ଓଡିଶା

odisha

ETV Bharat / health

'ହରମୋନ ଥେରାପି' ମହିଳାଙ୍କ କ୍ଷେତ୍ରରେ କେତେ ଫଳପ୍ରଦ? ଜାଣନ୍ତୁ - Hormone Therapy

Hormone Therapy: ହରମୋନ ଥେରାପି' ମହିଳାଙ୍କ କ୍ଷେତ୍ରରେ ସୁରକ୍ଷିତ ସାବ୍ୟସ୍ତ ହୋଇପାରେ । 65 ବର୍ଷ ପରେ ଏହି ଥେରାପି ଲାଭଦାୟକ ହୋଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 10, 2024, 8:09 PM IST

Hormone Therapy
Hormone Therapy

ହାଇଦ୍ରାବାଦ:'ହରମୋନ ଥେରାପି' ମହିଳାଙ୍କ କ୍ଷେତ୍ରରେ ସୁରକ୍ଷିତ ସାବ୍ୟସ୍ତ ହୋଇପାରେ । ଏହାସହ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକୁ ସୁରକ୍ଷା ଯୋଗାଇପାରେ ବୋଲି ଜଣାପଡ଼ିଛି । ବିଶେଷ କରି 65 ବର୍ଷ ପରେ ଏହି ଥେରାପି ଲାଭଦାୟକ ହୋଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି । ହରମୋନ ଥେରାପି (Hormone Therapy-HT) ଏମିତି ଏକ ଔଷଧ ଯେଉଥିରେ ମହିଳା ହରମୋନ ଏଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟେରୋନ ରହିଛି । ହେଲେ ପୂର୍ବରୁ ଏହା ସ୍ବାସ୍ଥ ପକ୍ଷେ କ୍ଷତିକାରକ ବୋଲି କୁହାଯାଉଥିଲା । ତେଣୁ ଏହାର ବ୍ୟବହାର ନେଇ ଭୟ ଉପୁଜିଥିଲା ।

ମେନୋପଜ୍ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ଅନୁସାରେ, 65 ବର୍ଷ ବୟସ ପରେ ମହିଳାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପର ପ୍ରକାର ଓ ମାତ୍ରା ଅନୁସାରେ ଏହି ଥେରାପି ଭିନ୍ନ । ତେବେ ହରମୋନ ଥେରାପିର ବ୍ୟବହାର କରାଯାଇ କ୍ୟାନସର ଭଳି ଦୁରାରୋଗର ଚିକିତ୍ସା କରାଯାଇପାରିବ । ସ୍ତନ କର୍କଟ ଏହାର ମୁଖ୍ୟ ଉଦାହରଣ । ଶରୀରରେ ବଢୁଥିବା କ୍ୟାନସନରକୁ ଏହା ରୋକିବାରେ ସହାୟକ ହୋଇଥାଏ ।

ମେନୋପଜ ସୋସାଇଟିର ଚିକିତ୍ସା ନିର୍ଦ୍ଦେଶକ ଷ୍ଟେଫନୀ ଫବିୟନ କହିଛନ୍ତି, "ଏହି ଉପଚାର ବ୍ୟକ୍ତିଗତ ଭାବେ ସୁବିଧା ପ୍ରଦାନ କରିଥାଏ । ବିଶେଷଜ୍ଞମାନେ ୨୦୦୭ରୁ ୨୦୨୦ମଧ୍ୟରେ ୧୦ଜଣ ବୃଦ୍ଧାଙ୍କ ବିଷୟରେ ପରୀକ୍ଷା ନୀରିକ୍ଷା କରିଥିଲେ । କରାଯାଇଥିବା ଏହି ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ୬୫ ବର୍ଷରୁ ଅଧିକ ବୟସ ପରେ ଏଷ୍ଟ୍ରୋଜେନ ନେବା ଦ୍ବାରା ସ୍ତନ କର୍କଟ (Breast Cancer), କଞ୍ଜେଷ୍ଟିଭ ହାର୍ଟ ଫେଲୟୋର (Congestive Heart Failure) ଆଦିର ମାତ୍ରା ହ୍ରାସ ପାଉଛି ।"

ଏହା ମଧ୍ୟ ପଢନ୍ତୁ...ଦେଶରେ ବ୍ୟାପୁଛି କ୍ୟାନ୍ସର, ଚିନ୍ତାର କାରଣ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ - CANCER CAPITAL

ଏହା ମଧ୍ୟ ପଢନ୍ତୁ...ବିଶ୍ବ ସ୍ବାସ୍ଥ୍ୟ ଦିବସ, ମୋ ସ୍ବାସ୍ଥ୍ୟ ମୋ ଅଧିକାର - World Health Day 2024
ଏହା ମଧ୍ୟ ପଢନ୍ତୁ...ହୃଦଘାତରୁ ରକ୍ଷା କରେ କୋଭିଡ ଟିକା, ରକ୍ତ ଜମାଟର ଆଶଙ୍କା କମ୍‌ !

ଅପରପକ୍ଷେ, ଏଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟିନ ଥେରାପି ଦ୍ବାରା ସ୍ତନ କର୍କଟ ଅଧିକ ଭୟାବହ ହେବାର ଆଶଙ୍କା ରହିଛି । ହେଲେ ଭ୍ୟାଜିନାଲ ପ୍ରୋଜେଷ୍ଟିନ ( vaginal progestin )କୁ କମ୍ ମାତ୍ରାରେ ଉପଯୋଗ କରିବା ଦ୍ବାରା ବିଶେଷ କ୍ଷତିକାରକ ହେବ ନାହିଁ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଏଣ୍ଡ୍ରୋମେଟ୍ରିୟାଲ କ୍ୟାନସର, କଞ୍ଜେଷ୍ଟିଭ ହାର୍ଟ ଫେଲୟୋର ଆଦି ଦ୍ବାରା ହରମୋନ ଥେରାପି (Hormone Therapy-HT) ଭଲ କାମ କରିଥାଏ ବୋଲି ମେନୋପଜ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

ABOUT THE AUTHOR

...view details