ଜୀବନ ପ୍ରତି ବିପଦ ଆଣିପାରେ ମିନେରାଲ ପାଣି । ବଜାରରେ ମିଳୁଥିବା ସିଲ୍ଡ ପାଣି ବୋତଲ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ସାଜିପାରେ । ଆଜ୍ଞା ହଁ ! ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ବଜାରରେ ମିଳୁଥିବା ସିଲ୍ ପାଣି ବୋତଲ ବା ମିନେରାଲ ୱାଟରକୁ 'ହାଇ ରିସ୍କ ଫୁଡ୍' କାଟାଗୋରୀରୁଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ବର୍ତ୍ତମାନ ଏହି ପ୍ରଡକ୍ଟର ଗୁଣବତ୍ତା ଉପରେ ନଜର ରଖାଯିବ ଏବଂ ଥାର୍ଡ ପାର୍ଟି ଅଡିଟ୍ ହେବ । ଏହି ଖବର ପରେ ଏବେ ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ଉଠିଛି ପ୍ରଶ୍ନ । ପ୍ଲାଷ୍ଟିକ ବୋତଲରେ ପାଣି ରହୁଥିବାରୁ ଏହାଦ୍ବାରା ମାଇକ୍ରୋ ପ୍ଲାଷ୍ଟିକ ମଧ୍ୟ ଆମ ଶରୀରକୁ ଯିବାର ଆଶଙ୍କା ରହିଛି ।
ଆସନ୍ତୁ ଜାଣିବା ବୋତଲରେ ସିଲ୍ ପାଣି କିପରି ଆମ ଶରୀର ପକ୍ଷେ ହାନିକାରକ:
ଶରୀରକୁ ଯାଇପାରେ କେମିକାଲ:
ପ୍ଲାଷ୍ଟିକ ପାଣି ବୋତଲରୁ ପାଣିରେ ଏକ କେମିକାଲ ରିଲିଜ୍ ହୋଇଥାଏ । ପାଣି ବୋତଲ, ଫୁଡ୍ କଣ୍ଟେନର ଭଳି ପ୍ଲାଷ୍ଟିକରେ BPA ନାମକ ଏକ କେମିକାଲ ମିଳିଥାଏ । ଏହି କେମିକାଲ ବୋତଲରୁ ଆସି ପାଣିରେ ମିଶିପାରେ । ଯାହାକି ଆମ ସ୍ବାସ୍ଥ ପ୍ରତି ଖୁବ୍ ହାନିକାରକ । ଏହା କାରଣରୁ ହରମୋନାଲ ଅସନ୍ତୁଳନ, କ୍ୟାନ୍ସର ଓ ଅନ୍ୟାନ୍ୟ ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ । ଏଥିପାଇଁ ଯଥାସମ୍ଭବ ଆମେ ପ୍ଲାଷ୍ଟିକ ବୋତଲର ପାଣି ପିଇବାରୁ ଦୂରେଇ ରହିବା ଉଚିତ୍ ।
ଖଣିଜ ସାର ଅଭାବ:
ନାଚୁରାଲ ପାଣିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ଅନେକ ମିନେରାଲ ବା ଖଣିଜ ସାର ଭରି ରହିଥାଏ, ଯାହା ଆମ ଶରୀର ପାଇଁ ଜରୁରୀ । ଏହି ପାଣିକୁ ପ୍ରୋସେସିଂ କରି ବୋତଲରେ ପ୍ୟାକେଜିଂ ଦ୍ବାରା ଖଣିଜ ସାରଗୁଡିକ ନଷ୍ଟ ହୋଇଥାଏ । ଫଳରେ ପାଣିରୁ ଶରୀରକୁ ଆବଶ୍ୟକ ମିନେରାଲ ମିଳିପାରେନି ।
ମାଇକ୍ରୋପ୍ଲାଷ୍ଟିକ ଭୟ: