
ଅଧିକ ମଟନ ଖାଇଲେ ହୋଇପାରେ ଏହି ରୋଗ (ETV Bharat)

ହାଇଦ୍ରାବାଦ:ପ୍ରାୟ ସବୁ ଆମିଷ ପ୍ରେମୀଙ୍କ ପ୍ରଥମ ପସନ୍ଦ ମଟନ । ମଟନ ନାଁ ଶୁଣିବା ମାତ୍ରେ ସେମାନଙ୍କ ପାଟିରୁ ଲାଳ ବାହାରେ । ଅଧିକାଂଶ ଘରେ ଛୁଟି ଦିନରେ କିମ୍ବା କୌଣସି ଉତ୍ସବରେ ମଟନ ରନ୍ଧା ହୋଇଥାଏ । ହେଲେ ଜାଣନ୍ତି କି, ଅଧିକ ମଟନ ଖାଇବା ଆମ ଶରୀର ପାଇଁ କେତେ ହିତକର ? ଏନେଇ ହେଲ୍‌ଥ ଏକ୍ସପର୍ଟଙ୍କ କହିବା କଥା, ବାରମ୍ବାର ମଟନ ଖାଇବା ଠିକ୍ ନୁହେଁ । କାରଣ ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ଅଧିକ ମଟନ ଖାଆନ୍ତି, ସେମାନଙ୍କୁ ଡାଇବେଟିସ୍ ହେବାର ଆଶଙ୍କା ଅଧିକ ଥାଏ ।

ମଟନ ଖାଇଲେ ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ ଏବଂ ଅନ୍ୟ ପୋଷକ ତତ୍ତ୍ବ ମିଳିଥାଏ । ଏଥିରୁ ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳେ । ହେଲେ ଅତ୍ୟଧିକ ମଟନ ଖାଇବା ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । କାମ୍ବ୍ରିଜ ୟୁନିଭରସିଟି ବୈଜ୍ଞାନିକ ଦ୍ବାରା କରାଯାଇଥିବା ରିସର୍ଚ୍ଚରୁ ଏକଥା ସାମ୍ନାକୁ ଆସିଛି ଯେ, ଅଧିକ ମଟନ ଖାଉଥିବା ଲୋକେ ଟାଇପ-2 ଡାଇବେଟିସ୍ ପୀଡିତ ହେବାର ସମ୍ଭାବନା ଅଧିକ ।

ଏହି ରିସର୍ଚ୍ଚରେ କାମ୍ବ୍ରିଜ ୟୁନିଭରସିଟିର ବୈଜ୍ଞାନିକ 10 ବର୍ଷ ଧରି ମଟନ ଖାଉଥିବା କିଛି ଲୋକଙ୍କୁ ନିରୀକ୍ଷଣ କରିଥିଲେ । ଅନୁଧ୍ୟାନରୁ ଜଣାପଡିଥିଲା ଯେ, ଯେଉଁ ଲୋକେ ସପ୍ତାହକୁ ଦୁଇରୁ ତିନି ଥର କୌଣସି ନା କୌଣସି ରୂପେ (ତରକାରୀ, ସୁପ୍, ଫ୍ରାଇଡ) ମଟନ ଖାଆନ୍ତି, ସେମାନଙ୍କୁ ଟାଇପ-2 ଡାଇବେଟିସ୍ ହେବାର ସମ୍ଭାବନା 15 ପ୍ରତିଶତ ଅଧିକ ରହିଥାଏ । ମୁଖ୍ୟ ରୂପେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ମଟନରେ ଥିବା ସାଚୁରେଟେଡ ଫ୍ୟାଟ ପ୍ରାକୃତିକ ଇନସୁଲିନ ରିଲିଜ୍‌ ରୋକିଥାଏ ।

ରିସର୍ଚ୍ଚରୁ ଏମିତି ନିଷ୍କର୍ସ ବାହାରିଥିଲା, ଘରେ ରନ୍ଧା ହେଉଥିବା ମଟନ ଖାଉଥିବା ଲୋକଙ୍କ ତୁଳନାରେ ବିଭିନ୍ନ କମ୍ପାନିର ପ୍ରୋସେସଡ ଓ ପ୍ୟାକେଜଡ ମଟନ ଖାଉଥିବା ଲୋକଙ୍କୁ ଡାଇବେଟିସ ହେବାର ବିପଦ ଅଧିକ । ହେଲ୍‌ଥ ଏକ୍ସପର୍ଟ ଭଲ ଫ୍ୟାଟ ଓ ପ୍ରୋଟିନ ପାଇଁ ମଟନ ବଦଳରେ ମାଛ ଖାଇବାକୁ ପରାମର୍ଶ ଦିଅନ୍ତି । ଏହି ରିସର୍ଚ୍ଚରେ ଭାଗ ନେଇଥିବା ଜଣାଶୁଣା ପୋଷଣ ବିଶେଷଜ୍ଞ ଡ. ନୀତା ଫୋରୋହୀଙ୍କ ପରାମର୍ଶ ଅନୁସାରେ, ଅଧିକ ମଟନ ଖାଉଥିବା ଲୋକେ ସାବଧାନ ରହିବା ଉଚିତ୍ । ମାଂସ ଶରୀରର ଚର୍ବି ପାଇଁ ଜରୁରୀ, ହେଲେ ଅତ୍ୟଧିକ ମାତ୍ରାରେ ସେବନ ହାନିକାରକ ହୋଇପାରେ । Ref- https://www.cam.ac.uk/research/news/red-and-processed-meat-consumption-associated-with-higher-type-2-diabetes-risk

ABOUT THE AUTHOR

...view details