ଓଡିଶା

odisha

Tips For Belly Fat: ପେଟ କମାଇବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ, ତରଳି ଯିବ ଚର୍ବି - Reasons for increasing belly fat

By ETV Bharat Health Team

Published : Aug 31, 2024, 3:20 PM IST

Reasons for belly fat: ପେଟ ବଢିବାକୁ ନେଇ ଚିନ୍ତିତ କି ? ପେଟ ଚର୍ବି କମାଇବାକୁ ଚାହୁଁଛନ୍ତି ? ତାହେଲେ କରନ୍ତୁ ଏହି କାମ, ଯିବାକୁ ପଡିବନି ଜିମ୍ । ଦେଖିବେ କେମିତି କିଛି ଦିନରେ ଦିଶିବେ ପୁରା ସ୍ଲିମ୍

BELLY FAT
BELLY FAT (ETV Bharat Odisha)

ହାଇଦ୍ରାବାଦ: ଆଜିକାଲି ପେଟ ବଢିବା ସାଧାରଣ ସମସ୍ୟା ହୋଇଛି । ଜଣେ ଯେତେ ସୁନ୍ଦର ହୋଇଥାଉ ନା କାହିଁକି ମୋଟାପଣ ବା ପେଟ ବାହାରିବା ଦ୍ବାରା ତା'ର ସୌନ୍ଦର୍ଯ୍ୟ ଫିକା ପଡିଯାଏ । ଆଜିର ବ୍ୟସ୍ତବହୁଳ ଜୀବନ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ଏଭଳି ସମସ୍ୟା ବହୁଳ ଦେଖାଯାଉଛି । ପେଟର ଚର୍ବି କମାଇବା ପାଇଁ ଲୋକେ ନାନା ମତେ ଚେଷ୍ଟା ଚଳାଇଛନ୍ତି । କେହି ଡାଏଟିଂ କରୁଛନ୍ତି ତ ଆଉ କିଏ ଜିମରେ ଝାଳ ବୁହାଉଛନ୍ତି । ଆଉ କେହି ପାର୍କରେ ଘଣ୍ଟା ଘଣ୍ଟା ଧରି ଦୌଡୁଛନ୍ତି । ହେଲେ ଏତେ ସବୁ ପରେ ବି ପେଟ ଭିତରକୁ ପଶିପାରୁନି ।

କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ:

ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ପେଟରେ ଚର୍ବି ବଢିବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ହୃଦରୋଗ, ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଭଳି ରୋଗ ହୋଇପାରେ । ହେଲେ ଅନେକ ଲୋକ ନିଜର ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସତ୍ତ୍ବେ କାହିଁକି ପେଟ ବାହାରିଲା ଜାଣିପାରନ୍ତି ନାହିଁ । ସେମାନଙ୍କୁ ଲାଗେ, ଅଧିକ ଖାଇବା ଦ୍ବାରା ଚର୍ବି ବଢିଯାଏ । କିନ୍ତୁ ଏନେଇ ବିଶେଷଜ୍ଞ କହିଛନ୍ତି, ପେଟ ଆଖପାଖରେ ଚର୍ବି ବଢିବାର ଅନେକ କାରଣ ହୋଇପାରେ । ଆସନ୍ତୁ ଏହି ଖବରରେ ଜାଣିବା ପେଟରେ ଚର୍ବି ଜମା ହେବାର କାରଣ ସମ୍ପର୍କରେ...

ବ୍ୟାୟାମର ଅଭାବ:

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକମାନେ ନିୟମିତ ବ୍ୟାୟାମ କରିବାକୁ ଭୁଲି ଯାଉଛନ୍ତି । ଏହି କାରଣରୁ ପେଟରେ ଚର୍ବି ଜମା ହେଉଥିବା ବିଶେଷଜ୍ଞ କହିଛନ୍ତି । ଯାହାକି ଭବିଷ୍ୟତରେ ହୃଦରୋଗ, ଉଚ୍ଚ ରକ୍ତଚାପ ପରି ବଡ ରୋଗର କାରଣ ହୋଇପାରେ । ତେଣୁ ନିଜକୁ ଫିଟ୍ ରଖିବାକୁ ହେଲେ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଏ ।

ସନ୍ତୁଳିତ ଖାଦ୍ୟ ନଖାଇବା:

ବିଶେଷଜ୍ଞଙ୍କ କହିବା କଥା, ପେଟ ଆଖପାଖରେ ଚର୍ବି ବଢିବାର ଅନ୍ୟ ଏକ କାରଣ ଅସନ୍ତୁଳିତ ଖାଦ୍ୟ । ଅଧିକାଂଶ ଲୋକ ଭୋକ ନ ଲାଗିବା ପାଇଁ ଦୈନିକ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇଥାନ୍ତି । ଏହି କାରଣରୁ ପେଟରେ ଚର୍ବି ବଢିଥାଏ ।

ଅଧିକ ମଦ୍ୟପାନ କରିବା:

ମଦରେ ଅଧିକ କ୍ୟାଲୋରୀ ଥାଏ । ଆମେ ଯେତେବେଳେ ଅଧିକ ମାତ୍ରାରେ ମଦ ପିଉ, ଆମ ଶରୀରରେ ଚର୍ବି ଜମିବାରେ ଲାଗେ । ଏହାସହିତ ଅନେକ ଲୋକ ମଦ ପିଇବା ସମୟରେ ନନଭେଜ୍ ଖାଦ୍ୟ ଖାଇଥାନ୍ତି । ଏହା ଯୋଗୁଁ ବି ପେଟରେ ଅଧିକ ଚର୍ବି ଜମା ହେଉଥିବା ବିଶେଷଜ୍ଞ କହିଛନ୍ତି । ତେଣୁ ସୁସ୍ଥ ଓ ଫିଟ୍ ରହିବାକୁ ଚାହୁଁଥିଲେ, ମଦ୍ୟପାନଠୁ ଦୂରେଇ ରହିବା ବା ସୀମିତ କରିବା ଆବଶ୍ୟକ ।

ଧୂମ୍ରପାନ:

ନ୍ୟାସନାଲ ଲାଇବ୍ରେରୀ ଅଫ୍ ସାଇନ୍ସ ରିପୋର୍ଟ ଅନୁସାରେ, ଧୂମ୍ରପାନ ଦ୍ବାରା ବି ପେଟରେ ଚର୍ବି ବଢିଥାଏ । ଏ କଥା ଅନେକ ଲୋକ ଜାଣିନାହାନ୍ତି । ଧୂମ୍ରପାନ ଦ୍ବାରା ଶରୀରରେ ଭଲ କୋଲେଷ୍ଟ୍ରୋଲ କମ୍ ହୋଇଥାଏ ଓ ଖରାପ କୋଲେଷ୍ଟ୍ରୋଲ ପରିମାଣ ବଢାଇଥାଏ । ଏହା ଦ୍ବାରା ପେଟରେ ଚର୍ବି ଜମେ । 2011ରେ ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ ଓବିସିଟିରେ ପ୍ରକାଶିତ ତଥ୍ୟ ଅନୁସାରେ, ଧୂମ୍ରପାନ କରୁନଥିବା ଲୋକଙ୍କ ତୁଳନାରେ ଧୂମ୍ରପାନ କରୁଥିବା ଲୋକଙ୍କ ପେଟରେ ଚର୍ବି ବଢିବା ସମ୍ଭାବନା ଅଧିକ ।

ଏହା ମଧ୍ୟ ପଢନ୍ତୁ: ପୁରୁଷଙ୍କ ପାଇଁ ବରଦାନ ଖଜୁରୀ; ବଢାଏ ଶୁକ୍ରାଣୁ, ଦୂରେ କରେ ଥକ୍କାପଣ, ଜାଣନ୍ତୁ ଖାଇବେ କି ନାହିଁ ଡାଇବେଟିସ୍ ରୋଗୀ ? - Can Sugar Patients Eat Dates


ଏହା ମଧ୍ୟ ପଢନ୍ତୁ: Sleep Tips: ବିଛଣାରେ ଶୋଇବା ମାତ୍ରେ ହୋଇଯିବ ନିଦ; ଖାଆନ୍ତୁ ଏହି ସବୁ ଖାଦ୍ୟ, ବଦଳାନ୍ତୁ ଅଭ୍ୟାସ - Foods For Better Sleep


Disclaimer- ଏଠାରେ ପ୍ରଦତ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ

ABOUT THE AUTHOR

...view details