ଓଡିଶା

odisha

ବେକାବୁ ହେଲାଣି ଡେଙ୍ଗୁ ସ୍ଥିତି; କିପରି ରହିବେ ସତର୍କ, ଜାଣନ୍ତୁ ବରିଷ୍ଠ ଚିକିତ୍ସକ କ'ଣ କହୁଛନ୍ତି - Dengue symptoms and Tips To Prevent

By ETV Bharat Odisha Team

Published : Aug 12, 2024, 5:56 PM IST

Updated : Aug 13, 2024, 9:36 AM IST

Dengue symptoms and Tips To Prevent: ବର୍ତ୍ତମାନ ବର୍ଷା ଦିନରେ ବ୍ୟାପିବାରେ ଲାଗିଛି ମଶା ଜନିତ ରୋଗ ଡେଙ୍ଗୁ । ରାଜ୍ୟରେ ଅନେକ ଲୋକ ଏହି ରୋଗରେ ଚିହ୍ନଟ ହେଉଥିବା ବେଳେ ଏହାର ଲକ୍ଷଣ କ'ଣ ଏବଂ କିପରି ଏଥିରୁ ମୁକ୍ତି ପାଇବେ ?ଜାଣନ୍ତୁ, ବରିଷ୍ଠ ଚିକିତ୍ସକ ଡାକ୍ତର ସନ୍ତୋଷ କୁମାର ପାଢୀ କ'ଣ କହୁଛନ୍ତି

ଡେଙ୍ଗୁ ରୋଗ ଲକ୍ଷଣ ଓ ଚିକିତ୍ସା
ଡେଙ୍ଗୁ ରୋଗ ଲକ୍ଷଣ ଓ ଚିକିତ୍ସା (ETV Bharat Odisha)

ବ୍ରହ୍ମପୁର: ବର୍ଷା ଦିନ ଆସିବା ପରେ ସମସ୍ତେ ପ୍ରାୟ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି ଆଉ ସେଥିମଧ୍ୟରୁ ଅନେକ ଡେଙ୍ଗୁ ରୋଗରେ ଚିହ୍ନଟ ହୋଇଥାନ୍ତି । ହେଲେ ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ଯୋଗୁଁ ବର୍ଷ ତମାମ ଏହିପରି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଉଥିବା ଦେଖିବାକୁ ମିଳୁଛି । ଏହି ରୋଗ କିଭଳି ବ୍ୟାପେ ଏବଂ କେଉଁ ଲକ୍ଷଣ ଦେଖିବାକୁ ମିଳିଥାଏ ଏବଂ କ'ଣ ଏହାର ଚିକିତ୍ସା ସେନେଇ କ'ଣ କହୁଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ସନ୍ତୋଷ କୁମାର ପାଢୀ,ଜାଣନ୍ତୁ ।

ଡେଙ୍ଗୁ ରୋଗ ଲକ୍ଷଣ ଓ ଚିକିତ୍ସା (ETV Bharat Odisha)

ଡେଙ୍ଗୁ ରୋଗର ଲକ୍ଷଣ :-

ସାଧାରଣତଃ ମଣିଷ ଶରୀରରେ ଏହି ଲକ୍ଷଣକୁ ଅଣଦେଖା କରିବା ଉଚିତ ନୁହେଁ । ଏହା ପ୍ରାୟତଃ ୯୫ ପ୍ରତିଶତ ରୋଗୀଙ୍କଠାରେ କିଛି ଦିନ ଲାଗି ରହିବା ପରେ ତାହା ଛାଡି ଯାଇଥାଏ । ହେଲେ ପ୍ରାୟ ୫ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ଗୁରୁତର ହୋଇପାରେ ।

ଲକ୍ଷଣ ଗୁଡ଼ିକ ହେଲା:

  • କ୍ରମାଗତ ଭାବରେ ଜ୍ୱର ଲାଗି ରହିବା
  • ଗୋଡ ଓ ହାତ ଘୋଳାବିନ୍ଧା ହେବା
  • ମୁଣ୍ଡ ବିନ୍ଧିବା
  • ଆଖି ଯନ୍ତ୍ରଣା
  • ମୁଣ୍ଡ ବୁଲାଇବା
  • ବାନ୍ତି ଲାଗିବା
ଡେଙ୍ଗୁ ରୋଗ ଲକ୍ଷଣ ଓ ଚିକିତ୍ସା (ETV Bharat Odisha)
  • ମଣିଷ ଶରୀରରେ ପ୍ଲେଟଲେଟ କମିଗଲେ ରୋଗୀ ଗୁରୁତର ହୋଇପଡେ

ଡେଙ୍ଗୁ ରୋଗ ପାଇଁ ସେଭଳି କୌଣସି କିଛି ସ୍ୱତନ୍ତ୍ର ଚିକିତ୍ସା ନଥିବା ବେଳେ ମଣିଷ ଶରୀରରେ ପ୍ଲେଟଲେଟ କମିଗଲେ ରୋଗୀ ଗୁରୁତର ହୋଇପଡୁଥିବା ଦେଖିବାକୁ ମିଳିଥାଏ । ମୁଖ୍ୟତଃ ମନୁଷ୍ୟ ଶରୀରରେ ଯେଉଁ ତିନି ପ୍ରକାରର କଣିକା ରହିଥାଏ । ସେଥିମଧ୍ୟରୁ ଶ୍ୱେତ, ଲୋହିତ ଏବଂ ପ୍ଲେଟଲେଟରହିଥାଏ । ଏଣୁ ମଣିଷ ଶରୀରରେ ପ୍ଲେଟଲେଟ କାଉଣ୍ଟିଙ୍ଗ୍ କମିଗଲେ ଏହା ଶରୀରର କେଉଁଠି ମଧ୍ୟ ରକ୍ତସ୍ରାବ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ଯାହାକୁ ନେଇ ଶରୀରର ବିଭିନ୍ନ ସ୍ଥାନରେ ଦାନା ଦାନା ଭଳି ଦେଖିବାକୁ ମିଳିଥାଏ ।

ଡେଙ୍ଗୁ ରୋଗ ଲକ୍ଷଣ ଓ ଚିକିତ୍ସା (ETV Bharat Odisha)


  • ପୂର୍ବରୁ ବର୍ଷା ଦିନରେ ଏବଂ ବର୍ତ୍ତମାନ ବର୍ଷ ତମାମ ଡେଙ୍ଗୁ ରୋଗୀ ଚିହ୍ନଟ

ପୂର୍ବରୁ ବର୍ଷା ଦିନରେ କିମ୍ୱା ବର୍ଷା ଶେଷ ହେବା ପରେ ପ୍ରାୟତଃ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ବର୍ଷ ତମାମ ଏହି ରୋଗୀଙ୍କୁ ଦେଖିବାକୁ ମିଳିଥାଏ । ଯାହାକି ଡେଙ୍ଗୁ ରୋଗକୁ ନେଇ ଅନେକ ବିଭିନ୍ନ ସମୟରେ ଚିନ୍ତା କରିଥାନ୍ତି । ଗୋଟିଏ ପଟେ ଜଳବାୟୁର ପରିବର୍ତ୍ତନ ଯୋଗୁଁ ବର୍ଷର ବିଭିନ୍ନ ସମୟରେ ବର୍ଷା ହେବା ଏବଂ ସେହି ବର୍ଷା ଜଳରେ ଜମି ରହୁଥିବା ସ୍ୱଚ୍ଛ ପାଣିରୁ ପ୍ରସ୍ତୁତ ହେଉଥିବା ଲାଭାରୁ ଏଭଳି ଏଡିସ୍ ମଶା ସୃଷ୍ଟି ହୋଇ ଏହି ରୋଗର ବାହାକ ସାଜିଥାଏ । ସେପଟେ ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବା କୁହାଯାଇଛି ।

ଡେଙ୍ଗୁ ରୋଗ ଲକ୍ଷଣ ଓ ଚିକିତ୍ସା (ETV Bharat Odisha)

  • ସଚେତନତା ଜରୁରୀ:-

ଯେଉଁ ସ୍ଥାନରେ ସ୍ୱଚ୍ଛ ପାଣି ଦୀର୍ଘ ଦିନ ଧରି ଜମା ହୋଇ ରହିଥାଏ ସେଠାରେ ମଶା ପ୍ରଜନନ ହୋଇଥାଏ । ସେହି ସ୍ଥାନକୁ ଅତ୍ୟନ୍ତ ଗୁରୁତର ସହ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଏଣୁ ଯେଉଁ ସ୍ଥାନରେ ଏସିଡ୍ ମଶା ପ୍ରସ୍ତୁତ ହେଉଛନ୍ତି ତାହାକୁ ଖୋଜି ନଷ୍ଟ କରିଥିଲେ ଡେଙ୍ଗୁ ରୋଗରୁ ନିଶ୍ଚିତ ଭାବରେ ରକ୍ଷା ପାଇପାରିବା । ମୁଖ୍ୟତଃ ଘର ମଧ୍ୟରେ ଏବଂ ବାହାରେ ରହିଥିବା ଟାୟାର, ଫ୍ରିଜ୍, କୁଲର, ମନିପ୍ଲାଣ୍ଟରେ ରହିଥିବା ଜଳରୁ ଏଡିସ୍ ମଶା ପ୍ରସ୍ତୁତ ହୋଇଥାଏ । ଏଣେ ତେଣେ ପଡି ରହିଥିବା ଟାୟର , ନଡିଆ ଖୋଳପା , ଡି-କପ୍ ରେ ଜମି ରହୁଥିବା ବର୍ଷା କିମ୍ୱା ଜଳ ଯଦି ସାତ ଦିନରୁ ଅଧିକ ଜମି ରହିଥାଏ ତେବେ ଏଭଳି ମଶା ବଂଶ ଆରମ୍ଭ ହୋଇଥାଏ । ଏଣୁ ସାତ ଦିନ ମଧ୍ୟରେ ତାହାକୁ ଓଲଟାଇବାର ଆବଶ୍ୟକତା ରହିଥିବା କୁହାଯାଇଛି । ଏଣୁ ଏଥିପାଇଁ ଜନ ସଚେତନତା ହିଁ ମୁଖ୍ୟ ଅସ୍ତ୍ର ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।


  • ଏଡିସ୍ ମଶା ୧୫ ରୁ ୨୦ ଜଣଙ୍କୁ କାମୁଡିଥାଏ:-

ଏଡିସ୍ ମଶା କେବଳ ଜଣଙ୍କୁ ନୁହେଁ ଏକାଥରକେ ୧୫ ରୁ ୨୦ ଜଣଙ୍କୁ କାମୁଡିଥାଏ । ଏଣୁ ପ୍ରଥମ ଦିନରେ ପାଞ୍ଚ ଜଣ ସଦସ୍ୟଙ୍କୁ ଡେଙ୍ଗୁ ରୋଗ ହୋଇଥିଲେ ତାହା ବହୁ ମାତ୍ରାରେ ନିୟମିତ ବ୍ୟବଧାନରେ ବୃଦ୍ଧି ପାଇଥାଏ । ଯାହା ପୂର୍ବରୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଏଣୁ ସମସ୍ତେ ନିୟମିତ ମଶାରୀ ବ୍ୟବହାର କରିବା, ନିଜର ପରିବେଶକୁ ସଫା ରଖିବା, ବ୍ୟବହୃତ ପରେ ନଡିଆ ଖୋଳପା ଓ ପଇଡକୁ ଏଣେ ତେଣେ ନପାଇବା, ଘର ମଧ୍ୟରେ ରହିଥିବା ଫ୍ରିଜ୍, କୁଲାରର ପାଣିକୁ ପ୍ରତେକ ସପ୍ତାହରେ ଥରେ ପ୍ରାଇଡେ ..ଡ୍ରାଇଡେ ବୋଲି ଧରି ନେଇ ସଫେଇ କରିବା ଆବଶ୍ୟକ ବୋଲି କୁହାଯାଇଛି ।


  • ଡେଙ୍ଗୁ ଜ୍ୱରର ରକ୍ତ ପରୀକ୍ଷା:-

ପ୍ରାୟତଃ ଡେଙ୍ଗୁ ରୋଗୀଙ୍କ ଲକ୍ଷଣ ଚିହ୍ନଟ ପରେ ତାହାକୁ ସରକାରୀ ଚିକିତ୍ସାଳୟର ହେଉଥିବା ରକ୍ତ ପରୀକ୍ଷାକୁ ସଠିକ ବୋଲି ଗ୍ରହଣ କରାଯାଇଥାଏ । ଏହାକୁ ରାଜ୍ୟର ସସସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜରେ ହେଉଥିବା ଏଲିଜା ଟେଷ୍ଟ ମାଧ୍ୟମରେ ରକ୍ତ ପରୀକ୍ଷା କରାଯାଇ ରିପୋର୍ଟ ମିଳିବା ପରେ ତାହାକୁ ନେଇ ଡେଙ୍ଗୁ ହୋଇଥିବା ସ୍ପଷ୍ଟ କରାଯାଇଥାଏ ।


  • ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ଲେଟଲେଟ ଯାଞ୍ଚ ଜରୁରୀ:-

ଡେଙ୍ଗୁ ରୋଗୀଙ୍କ ଶରୀରରେ ପ୍ଲେଟଲେଟ ବହୁ ପରିମାଣରେ କମିଗଲେ ରୋଗୀର ଶରୀରରେ ମଶା କାମୁଡିବା ଭଳି ରଙ୍ଗ ରଙ୍ଗ ଚିହ୍ନ ଦେଖିାବକୁ ମିଳିଥାଏ । ଏଭଳି ସ୍ଥିତିରେ ଡାକ୍ତରଙ୍କ ପକ୍ଷରୁ ପ୍ଲେଟଲେଟ କମିଥିବା ଲକ୍ଷ୍ୟ କରି ଏହାର ପରୀକ୍ଷା କରିବା ଜରୁରୀ ହୋଇପଡିଥାଏ । ସାଧାରଣତଃ ସୁସ୍ଥ ମଣିଷ ଶରୀରରର ପ୍ଲେଟଲେଟ ଏକ ଲକ୍ଷ ୫୦ ହଜାରରୁ ୩ ଲକ୍ଷ ୫୦ ହଜାର ରହୁଥିବା ବେଳେ ଡେଙ୍ଗୁ ରୋଗୀ ଏହାକୁ ନେଇ ସୁସ୍ଥ ହେବା ପର୍ଯ୍ୟନ୍ତ ଏହାର ନିୟମିତ ଯାଞ୍ଚ କରାଯିବାର ଆବଶ୍ୟକତା ରହିଥିବା କୁହାଯାଇଛି । ହେଲେ ଏହା ୧୦ ହଜାର କିମ୍ୱା ୨୦ ହଜାରକୁ କମିଗଲେ ମନୁଷ୍ୟ ଶରୀର ମଧ୍ୟରେ ଇଣ୍ଟରନାଲ ରକ୍ତ ପ୍ରବାହ ହେବାର ସମ୍ଭାବନା ରହିଛି ।


ସେହି ସମୟରେ ଅମୃତଭଣ୍ଡା ପତ୍ରରୁ ପ୍ରସ୍ତୁତ ହୋଇ ବଜାରରେ ବିକ୍ରି ହେଉଥିବା ଔଷଧ କାରିପାୟା କାରିପାପା ନାମକ ସେବନ କିମ୍ୱା ଅମୃତଭଣ୍ଡା ପତ୍ରକୁ ନେଇ ଗ୍ରିନ୍ ଟି ଭଳି ସିଝାଇ ତାର ରସକୁ ପ୍ରସ୍ତୁତ କରି ପିଇଲେ ଶରୀରରେ ପ୍ଲେଟଲେଟ ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି । ଏପରିକି ଶରୀର ପାଇଁ ଆବଶ୍ୟକ ରହିଥିବା ପ୍ରଚୁର ପାଣି ପିଇବା ସହିତ ଓ.ଆର୍.ଏସ୍ ପିଇପାରିବେ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ ପୁଣି ଡରାଇଲାଣି ଡେଙ୍ଗୁ: ଖୋର୍ଦ୍ଧା ଓ ବୌଦ୍ଧରେ ସ୍ଥିତି ସଙ୍ଗୀନ, ଶତାଧିକ ଆକ୍ରାନ୍ତ, କଟକ SCBରେ ସ୍ବତନ୍ତ୍ର ୱାର୍ଡ


  • ଦେଶର ପ୍ରମୁଖ ସହରରେ ଅଧିକ ଦେଖିବାକୁ ମିଳୁଛି ଏହି ରୋଗ:-

ଦେଶର ରାଜଧାନୀ ଦିଲ୍ଲୀ, ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବଂ ଦେଶର ଆଇଟି କ୍ୟାପିଟାଲ କୁହାଯାଉଥିବା ବେଙ୍ଗାଲୁରୁ ଭଳି ଅଧିକ ଶିକ୍ଷିତ ବ୍ୟକ୍ତିବିଶେଷ ରହୁଥିବା ସ୍ଥାନରେ ଗତ କିଛି ବର୍ଷ ଧରି କ୍ରମାଗତ ଭାବରେ ଅଧିକ ମାତ୍ରାରେ ଡେଙ୍ଗୁ ରୋଗୀ ଦେଖିବାକୁ ମିଳିଥାଏ ବୋଲି କହିଛନ୍ତି ଚିକିତ୍ସକ । ମୁଖ୍ୟତଃ ବଜ୍ୟବସ୍ତୁ ଉପରେ ସଚେତନତା ରହୁନଥିବା କାରଣରୁ ଏହା ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିବା କୁହାଯାଇଛି ।

ଇଟିଭି ଭାରତ ବ୍ରହ୍ମପୁର

Last Updated : Aug 13, 2024, 9:36 AM IST

ABOUT THE AUTHOR

...view details