ଓଡିଶା

odisha

ETV Bharat / health

30 ବର୍ଷ ପରେ ବଢିପାରେ ଋତୁସ୍ରାବ ସମସ୍ୟା, ଗର୍ଭଧାରଣଠୁ ନେଇ ରକ୍ତସ୍ରାବ...

30 ବର୍ଷ ବୟସ ପରେ ବଢିପାରେ ମହିଳାଙ୍କ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା । ପ୍ରଜନନ କ୍ଷମତା ହ୍ରାସଠାରୁ ନେଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଥାଏ । ପଢନ୍ତୁ ପୁରା ଖବର

By ETV Bharat Health Team

Published : 5 hours ago

30 ବର୍ଷ ପରେ ହୋଇପାରେ ଏମିତି ଋତୁସ୍ରାବ ସମସ୍ୟା
30 ବର୍ଷ ପରେ ହୋଇପାରେ ଏମିତି ଋତୁସ୍ରାବ ସମସ୍ୟା (ETV Bharat)

Menstrual health: ସାଧାରଣତଃ 30 ବର୍ଷ ବୟସ ପରେ ଅନେକ ମହିଳାଙ୍କ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳେ । ଋତୁସ୍ରାବ ଅନିୟମିତତା, ପ୍ରଚୁର ରକ୍ତସ୍ରାବ, ଯନ୍ତ୍ରଣା ଇତ୍ୟାଦି । ଡାକ୍ତରମାନେ କୁହନ୍ତି ଏହା ସାଧାରଣ କଥା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ବାରା ଏହି ସମସ୍ୟାଗୁଡିକୁ ନିୟନ୍ତ୍ରଣ କରାଯାଇପାରିବ । ହେଲେ ବେଳେବେଳେ ସମସ୍ୟାକୁ ଅଣଦେଖା କରିବା, ଚିକିତ୍ସାରେ ବିଳମ୍ବ ଓ ଉପଯୁକ୍ତ ଚିକିତ୍ସା ଅଭାବ କାରଣରୁ ଏହି ସମସ୍ୟା ଆହୁରି ଜଟିଳ ହୋଇପଡେ ।

30 ବର୍ଷ ପରେ ବଢିପାରେ ଋତୁସ୍ରାବ ସମସ୍ୟା

ମାସିକ ଋତୁସ୍ରାବ ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ସାଧାରଣ ଅଂଶ । କିନ୍ତୁ 30 ବର୍ଷ ପରେ ମହିଳାଙ୍କ ଶରୀରରେ ଅନେକ ହରମୋନାଲ ଓ ଶାରିରୀକ ପରିବର୍ତ୍ତିନ ହୋଇଥାଏ, ଯାହା ମାସିକ ଧର୍ମ ସହ ଜଡିତ କିଛି ସମସ୍ୟାକୁ ଜନ୍ମ ଦିଏ । ଏହି ସମସ୍ୟାଗୁଡିକର ପ୍ରଭାବ ନା କେବଳ ଶାରିରୀକ ସ୍ବାସ୍ଥ୍ୟ ଉପରେ ପଡେ ବରଂ ମାନସିକ ଓ ଭାବନାତ୍ମକ ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଏହି କାରଣରୁ ଅନେକ ସମୟରେ ସେମାନଙ୍କ ଦୈନିକ ଦିନଚର୍ଯ୍ୟା, କାର୍ଯ୍ୟକଳାପ ଓ ସାମାଜିକ ଜୀବନ ପ୍ରଭାବିତ ହେବାରେ ଲାଗେ । ଏନେଇ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ, ସାମାନ୍ୟ ଯତ୍ନ, ସୁସ୍ଥ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଦ୍ବାରା ଏଥିରୁ ମୁକ୍ତି ମିଳିପାରିବ ।

ଋତୁସ୍ରାବ ସମସ୍ୟା

ବେଙ୍ଗାଲୁରୁର ମହିଳା ରୋଗ ବିଶେଷଜ୍ଞ ଡଃ ଜୟନ୍ତୀ କେ ବାଡେକର କହିଛନ୍ତି, 30 ବର୍ଷ ବୟସ ପରେ ମହିଳାମାନଙ୍କ ଋତୁସ୍ରାବ ସହିତ ଜଡିତ ଅନେକ ସାଧାରଣ ସମସ୍ୟା ଦେଖାଯାଏ । ବାସ୍ତବରେ ଏହା ହେଉଛି ସେହି ସମୟ ଯେତେବେଳେ ସେମାନଙ୍କ ଶରୀରରେ ଅନେକ ହରମୋନ ପରିବର୍ତ୍ତନ ହୁଏ । କେବେକେବେ ସ୍ବାସ୍ଥ୍ୟ ସମସ୍ୟା ବ୍ୟତୀତ ଖାଇବା, ଶୋଇବା, ଯଥେଷ୍ଟ ଆରାମ ନ କରିବା, ମାନସିକ ଚାପ ଇତ୍ୟାଦି ଅନ୍ୟାନ୍ୟ କାରଣରୁ ହରମୋନ ସ୍ତରରେ ହ୍ରାସ ଓ ବୃଦ୍ଧି ହୋଇଥାଏ ଯାହାକି ପିରିୟଡସ୍ ସହ ଜଡିତ ସମସ୍ୟା ସୃଷ୍ଟି କରେ । ଏହି ପିରିୟଡସ୍ ସମସ୍ୟା ମହିଳାଙ୍କ ଉଭୟ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ । ସେମାନେ ଦୈନନ୍ଦିନ କାର୍ଯ୍ୟ ଠିକ୍ ଭାବେ କରିବାକୁ ସକ୍ଷମ ହୁଅନ୍ତି ନାହିଁ । ଏହା ସେମାନଙ୍କ ବ୍ୟକ୍ତିଗତ ସହ ବେଳେବେଳେ ବୃତ୍ତିଗତ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ ।

ମହିଳା ରୋଗ ବିଶେଷଜ୍ଞ ଆହୁରି କହିଛନ୍ତି ଯେ, ଅନିୟମିତ ଋତୁସ୍ରାବରେ ଅଧିକ ରକ୍ତସ୍ରାବ ହେବା କାରଣରୁ ମହିଳାଙ୍କୁ ଏନିମିଆ ବା ଶରୀରରେ ରକ୍ତ ଅଭାବ ହୋଇପାରେ । ଲଗାତାର ଯନ୍ତ୍ରଣା ଓ ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ ଯୋଗୁଁ ମାନସିକ ଚାପ, ଚିଡାଚିଡାପଣ ଓ ଡିପ୍ରେସନ ଭଳି ସମସ୍ୟା ଆଶଙ୍କା ହେବା ରହିଥାଏ । 30 ବର୍ଷ ବୟସ ଦେଖାଯାଉଥିବା ସମସ୍ୟା:-

ଅନିୟମିତ ଋତୁସ୍ରାବ: 30 ବର୍ଷ ପରେ ମହିଳାଙ୍କ ଋତୁସ୍ରାବ ପ୍ରକ୍ରିୟା ଅନିୟମିତ ହୋଇପାରେ । ଋତୁସ୍ରାବ ସମୟ, ରକ୍ତସ୍ରାବ ମାତ୍ରା ଓ ଏହାର ଅବଧି ପରିବର୍ତ୍ତନ ହୋଇପାରେ ।

ଋତୁସ୍ରାବରେ ଅଧିକ ରକ୍ତସ୍ରାବ: କିଛି ମହିଳାଙ୍କର ଅଧିକ ରକ୍ତସ୍ରାବ ହୋଇଥାଏ । ଏହାକୁ ମେନୋରେଜିୟା କୁହନ୍ତି । ଏହି ସମସ୍ୟା ସାଧାରଣତଃ ହରମୋନ ଅସନ୍ତୁଳନ, ଗର୍ଭାଶୟର ଫାଇବ୍ରାଇଡସ ବା ଏଣ୍ଡୋମେଟ୍ରିୟୋସିସ୍ ଭଳି ରୋଗର କାରଣ ହୋଇପାରେ ।

ଯନ୍ତ୍ରଣାଦାୟକ ଋତୁସ୍ରାବ: ଋତୁସ୍ରାବ ସମୟରେ ମହିଳାଙ୍କୁ ଅଧିକ ଯନ୍ତ୍ରଣା ହୋଇଥାଏ । ପେଟରେ ତଳ ଭାଗରେ, ପିଠି ଓ କେବେକେବେ ଗୋଡରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୁଏ । 30 ବର୍ଷ ପରେ ଏହି ସମସ୍ୟା ଗମ୍ଭୀର ହୋଇପାରେ ।

ପ୍ରିମେନଷ୍ଟୁଆଲ ସିଣ୍ଡ୍ରୋମ: ଏହି ସମସ୍ୟା ଋତୁସ୍ରାବ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଅନୁଭବ ହୁଏ । ଏଥିରେ ମହିଳାଙ୍କ ମୁଡ ସ୍ବିଇଂ, ଚିଡଚିଡା ଲାଗିବା, ଥକ୍କାପଣ, ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଏ ।

ପ୍ରଜନନ କ୍ଷମତା ହ୍ରାସ:30 ବର୍ଷ ପରେ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବା ଆରମ୍ଭ କରେ । ଫଳରେ ଗର୍ଭଧାରଣରେ ସମସ୍ୟା ହୋଇପାରେ ।

ସାବଧାନତା:

ଡଃ ଜୟନ୍ତୀ କହିଛନ୍ତି ଯେ, ଯେଉଁ ମହିଳାଙ୍କ ଋତୁସ୍ରାବ ଅନୁୟମିତତା ହେଉଛି, ଅତ୍ୟଧିକ ବ୍ଲିଡିଂ, ଯନ୍ତ୍ରଣା ହେଉଛି ସେମାନେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ଏହି ଅବସ୍ଥାରେ ଡାକ୍ତର ସମସ୍ୟାକୁ ଦେଖି ତଦନ୍ତୁସାରେ ଚିକିତ୍ସା କରିପାରନ୍ତି । ଅନେକ ମହିଳା ଏସବୁ ସମସ୍ୟା ଆପେ ଆପେ ଠିକ୍ ହୋଇଯିବା ଭାବି ଅବହେଳା କରିଥାନ୍ତି । ହେଲେ ବେଳେବେଳେ ଏହି ସମସ୍ୟା ଗମ୍ଭୀର ସ୍ଥିତି ସୃଷ୍ଟି କରିପାରେ । ଚିକିତ୍ସା ବ୍ୟତୀତ ଅନ୍ୟ କେତେକ ବିଷୟ ପ୍ରତି ଧ୍ୟାନ ଦେଇ ଋତୁସ୍ରାବ ସହ ଜଡିତ ସାଧାରଣ ସମସ୍ୟାରୁ ମୁକ୍ତି ମିଳିପାରିବ।

  • ଯେକୌଣସି ବୟସର ମହିଳା ହୁଅନ୍ତୁ ନା କାହିଁକି ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ । ଏଥିରେ ସେ ସବୁଜ ପନିପରିବା, ଫଳ ଓ ଆଇରନ, ଭିଟାମିନ, ପ୍ରୋଟିନ, ମିନେରାଲ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
  • ପ୍ରତିଦିନ ଯୋଗ, ବ୍ୟାୟାମ କରିବା ଉଚିତ୍ । ଏହାଦ୍ବାରା ହରମୋନ ସନ୍ତୁଳନ ବଜାୟ ରହେ ।
  • ମାନସିକ ଚାପ ଋତୁସ୍ରାବ ସମସ୍ୟା ବଢାଇପାରେ । ସେଥିପାଇଁ ମେଡିଟେସନ, ଗଭୀର ନିଶ୍ବାସ ନେବା (ଡିପ୍ ବ୍ରେଥିଙ୍ଗ) ଓ ଅନ୍ୟାନ୍ୟ ଚାପ କମ୍ କରୁଥିବା ଉପାୟର ଅଭ୍ୟାସ କରିବା ଭଲ ।

ଏହା ମଧ୍ୟ ପଢନ୍ତୁ:ବଢୁଛି ହାର୍ଟଆଟାକ୍, ସୁସ୍ଥ ହୃଦୟ ପାଇଁ କରନ୍ତୁ ଏହି ଏକ୍ସରସାଇଜ

ଏହା ମଧ୍ୟ ପଢନ୍ତୁ:ଶିଶୁଙ୍କ ଗାଲରେ ଚୁମ୍ବନ ଦେଉଥିଲେ ସାବଧାନ ! ଜାଣିରଖନ୍ତୁ ଏହି ଜରୁରୀ କଥା

ଏହା ମଧ୍ୟ ପଢନ୍ତୁ:ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ, ସୁସ୍ଥ ରହିବ ମନ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details