ଓଡିଶା

odisha

ETV Bharat / health

କାହିଁକି ଶରୀର ପାଇଁ 'ଗୁଡ୍' ଗୁଡ଼ ? ଡାଇବେଟିସ୍ ରୋଗୀ ଖାଇପାରିବେ କି, ଜାଣନ୍ତୁ

ଗୁଡ ଅନେକ ଭିଟାମିନ ଓ ଖଣିଜ ସାରରେ ଭରପୂର । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । କାହିଁକି ଗୁଡ ଖାଇବା ଉଚିତ୍, ପଢନ୍ତୁ ଏହି ଖବରରେ

By ETV Bharat Health Team

Published : 12 hours ago

ଗୁଡ ଖାଇଲେ ମିଳେ ଏମିତି ଲାଭ
ଗୁଡ ଖାଇଲେ ମିଳେ ଏମିତି ଲାଭ (ETV Bharat)

Health benefits of jaggery:ଗୁଡ଼ ଏକ ପ୍ରାକୃତିକ ମିଠା । ଏଥିରେ ଭିଟାମିନ ଓ ଖଣିଜ ସାର ଭଳି ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ରହିଥାଏ । ଏହାକୁ ଖାଇଲେ ରକ୍ତହୀନତା ସମସ୍ୟା ଦୂର ହୁଏ, ଇମ୍ୟୁନିଟି ବଢେ, ହଜମ ପ୍ରକ୍ରିୟା ଉନ୍ନତ ହୁଏ ଏବଂ ଶରୀରକୁ ଆହୁରି ଅନେକ ଫାଇଦା ମିଳେ । ଗୁଡରେ ଆଇରନ, କ୍ୟାଲସିୟମ, ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚିନିରେ ନଥାଏ । ଚିନି ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ ଗୁଡ ଏହାର ଏକ ସ୍ବାସ୍ଥ୍ୟକର ବିକଳ୍ପ । ତଥାପି ଅତ୍ୟଧିକ ପରିମାଣରେ ଗୁଡ ସେବନ କରିବା ଅନୁଚିତ୍ । କାରଣ ଏଥିରେ ଅଧିକ ସୁଗାର, କ୍ୟାଲୋରୀ ଓ କାର୍ବହୋଇଡ୍ରେଟ ରହିଥାଏ ।

ହଜମ ପ୍ରକ୍ରିୟା ଉନ୍ନତ କରେ: ଗୁଡ ଖାଇଲେ ପାଚନ ଶକ୍ତି ବଢେ । ଏହାଦ୍ବାରା ପେଟରେ ଗ୍ୟାସ୍, ଫୁଲିବା ଓ ଅନ୍ୟାନ୍ୟ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଅନେକ ଲୋକ ଦାବି କରନ୍ତି, ଗୁଡ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ । ତେବେ କୌଣସି ଅନୁସନ୍ଧାନ ଏହି ଦାବିକୁ ସ୍ପଷ୍ଟ କରେନାହିଁ ।

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର: ଗୁଡରେ ପ୍ରଚୁର ମାତ୍ରାରେ ଆଣ୍ଟିଆକ୍ସିଡାଣ୍ଟ ରହିଥିବାରୁ ଏହା ହାନିକାରକ ଫ୍ରି ରାଡିକାଲ୍ସ ବିରୋଧରେ ଲଢେଇ କରିବାରେ ସାହାଯ୍ୟ କରେ । ଏହାଦ୍ବାରା କ୍ୟାନ୍ସର, ହୃଦରୋଗ ଭଳି କ୍ରୋନିକ ରୋଗ ଆଶଙ୍କା ହ୍ରାସ ପାଏ ।

ଓଜନ ହ୍ରାସ:ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ପ୍ରତିଦିନ ଗୁଡ ଖାଇବା ଉଚିତ୍ । ଖାଦ୍ୟ ଗ୍ରହଣ ପରେ ଗୁଡ ଖାଇବା ଦ୍ବାରା ପାଚନ କ୍ରିୟା ଭଲ ରହେ ଏବଂ ମେଟାବୋଲିଜିମ ବୃଦ୍ଧି କରେ, ଯାହାକି ଓଜନ କମାଇବାରେ ସହାୟକ ହୁଏ ।

ରକ୍ତ ସଫା କରେ: ଗୁଡ ଖାଇଲେ ରକ୍ତ ସଫା ହୁଏ । ଏହା ଏକ ନ୍ୟାଚୁରାଲ ଡିଟକ୍ସିଫାୟର ଭଳି କାମ କରେ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଲିଭର୍ ସଫା ରଖିବାରେ ସାହାଯ୍ୟ କରେ ।

ଶକ୍ତି ଯୋଗାଏ:ଶରୀରରେ ଏନର୍ଜି ବଢାଇବାକୁ ଚାହୁଁଥିଲେ ପ୍ରତିଦିନ ନିଜ ଆହାରରେ ଗୁଡ ସାମିଲ କରିବା ଉଚିତ୍ । ଏହା ଏକ ଜଟିଳ କାର୍ବୋହାଇଡ୍ରେଟ ହୋଇଥିବାରୁ ଶରୀରକୁ ଶକ୍ତି ଯୋଗାଇଥାଏ । ଫଳରେ ଆପଣ ପୁରା ଦିନ ଆକ୍ଟିଭ ଓ ଏନର୍ଜେଟିକ ରହିଥାନ୍ତି । ସେହିପରି ଏଥିରେ ଥିବା କ୍ୟାଲେସିୟମ, ଫରଫରସ୍ ପ୍ରଭୃତି ପୋଷକ ତତ୍ତ୍ବ ହାଡ ମଜଭୁତ କରେ ।

ରକ୍ତହୀନତା ସମସ୍ୟା ଦୂର: ଏନିମିଆ ରୋଗୀ ପାଇଁ ଅତ୍ୟନ୍ତ ଉପଯୋଗୀ ଗୁଡ । ଏହା ଆଇରନରେ ଭରପୂର ହୋଇଥିବାରୁ ରକ୍ତହୀନତା ସମସ୍ୟା ଦୂର କରିଥାଏ । ପ୍ରତିଦିନ ଗୁଡ ଖାଇବା ଦ୍ବାରା ରକ୍ତରେ ହିମଗ୍ଲୋବିନ ସ୍ତର ବଢିପାରେ ।

ଇମ୍ୟୁନିଟି ବଢାଏ: ଭିଟାମିନ ଓ ମିନେରାଲ୍ସରେ ଭରପୂର ଗୁଡ ଶରୀରରେ ଇମ୍ୟୁନିଟି ବଢାଇଥାଏ । ବିଭିନ୍ନ ସଂକ୍ରମଣ, ଥଣ୍ଡା-କାଶ ଭଳି ରୋଗ ବିରୋଧରେ ଲଢେଇ କରିଥାଏ । ଏଥିସହ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ପ୍ରତିଦିନ ଗୁଡ ଖାଇବାକୁ ପରାମର୍ଶ ଦିଆଯାଏ ।

ସୁସ୍ଥ ତ୍ବଚା: ଗୁଡ ଖାଇଲେ ରକ୍ତ ସଫା ହେଉଥିବାରୁ ତ୍ବଚା ସୁସ୍ଥ ରହେ । ଏହା ମୁହଁରେ ବ୍ରଣ ଏବଂ ଅନ୍ୟ ସ୍କିନ ଇନଫେକ୍ସନ ରୋକିବାରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ଗୁଡ ଖାଇବା ଭଲ ।

ଡାଇବେଟିସ୍ ରୋଗୀ ଗୁଡ ଖାଇପାରିବେ କି ?

ଡାଇବେଟିସ୍ ରୋଗୀଙ୍କୁ ଚିନି ଖାଇବାକୁ ବାରଣ କରାଯାଏ । ଏହାଦ୍ବାରା ସେମାନଙ୍କର ରକ୍ତରେ ଗ୍ଲୁକୋଜ ବା ସୁଗାର ସ୍ତର ବଢିଥାଏ । ଏହି କାରଣରୁ ସେମାନେ ମିଠା ଖାଇବା ଛାଡିଦିଅନ୍ତି । ତେବେ ପ୍ରଶ୍ନ ଉଠେ, ଡାଇବେଟିସ୍ ରୋଗୀ ଗୁଡ ଖାଇପାରିବେ କି ? ଏନେଇ ଏକ୍ସପର୍ଟଙ୍କ କହିବା କଥା, ଗୁଡ ଖୁବ୍ ସ୍ବାସ୍ଥ୍ୟକର ହୋଇଥିଲେ ହେଁ ଡାଇବେଟିସ୍ ରୋଗୀମାନେ ଏହାକୁ ନ ଖାଇବା ଉଚିତ୍ । ଉଭୟ ଗୁଡ ଓ ଚିନ ଆଖୁ ରସରୁ ତିଆରି । ତେଣୁ ଗୁଡ ଖାଇଲେ ବି ସୁଗାର ସ୍ତର ବଢିଥାଏ । ତେବେ ଡାଇବେଟିସ୍ ରୋଗୀମାନେ କନ୍ଦମୂଳ ଖାଇପାରିବେ କାରଣ ଏହାର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ।

Ref- https://www.healthline.com/nutrition/jaggery#TOC_TITLE_HDR_7

https://www.medicalnewstoday.com/articles/jaggery#benefits

ଏହା ମଧ୍ୟ ପଢନ୍ତୁ:ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ

ଏହା ମଧ୍ୟ ପଢନ୍ତୁ:ଲୁହା ପରି ମଜଭୁତ ହେବ ଶରୀର, ଟେନସନରୁ ମିଳିବ ମୁକ୍ତି; କରନ୍ତୁ ଏହି ଏକ୍ସରସାଇଜ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details