ହାଇଦ୍ରାବାଦ:ବୈଶ୍ୱିକ ସ୍ତରରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ବାରା କେବଳ ବୟସ୍କ ନୁହେଁ ବରଂ ଛୋଟ ଛୁଆ ମଧ୍ୟ ପ୍ରଭାବିତ ହେଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ୧୯ ବର୍ଷ ମଧ୍ୟରେ ପ୍ରତିବର୍ଷ ୪ ଲକ୍ଷ ପିଲା କର୍କଟରେ ଆକ୍ରାନ୍ତ ହେଉଛନ୍ତି । ୧୦ରୁ ୯ଟି ମାମଲା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶର ରହିଛି । ଯେଉଁଠାରେ କର୍କଟରେ ଆକ୍ରାନ୍ତ ହେବା ପରେ ମଧ୍ୟ ଉପଯୁକ୍ତ ଚିକିତ୍ସା ମିଳିପାରୁ ନାହିଁ । ପିଲାଙ୍କଠାରେ ଦେଖା ଯାଉଥିବା କର୍କଟ ରୋଗ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଅନ୍ତର୍ଜାତୀୟ ଚାଇଲ୍ଡହୁଡ କ୍ୟାନ୍ସର ଡେ ପାଳନ କରାଯାଇଥାଏ ।
ଭାରତରେ କ୍ୟାନ୍ସର ରୋଗୀ ସାମ୍ନା କରୁଥିବା ସମସ୍ୟା:
- ପ୍ରାଥମିକ ଷ୍ଟେଜରେ ଚିହ୍ନଟ ହୋଇପାରେ ନାହିଁ କ୍ୟାନ୍ସର
- କର୍କଟ ଚିକିତ୍ସା ଖର୍ଚ୍ଚ ଅଧିକ ମହଙ୍ଗା
- ରାଜ୍ୟସ୍ତରରେ କର୍କଟ ଚିକିତ୍ସା ପ୍ରତିଷ୍ଠାନର ଅଭାବ
- ପିଲାମାନଙ୍କରେ କର୍କଟ ରୋଗର ଲକ୍ଷଣକୁ ନେଇ ସୂଚନାର ଅଭାବ
- କ୍ୟାନ୍ସର ଚିହ୍ନଟ ପାଇଁ ଉପଯୁକ୍ତ ପରୀକ୍ଷା ଉପକରଣର ଅଭାବ
- ସମ୍ବଳ ଅନୁପାତରେ କର୍କଟ ପ୍ରତିଷ୍ଠାନ ଉପରେ ରୋଗୀଙ୍କ ଅତ୍ୟଧିକ ଚାପ
ଏହା ମଧ୍ୟ ପଢନ୍ତୁ: ୨୦୫୦ ସୁଦ୍ଧା ଚିହ୍ନଟ ହେବେ ୩୫ ମିଲିୟନରୁ ଅଧିକ କ୍ୟାନ୍ସର ରୋଗୀ: ହୁ
ଛୁଆଙ୍କ କ୍ଷେତ୍ରରେ କ୍ୟାନ୍ସରର ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଭୁବନେଶ୍ବର ଏମ୍ସରେ ଅଙ୍କୋଲୋଜି ବା ହେମାଟୋଲିଜି ବିଭାଗ ଖୋଲାଯାଇଥିଲା । ଏନେଇ ୨୦୨୩ ମସିହା ସେପ୍ଟେମ୍ବର ୩୦ ତାରିଖରେ ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ କହିଛନ୍ତି, "ଅଙ୍କୋଲୋଜି ବିଭାଗରେ ୧୨୦୦ରୁ ଅଧିକ ପିଲା ପଞ୍ଜିକୃତ ହୋଇଛନ୍ତି । ବାର୍ଷିକ ପ୍ରାୟ ୪୨୫୦ରୁ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି । କେବଳ ଓଡ଼ିଶାରୁ ନୁହେଁ ବରଂ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଏବଂ ଅନ୍ୟ ରାଜ୍ୟର ଛୁଆ ମଧ୍ୟ ଚିକିତ୍ସା ପାଇଁ ଆସିଥାଆନ୍ତି ।"
ଆଜିକା ସମୟରେ ପ୍ରତ୍ୟେକ ବୟସରେ ଦେଖାଯାଉଛି କ୍ୟାନ୍ସର । ଏହା ଶରୀରର ଯେକୌଣସି ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ପ୍ରଥମେ ଜେନେଟିକ ମ୍ୟୁଟେସନ ପାଇଁ ଆରମ୍ଭ ହୋଇଥାଏ । ଏହାର କିଛି ମାସ ପରେ ଟ୍ୟୁମର ହୋଇଥାଏ । ଯଦି ଠିକ ସମୟରେ ଚିକିତ୍ସା ପ୍ରଦାନ କରାଯାଏ ନାହିଁ ତା'ହେଲେ ଏହା ବିକଶିତ ହୋଇ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପି ଯାଇଥାଏ । ପରିବର୍ତ୍ତୀ ସମୟରେ ଏହା ମୃତ୍ୟୁର କାରଣ ସାଜିଥାଏ । ତେବେ ଅନେକ କାରଣ ପାଇଁ କ୍ୟାନ୍ସର ହୋଇଥାଏ । ଛୋଟ ଛୁଆଙ୍କଠାରେ କ୍ୟାନ୍ସରର କାରଣ ଜାଣିବା ପାଇଁ ଅନେକ ଅନୁସନ୍ଧାନ କରାଯାଉଛି । ଏପଷ୍ଟିନ ବାର ଭାଇରସ, ଏଚଆଇଭି ଏବଂ ମ୍ୟାଲେରିଆ ଭଳି ସଂକ୍ରମଣ କ୍ୟାନ୍ସରର କାରଣ ସାଜିଥାଏ ।
ଛୁଆଙ୍କ କ୍ଷେତ୍ରରେ କ୍ୟାନ୍ସରର କାରଣ: