ETV Bharat / health

ଏହିସବୁ ରୋଗ ଦୂର କରିପାରେ ହିଙ୍ଗୁ, ପ୍ରତିଦିନ ମିଶାନ୍ତୁ ଖାଦ୍ୟରେ - HING HEALTH BENEFITS

ଖାଦ୍ୟର ସ୍ବାଦ ବଢାଉଥିବା ହିଙ୍ଗୁ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ପେଟ ସମସ୍ୟାଠାରୁ ନେଇ ପୁରୁଷ ରୋଗ ପର୍ଯ୍ୟନ୍ତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଏହିସବୁ ରୋଗ ଦୂର କରିପାରେ ହିଙ୍ଗୁ
ଏହିସବୁ ରୋଗ ଦୂର କରିପାରେ ହିଙ୍ଗୁ (ETV Bharat)
author img

By ETV Bharat Health Team

Published : Jan 2, 2025, 8:58 AM IST

ହିଙ୍ଗୁ ଭାରତୀୟ ହାଣ୍ଡିଶାଳର ଏକ ସାଧାରଣ ମସାଲା । ଏହାର ବ୍ୟବହାର ଭାରତୀୟ ବ୍ୟଞ୍ଜନରେ ଭିନ୍ନ ଭିନ୍ନ ଭାବରେ କରାଯାଏ । ଡାଲି ହେଉକି ତରକାରୀ, ହିଙ୍ଗୁର ତଡ୍‌କା ଲାଗିଲେ ସ୍ବାଦ ଦ୍ବିଗୁଣିତ ହୋଇଯାଏ । ତେବେ ଏହା କେବଳ ସ୍ବାଦ ନୁହେଁ, ବରଂ ଆମ ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଖୁବ୍ ଲାଭଦାୟକ । ହିଙ୍ଗୁରେ ବହୁ ଔଷଧୀୟ ଗୁଣ ରହିଛି । ବଦହଜମୀ, ଗ୍ୟାସ୍, ଇନଫ୍ଲୁଏଞ୍ଜା, ଆସ୍ଥାମା, ଅଲସର, କୋଷ୍ଠକାଠିନ୍ୟ ଭଳି ନାନା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଭାରତରେ ହିଙ୍ଗୁ ବହୁଳ ବ୍ୟବହାର ହେଉଥିଲେ ହେଁ ଏହା ଦେଶରେ ଚାଷ କରାଯାଏ ନାହିଁ । ମୁଖ୍ୟତଃ ଇରାନ, ଆଫଗାନିସ୍ତାନ, ବାଲୁଚିସ୍ତାନରେ ଅଧିକ ହିଙ୍ଗୁ ଚାଷ ହୋଇଥାଏ ।

କହିରଖୁଛୁ କି, ହିଙ୍ଗୁ ଦୁଇ ପ୍ରକାରର- ଗୋଟିଏ କଳା ହିଙ୍ଗୁ ଓ ଆଉ ଗୋଟିଏ ଧଳା ହିଙ୍ଗୁ । ଧଳା ହିଙ୍ଗୁର ବ୍ୟବହାର ଔଷଧ ଭାବେ କରାଯାଏ । କଳ୍ପାୟୁ ହେଲ୍‌ଥ କେୟାର ଡାକ୍ତର କଳ୍ପେଶ ବାଫନା ETV ଭାରତକୁ ହିଙ୍ଗୁ ସେବନର ଫାଇଦା ଓ କ୍ଷତି ବିଷୟରେ ସୂଚନା ଦେଇଛନ୍ତି ।

ହିଙ୍ଗୁ ସେବନର ଫାଇଦା:

ହିଙ୍ଗୁ ପେଟ ଓ କ୍ଷୁଦ୍ର ଅନ୍ତଃନଳୀରେ ଡାଇଜେଷ୍ଟିଭ ଏନଜାଇମ ବଢାଇ ପାଚନ କ୍ରିୟାରେ ସୁଧାର ଆଣେ । ଡାକ୍ତର କଳ୍ପେଶ ବାଫନାଙ୍କ ଅନୁସାରେ ଗ୍ୟାଷ୍ଟ୍ରିକ ସମସ୍ୟା ରୋକିବାକୁ ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ହିଙ୍ଗୁ ସାମିଲ କରିପାରିବେ । ଏହାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ପେଟ ଫୁଲା ସମସ୍ୟା ଦୂର କରିପାରେ । କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇପାରେ । ସେହିପରି ପେଟରେ ଚର୍ବି କମାଇବାରେ ସାହାଯ୍ୟ କରେ । ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ମସାଲା ବେଶ୍ ଉପଯୋଗୀ ।

କେବଳ ଏତିକି ନୁହେଁ, ହିଙ୍ଗୁ ପାଉଡରକୁ ପେଷ୍ଟ ବନାଇ କେଶ ମୂଳ ସହ ପୁରା କେଶରେ ଲଗାଇଲେ କେଶ ବୃଦ୍ଧିରେ ସାହାଯ୍ୟ କରେ । ହିଙ୍ଗୁରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ସହ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି, ଯାହାକି ତ୍ବଚାକୁ ସୁସ୍ଥ ରଖିବାରେ ଲାଭଦାୟକ । ହେଲେ ଧ୍ୟାନ ରଖିବେ, କମ୍ ମାତ୍ରାରେ ହିଙ୍ଗୁ ବ୍ୟବହାର କରିବା ଭଲ । ଏହାର ମାତ୍ରା ଅଧିକ ହେଲେ ମୁଣ୍ଡବିନ୍ଧା ଓ ମାଇଗ୍ରେନ ସମସ୍ୟା ହୋଇପାରେ । ବେଳେବେଳେ ଡାଇରିଆ କାରଣ ମଧ୍ୟ ହୋଇପାରେ ।

ହିଙ୍ଗୁ ସେବନର ଅନ୍ୟ ଫାଇଦା:

  • ହିଙ୍ଗୁ ବଦହଜମୀ, ଗ୍ୟାସ୍ ଆଦି ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିପାରେ । ଏହା ଡାଇଜେଷ୍ଟିଭ ଏନଜାଇମ ଉତ୍ପାଦନ ବଢାଇ ହଜମ ପ୍ରକ୍ରିୟା ଉନ୍ନତ କରେ ।
  • ସବୁ ପ୍ରକାର ପେଟ ସମସ୍ୟା ପାଇଁ ହିଙ୍ଗୁ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଣ୍ଟିଇନଫ୍ଲାମେଟୋରୀ ଗୁଣ ପେଟ ଯନ୍ତ୍ରଣା, ପେଟରେ ସଂକ୍ରମଣ ଓ ଜଏଣ୍ଟ ପେନ୍ ଦୂର କରିବାରେ ଉପଯୋଗୀ ।
  • ହିଙ୍ଗୁ ସ୍କିନ ଆଲର୍ଜି, ଦାଗ ଚିହ୍ନ, ଆଖି ତଳ କଳାଦାଗ ଦୂର କରିପାରେ । ଏଥିସହ ଫାଇନ ଲାଇନ୍ସ, ରିଙ୍କଲ୍ସ (ଚର୍ମକୁଞ୍ଚନ) ଓ ବୟସ ଜନିତ ଦାଗ କମ୍ କରିବାରେ ସାହାଯ୍ୟ କରେ ।
  • ଏହା ଶରୀରରେ ରକ୍ତ ସଞ୍ଚାଳନ ବଢାଇବାରେ ସାହାଯ୍ୟ କରେ ।
  • ହିଙ୍ଗୁର ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ଭାଇରାଲ ଓ ଆଣ୍ଟି-ବାୟୋଟିକ ଗୁଣ ଆସ୍ଥାମା, ବ୍ରୋଙ୍କାଇଟିସ୍, ଶୁଖିଲା କାଶ ଭଳି ସମସ୍ୟାରୁ ଆରାମ ଦିଏ ।
  • ଡାକ୍ତରଙ୍କ କହିବା ମୁତାବକ ହିଙ୍ଗୁ ପୁରୁଷଙ୍କଠାରେ ସେକ୍ସ ପାୱାର ବଢାଇପାରେ । ଏହା ପୁରୁଷଙ୍କ ନପୁଂଶକତା ଓ ମହିଳାଙ୍କ ଓଭଲ୍ୟୁସନ ସମସ୍ୟା ଦୂର କରିଥାଏ ।

ହିଙ୍ଗୁ ଏକ ଉତ୍ତେଜକ ଔଷଧି ଅଟେ । ତେଣୁ ପ୍ରତିଦିନ ସେବନ କରୁଥିଲେ ଏହାର ମାତ୍ରା ଉପରେ ଧ୍ୟାନ ରଖିବେ । ପିତ୍ତ ସମସ୍ୟା ଥିବା ବ୍ୟକ୍ତି ଏହାର କମ୍ ସେବନ କରିବା ଉଚିତ୍ । ନଚେତ୍ କୌଣସି ଆୟୁର୍ବେଦିକ ଏକ୍ସପର୍ଟଙ୍କ ପରାମର୍ଶ ନେବା ପରେ ହିଁ ସେବନ କରିବା ଭଲ ।

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ କୌଣସି ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.