ଓଡିଶା

odisha

ETV Bharat / health

ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଏମିତି ଫାଇଦା, ଖାସ୍ କରି ପୁରୁଷଙ୍କ ପାଇଁ...

ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଆଶ୍ଚର୍ଯ୍ୟଜନକ ଫାଇଦା । ଖାସ୍ କରି ପୁରୁଷଙ୍କ ପାଇଁ ବରଦାନ ସଦୃଶ ଏହି ଫଳ ।

By ETV Bharat Health Team

Published : 4 hours ago

ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଏମିତି ଫାଇଦା
ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଏମିତି ଫାଇଦା (ETV Bharat)

Dates health benefits:ଖଜୁରୀ ଏକ ମିଠା ଓ ପୁଷ୍ଟକର ଫଳ । ପ୍ରାଚନୀ କାଳରୁ ଶରୀରକୁ ଶକ୍ତି ଯୋଗାଇବା ଓ ରୋଗରୁ ରକ୍ଷା ପାଇଁ ଖଜୁରୀ ସେବନ କରାଯାଇଆସୁଛି । ଏହା କେବଳ ଶକ୍ତିର ଏକ ଭଲ ଉତ୍ସ ନୁହେଁ, ବରଂ ଏଥିରେ ଅନେକ ଭିଟାମିନ, ମିନେରାଲ ଓ ଫାଇବର ରହିଥାଏ । ଯଦିଓ ଖଜୁରୀ ମଧ୍ୟପ୍ରାଚ୍ୟରେ ଅଧିକ ଲୋକପ୍ରିୟ ହେଲେ ଆଜି ସାରା ବିଶ୍ବରେ ଲୋକମାନେ ଏହାର ସ୍ବାସ୍ଥ୍ୟଗତ ଲାଭକୁ ବୁଝି ନିଜ ଖାଦ୍ୟରେ ସାମିଲ କରିଛନ୍ତି ।

କ'ଣ କୁହନ୍ତି ଡାକ୍ତର ?

ନୂଆଦିଲ୍ଲୀର ଖାଦ୍ୟ ଓ ପୋଷଣ ବିଶେଷଜ୍ଞ ଡଃ ଦିବ୍ୟ ଶର୍ମା କହିଛନ୍ତି, ନିୟମିତ ଖଜୁରୀ ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ । ଏହି ଫଳ ଆଇରନ, ପୋଟାସିୟମ, ମ୍ୟାଗ୍ନେସିୟମରେ ଭରପୂର ଅଟେ ଯାହା ହାଡ ମଜଭୁତ କରିବା, ରକ୍ତଚାପ ନିୟନ୍ତ୍ରଣ ଓ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସେହିପରି ଖଜୁରୀରେ ଥିବା ପ୍ରାକୃତିକ ଚିନି ବା ନ୍ୟାଚୁରାଲ ସୁଗାର ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ତେଣୁ କ୍ରୀଡାବିତ୍ ଓ ବ୍ୟାୟାମ କରୁଥିବା ଲୋକଙ୍କ ପାଇଁ ଖଜୁରୀ ଖାଇବା ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ଅମିନୋ ଏସିଡ ଓ ପ୍ରୋଟିନ ମାଂସପେଶୀ ସୁଦୁଢ କରିବାରେ ସହାୟକ ହୁଏ ।

ଏହା ବ୍ୟତୀତ ଖଜୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଫ୍ରି ରେଡିକାଲରୁ ରକ୍ଷା କରିଥାଏ, ଯଦ୍ବାରା ଇମ୍ୟୁନିଟି ମଜଭୁତ ହୋଇଥାଏ । ଡଃ ଦିବ୍ୟ ଶର୍ମା କହିଛନ୍ତି ଯେ, ଏହିସବୁ ଫାଇଦା ଛଡା ଖଜୁରୀ ଖାଇଲେ ମହିଳା ଓ ପୁରୁଷଙ୍କୁ ଭିନ୍ନ ଭିନ୍ନ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ ।

ମହିଳା ଖଜୁରୀ ଖାଇବାର ଫାଇଦା:

  • ଏଥିରେ ପ୍ରଚୁର ମାତ୍ରାରେ ଆଇରନ ଥାଏ, ଯାହା ରକ୍ତହୀନତା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
  • ଗର୍ଭବସ୍ଥାରେ ଖଜୁରୀ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ ।
  • ଏହା ଶରୀରରେ ହରମୋନ ସନ୍ତୁଳନ ବଜାୟ ରଖିବାରେ କାମ କରେ । ଫଳରେ ଋତୁସ୍ରାବ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଖଜୁରୀ ତ୍ବଚା ପାଇଁ ମଧ୍ୟ ବେଶ୍ ଉପଯୋଗୀ । ଏହା ତ୍ବଚାର ଚମକ ବଢାଏ ଓ ସୁସ୍ଥ ରଖିଥାଏ ।

ପୁରୁଷଙ୍କ ପାଇଁ ଫାଇଦା:

  • ଖଜୁରୀ ପୁରୁଷଙ୍କ ଷ୍ଟାମିନା ବଢାଇବା ସହ ଯୌନ ସ୍ବାସ୍ଥ୍ୟରେ ସୁଧାର ଆଣେ । ଏହା ଶୁକ୍ରାଣୁ ବା ସ୍ପର୍ମ କାଉଣ୍ଟ ବୃଦ୍ଧି କରିଥାଏ । ଯାହାଦ୍ବାରା ପୁରୁଷଙ୍କ ପ୍ରଜନନ କ୍ଷମତା ଉନ୍ନତ ହୁଏ ।
  • ଖଜୁରୀ ଖାଇଲେ ମାନସିକ ଚାପ ହ୍ରାସ ପାଏ ଓ ଏନର୍ଜି ସ୍ତର ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ:ଔଷଧଠୁ କମ୍ ନୁହେଁ ଭୃସଙ୍ଗ ପତ୍ର, ଦୂର କରିଥାଏ ଏସବୁ ରୋଗ

ଏହା ମଧ୍ୟ ପଢନ୍ତୁ:କାହିଁକି ଶରୀର ପାଇଁ 'ଗୁଡ୍' ଗୁଡ଼ ? ଡାଇବେଟିସ୍ ରୋଗୀ ଖାଇପାରିବେ କି, ଜାଣନ୍ତୁ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details