ହାଇଦ୍ରାବାଦ: ଆଇଟି ପ୍ରଫେସନାଲଙ୍କ ପାଇଁ ସତର୍କ ଘଣ୍ଟି । ଘଣ୍ଟା ଘଣ୍ଟା ଧରି ସିଷ୍ଟମ ସାମନାରେ ବସି ରହୁଥିଲେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଲିଭର୍ ଜନିତ ସମସ୍ୟାର ସାମନା କରିବେ ଆଇଟି ଚାକିରିଆ । ଓଭର ଡ୍ୟୁଟି, ଅତ୍ୟଧିକ ଷ୍ଟ୍ରେସ, ମୋଟପଣ ଓ ଲିଭର ଜନିତ ରୋଗର କାରଣ ହୋଇଥାଏ । ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟି ଏକ ରିସର୍ଚ୍ଚରୁ ଏଭଳି ସାଙ୍ଘାତିକ ତଥ୍ୟର ଖୁଲାସା କରିଛି ।
ସ୍ବାସ୍ଯ୍ୟ ବିଜ୍ଞାନର ପ୍ରଫେସର କଲ୍ୟାଣ କୁମାର ମହାଦେବ, ରିସର୍ଚ୍ଚର ପ୍ରଫେସର ଅନୀତା,ଭାର୍ଗଭ ଓ ନନ୍ଦିତା ପ୍ରମୋଦ ଦୀର୍ଘ ବର୍ଷ ଧରି ଆଇଟି ଚାକିରିଆଙ୍କ ଚାକିରି ପରିବେଶ ଉପରେ ରିସର୍ଚ୍ଚ କରିଥିଲେ । ସେମାନଙ୍କ ଚାକିରି କିପରି ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହାକୁ ନେଇ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚ ଟିମ୍ ବ୍ୟକ୍ତିଗତ ଭାବେ ଆଇଟି ଚାକିରିଆଙ୍କୁ ଭେଟି ହସ୍ପିଟାଲରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏମାନଙ୍କ ମଧ୍ୟରୁ 84 ପ୍ରତିଶତ ଆଇଟି ଚାକିରିଆଙ୍କ କ୍ଷେତ୍ରରେ ଫ୍ୟାଟି ଲିଭର ଡିଜିଜ (ଏମଏଏଫଏଲଡି) ରହିଛି ।
ହାଇକ୍ୟାଲୋରୀ ଯୁକ୍ତ ଡାଏଟ, ଚିନିଯୁକ୍ତ ସଫ୍ଟ ଡ୍ରିଙ୍କm ସହ ଲଗାତାର କମ୍ପ୍ୟୁଟର ସାମନାରେ ବସିବା ଯୋଗୁଁ ମୋଟାପଣ ଓ ଲିଭର ସମସ୍ୟା ଆଇଟି ପ୍ରଫେସନାଲଙ୍କ ପାଇଁ ସାଧାରଣ କଥା ହୋଇପଡିଛି । ଆହୁରି ଅଧିକ ରିସର୍ଚ୍ଚ ପାଇଁ ବିଶ୍ବବିଦ୍ୟାଳୟକୁ ମିଳିଥିବା ତଥ୍ୟକୁ ସାଇଣ୍ଟିଫିକ୍ ରିସର୍ଚ୍ଚ ଜର୍ଣ୍ଣାଲକୁ ହସ୍ତାନ୍ତର କରାଯାଇଛି ।
- 3,450 ଜଣ IT କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆ ଅଭିଯାନ ଏବଂ ଡାକ୍ତରୀ ପରୀକ୍ଷା
HCU ଗବେଷକମାନେ IT କର୍ମଚାରୀଙ୍କ ମଧ୍ୟରେ ମେଦବହୁଳ, ପାଚନ ସମସ୍ୟା ଏବଂ ଯକୃତ ରୋଗ ଥିବା ନେଇ ଆଶଙ୍କା କରଥିଲେ । ସେମାନଙ୍କର ପରିକଳ୍ପନାକୁ ସତ୍ୟ ପ୍ରମାଣିତ କରିବା ପାଇଁ AIG ହସ୍ପିଟାଲର ହେପାଟୋଲୋଜିଷ୍ଟ ଡକ୍ଟର ପିଏନ ରାଓଙ୍କ ସହ ସହଯୋଗ କରିଥିଲେ।
ସୋସିଆଲ ମିଡିଆ ଏବଂ ସପିଂ ମଲରେ ଏକ ଅଭିଯାନ ଆରମ୍ଭ କରିବା ପରେ IT କର୍ମଚାରୀ ମାନେ ଡାକ୍ତରୀ ସ୍କ୍ରିନିଂରେ ଅଂଶଗ୍ରହଣ କରିବାକୁ ଉତ୍ସାହ ପ୍ରକାଶ କରିଥିଲେ । ଏହି ପ୍ରକ୍ରିୟାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମୂଲ୍ୟାଙ୍କନ କରିବା ପାଇଁ ଏକ ପ୍ରାରମ୍ଭିକ ପ୍ରଶ୍ନାବଳୀ ଅନ୍ତର୍ଭୁକ୍ତ ଥିଲା । ତା’ପରେ ଜୁନ୍ 2023 ଏବଂ ଜୁନ୍ 2024 ମଧ୍ୟରେ ବ୍ୟାପକ ଡାକ୍ତରୀ ପରୀକ୍ଷା କରାଯାଇଥିଲା।