ହାଇଦ୍ରାବାଦ: ଖରାଦିନେ ପ୍ରାୟତଃ ସମସ୍ତଙ୍କ ଦେହରୁ ଝାଳ ବାହାରେ । ଖାଲି ଯେ, ଖରାଦିନେ ଝାଳ ବୁହେ ତାହା ନୁହେଁ, ବର୍ଷା ଓ ଶୀତଦିନେ ଶାରୀରିକ ପରିଶ୍ରମ ଦ୍ବାରା ଆମ ଶରୀରରୁ ଅଧିକ ମାତ୍ରାରେ ଝାଳ ବୋହିଥାଏ । ହେଲେ ଆପଣମାନେ କ'ଣ ଜାଣିଛନ୍ତି କି ? ଶରୀରରୁ ଝାଳ ବୋହିବା ଭଲ କିମ୍ବା ଖରାପ । ତେବେ ଆସନ୍ତୁ ଜାଣିବା ଶରୀରରୁ ଝାଳ ବୋହିବାର ଉପକାରିତା ଓ ଅପକାରିତା ଉପରେ ।
ଝାଳ ବୋହିବାର ଉପକାରିତା:
- ଦିଲ୍ଲୀର ଚର୍ମରୋଗ ବିଶେଷଜ୍ଞ ଡ. ମହାଜନଙ୍କ କହିବା ଅନୁସାରେ, ଶରୀରରରୁ ଝାଳ ବୋହିବା ଅନେକାଂଶରେ ଶରୀର ପାଇଁ ଭଲ । ଝାଳ ଶରୀରରୁ ବ୍ୟାକ୍ଟେରିଆ ହ୍ରାସ କରିବା ସହ ତ୍ବଚାରେ ଚମକ ଆଣିଥାଏ ।
- 2016 ମସିହାରେ 'ଜର୍ନାଲ ଅଫ ଇନଭେଷ୍ଟିଗେଟିଭ ଡର୍ମାଟୋଲୋଜି'ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଝାଳ ସ୍କିନର ପିଏଚ (PH)କୁ ହ୍ରାସ କରିବା ସହ ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ ।
- ଝାଳ ଚର୍ମରନ୍ଧ୍ରରୁ ଅତିରିକ୍ତ ତେଲ, ମଇଳା ଓ ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ଏହାସହ ମୃତ ଚର୍ମକୋଷକୁ ବାହାର କରିବାରେ ସହଯୋଗ କରେ । ବଶେଷଜ୍ଞମାନଙ୍କ କହିବା ଅନୁସାରେ, ଚର୍ମ ସମସ୍ୟା ଯେପରିକି ବ୍ରଣ ଓ ଦାଗ ସମସ୍ୟାକୁ ଦୂର କରିଥାଏ । ଯାହାଦ୍ବାରେ ତ୍ବଚା ସୁନ୍ଦର ଦେଖାଯାଏ ।
- ଶରୀରରେ ଅତ୍ୟଧିକ ଲବଣ ଝାଳ ମାଧ୍ୟମରେ ବାହାରକୁ ବାହାରିଥାଏ । ଏହାସହ ହାଡକୁ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ମିଳିଥାଏ । ଏହା କିଡନୀ ଷ୍ଟୋନ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
- ଏହା ବ୍ୟତୀତ ଝାଳ ବୋହିବା ଚର୍ମରେ ରକ୍ତ ସଞ୍ଚାଳନକୁ ସୁଦୃଢ କରେ । ଏହାସହ ସ୍କିନକୁ ସୁସ୍ଥ ଓ ଉଜ୍ଜ୍ବଳ ରଖିବାରେ ସାହଯ୍ୟ କରେ ।
- ଝାଳ ଶରୀର ପାଇଁ ଭଲ । ଏହା ଶରୀରର ତାପମାତ୍ରାକୁ ଥଣ୍ଡା ରଖିଥାଏ । ଏହା ଚର୍ମକୁ ହାଇଡ୍ରାଟ ସହ ମଶ୍ଚରାଇଜର ରଖେ । ତେବେ ଝାଳ ବାହାରିବା ଭଲ ହୋଇଥିଲେ ମଧ୍ୟ ଅତ୍ୟଧିକ ଝାଳ ବୋହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ବୋଲି ଚର୍ମରୋଗ ବିଶେଷଜ୍ଞ ଡ. ମହାଜନ କହିଛନ୍ତି ।