ଓଡିଶା

odisha

ETV Bharat / health

ପଇଡ଼ ପାଣିଠୁ ବି ଅଧିକ ଉପକାରୀ ତାଳ, ଦୂର କରେ ଏହିସବୁ ରୋଗ - Benefits of Ice Apples - BENEFITS OF ICE APPLES

Health Benefits of Ice Apples: ଆପଣ ତାଳ ଜାଣିଥିବେ, ଯାହାକି ସାଧାରଣତଃ ଖରାଦିନେ ବଜାରରେ ମିଳିଥାଏ । ଏହି ତାଳର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଅଛି, ଯାହା ଆପଣଙ୍କୁ ବିଭିନ୍ନ ରୋଗରୁ ସୁସ୍ଥ ରଖେ । ପଢନ୍ତୁ ପୁରା ଖବର

ପଇଡ଼ ପାଣିଠୁ ବି ଅଧିକ ଲାଭଦାୟକ ତାଳ, ମିଳେ ଏହିସବୁ ଫାଇଦା
ପଇଡ଼ ପାଣିଠୁ ବି ଅଧିକ ଲାଭଦାୟକ ତାଳ, ମିଳେ ଏହିସବୁ ଫାଇଦା (ETV Bharat)

By ETV Bharat Health Team

Published : Aug 28, 2024, 4:57 PM IST

ହାଇଦ୍ରାବାଦ: ଖରାଦିନେ ନିଜ ଖାଦ୍ୟପେୟର ଯତ୍ନ ନେବା ଅତି ଆବଶ୍ୟକ ହୋଇଥାଏ । କାରଣ ଏହି ଦିନରେ ଖାଦ୍ୟରେ ସାମାନ୍ୟ ଗଡବଡ ଆପଣଙ୍କ ଶରୀରକୁ ଅସୁସ୍ଥ କରିଦିଏ । କୁହାଯାଏ, ଖରାଦିନେ ଯଥାସମ୍ଭବ ପାଣି ଓ ଜୁସ୍ ପିଇବା ଉଚିତ୍ । ଏହି ଋତୁରେ ଆପଣ କମ୍ ଖାଇପାରନ୍ତି କିନ୍ତୁ ଅଧିକ ପାଣି ପିଇବାକୁ ପଡିଥାଏ । ପାଣି ଓ ଜୁସ୍ ଆପଣଙ୍କ ଶରୀରରେ ଜଳର ଅଭାବ ପୁରା କରିଥାଏ ଓ ସବୁବେଳେ ହାଇଡ୍ରେଟ ରଖିଥାଏ । ତେବେ ଖରାଦିନେ ଶରୀରରେ ଜଳର ଅଭାବ ପୁରା କରିବାରେ ସବୁଠୁ ଭଲ ଫଳ ହେଲା ତାଳ, ଯାହାକି ପଇଡ ପାଣିଠାରୁ ବି ଅଧିକ ଲାଭଦାୟକ ।

ତାଳ ସାଧାରଣତଃ ଖରାଦିନେ ମିଳିଥାଏ । ଏହାକୁ ଖରାଦିନିଆ ସୁପରଫୁଡ ଭାବେ ଗଣାଯାଏ । ଏହି ଫଳ ଖାଇବା ଦ୍ବାରା ଆପଣ ଟାଇଁ ଟାଇଁ ଖରାରେ ବି କୁଲ୍ କୁଲ୍ ଅନୁଭବ କରିବେ । ତାଳ ମୁଖ୍ୟତଃ ଖରାଦିନେ ଉପକୂଳବର୍ତ୍ତୀ ଅଞ୍ଚଳରେ ମିଳିଥାଏ । ଏହାକୁ ଆଇସି ଆପଲ ବି କୁହନ୍ତି । ଏହା ଶରୀରକୁ ତାଜା ରଖିଥାଏ ଓ ଗରମରୁ ସୃଷ୍ଟି ହେଉଥିବା ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ପଇଡ଼ ପାଣିଠୁ ବି ଅଧିକ ଲାଭଦାୟକ ତାଳ, ମିଳେ ଏହିସବୁ ଫାଇଦା (ETV Bharat)

ହାଇଦ୍ରାବାଦର ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ନହୁଷ କୁଣ୍ଟେଙ୍କ ମୁତାବକ, ''ତାଳରେ ଭିଟାମିନ-ବି, ଆଇରନ, ପୋଟାସିୟମ, ଜିଙ୍କ, କ୍ୟାଲେସିୟମ ପ୍ରଚୁର ମାତ୍ରାରେ ଥାଏ । ଯାହାକି ଆମ ଶରୀର ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଏହାର ସ୍ବାଦ ତାଜା ନଡିଆ ଭଳି ଓ ରଙ୍ଗ ଧଳା ଜେଲି ଭଳି ହୋଇଥାଏ ।''

ଜାଣନ୍ତୁ ତାଳ ଖାଇବାର ଫାଇଦା:

  • ଇମ୍ୟୁନୋ ସିଷ୍ଟମ ଦୁର୍ବଳ ହେଲେ ଲୋକଙ୍କୁ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ । ନିଜର ଇମ୍ୟୁନିଟି ବଢାଇବାକୁ ଚାହୁଁଥିଲେ ଭିଟାମିନ-Cରେ ଭରପୂର ତାଳ ଖାଇପାରିବେ ।
  • ଏହା ଆପଣଙ୍କ ଶରୀରକୁ ଥଣ୍ଡା ରଖିବା ସହ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ ।
  • ତାଳ ଖାଇବା ଦ୍ବାରା ଓଜନ ଓ ଚର୍ବି ହ୍ରାସ ପାଇଥାଏ ।
  • ଏଥିରେ ପାଚନ କ୍ରିୟା ଜନିତ ସମସ୍ୟା ଭଲ ହୁଏ ଓ ଲିଭର ମଧ୍ୟ ସୁସ୍ଥ ରୁହେ ।
  • ଗର୍ଭବତୀ ମହିଳାଙ୍କ ପାଇଁ ପୋଷଣରେ ଭରପୂର ହୋଇଥାଏ ତାଳ ।
ଏହା ମଧ୍ୟ ପଢନ୍ତୁ: ଶରୀରରେ ବଢିବ ରକ୍ତ, ରହିବେ ସୁସ୍ଥ; ଆପଣାନ୍ତୁ ଏହି ଘରୋଇ ଉପାୟ - Anemia treatment

Disclaimer- ଏହି ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ

ABOUT THE AUTHOR

...view details