Lips Care Tips: ଆକର୍ଷଣୀୟ ଓ ଗୋଲାପୀ ଓଠ ପାଇବା ସମସ୍ତଙ୍କର ଇଚ୍ଛା । ହେଲେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଓଠ ସାଧାରଣତଃ କଳା ହୋଇଥାଏ । ବିଶେଷ କରି ମହିଳାମାନେ ନିଜ କଳା ଓ ଶୁଷ୍କ ଓଠକୁ ନେଇ ଚିନ୍ତିତ ରହିଥାନ୍ତି ଏବଂ ଓଠର କଳାପଣ ଦୂର ପାଇଁ ବିଭିନ୍ନ ଉପାୟ କରିଥାନ୍ତି । ଅଧିକ ଖରାରେ ରହିବା, ଲିପଷ୍ଟିକ ବ୍ୟବହାର, ଅତ୍ୟଧିକ କଫି, ଚା' ସେବନ କରିବା ଇତ୍ୟାଦି ଓଠ କଳା ପଡିବାର କାରଣ ହୋଇଥାଏ । ତେବେ ଚିନ୍ତା କରନ୍ତୁନି । ଆଜି ଆମେ ଆପଣଙ୍କୁ କିଛି ସହଜ ଘରୋଇ ଉପାୟ ବିଷୟରେ କହିବୁ, ଏହାକୁ ମାନିଲେ ଆପଣ ଗୋଲାପୀ ଓ ନରମ ଓଠ ପାଇପାରିବେ ।
କଳା ଓଠର ଘରୋଇ ଉପଚାର:
ଓଠ କଳାପଣ ଦୂର ପାଇଁ ବିଟ୍ ରସ ବହୁତ ଭଲ । ହେଲ୍ଥ ଏକ୍ସପର୍ଟ କୁହନ୍ତି, କଳା ଓଠରୁ ମୁକ୍ତି ପାଇଁ ଆପଣ ବିଟ୍ ଓ ଡାଳିମ୍ବ ସହିତ ଧନିଆ ରସ ମିଶାଇ ଓଠରେ ଲଗାଇ ପାରିବେ । ନିୟମିତ ଏହି ରସ ବ୍ୟବହାର କଲେ ଓଠ ଗୋଲାପୀ ହୋଇଥାଏ । ଏହାବ୍ୟତୀତ ଓଠର କଳାପଣ କମ୍ କରିବା ପାଇଁ ମହୁ, ଲେମ୍ବୁ ରସ ଓ ଗ୍ଲିସେରିନକୁ ମିଶାଇ ଲଗାଇ ପାରିବେ ।
2018ରେ ଜର୍ନାଲ ଅଫ ଡର୍ମେଟୋଲୋଜିକାଲ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଖରା ଯୋଗୁଁ ଓଠ ଶୁଷ୍କ ହୋଇଯାଇଥିଲେ ଆଲୋଭେରା ଲଗାଇବା ଭଲ । ଏହା ଶୁଷ୍କ ଓଠକୁ କୋମଳ ନରମ କରିଥାଏ । ଏହି ରିସର୍ଚ୍ଚରେ ଜର୍ମାନୀର ମୁନଷ୍ଟର ବିଶ୍ବବିଦ୍ୟାଳୟର ଡର୍ମାଟୋଲୋଜିଷ୍ଟ ଡ. Uwe R Zeiler ଭାଗ ନେଇଥିଲେ । ତାଙ୍କର ଦାବି ଯେ, ଆଲୋଭେରାରେ ଥିବା ଔଷଧୀୟ ଗୁଣ ଓଠ କୋମଳ ରଖିବାରେ ସାହାଯ୍ୟ କରେ ।
ମଇଶ୍ଚରାଇଜେସନ:ହେଲ୍ଥ ଏକ୍ସପର୍ଟଙ୍କ କହିବା କଥା, ଓଠ ଶୁଖିଲା ରହିଲେ ବା ଆର୍ଦ୍ରତା ଅଭାବରୁ ମଧ୍ୟ କଳା ହୋଇଯାଏ । ଏଥିପାଇଁ ଓଠରେ ଲିପ୍ ବାମ କିମ୍ବା ବାଦାମ ତେଲ ଲଗାଇବା ପାଇଁ ପରାମର୍ଶ ଦିଆଯାଏ । ଏଥିସହ ଦୈନିକ 8ରୁ 10 ଗ୍ଲାସ ପାଣି ପିଅନ୍ତୁ ।