ହାଇଦ୍ରାବାଦ:ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଗୁରୁତ୍ବପୂର୍ଣ୍ଣ ଅଙ୍ଗ 'ଆଖି' । ଏହି ରଙ୍ଗୀନ ଦୁନିଆକୁ ଉପଭୋଗ କରିବାର ମାଧ୍ୟମ ହୋଇ ଜୀବନକୁ ଆହୁରି ସରସ ସୁନ୍ଦର କରେ । ଆଖି ଆମର ସ୍ବାସ୍ଥ୍ୟବସ୍ଥା ମଧ୍ୟ କହେ । କୌଣସି ବି ରୋଗର କାରଣ ଜାଣିବାକୁ ଡାକ୍ତର ପ୍ରଥମେ ଆଖି ଯାଞ୍ଚ କରନ୍ତି । ହେଲେ ଆମେ ଆଖିର ଯତ୍ନ ପ୍ରତି ସେତେଟା ଧ୍ୟାନ ଦେଇନଥାଉ । ଯେଉଁ କାରଣରୁ ଅଧିଂକାଶ ଲୋକେ ଅତି କମ୍ ବୟସରୁ ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆଜିକାଲି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ବି ବହୁଳ ଆଖି ସମସ୍ୟା ଦେଖିବାକୁ ମିଳୁଛି । ଅଳ୍ପ ବୟସରୁ ଚଷମା ପିନ୍ଧିବାକୁ ପଡୁଛି । ତେବେ ଆପଣ ବି କ'ଣ ଆଖିରେ ଯନ୍ତ୍ରଣା, ଶୁଷ୍କତା ଅନୁଭବ କରୁଛନ୍ତି ? ଆଖି ଶୁଷ୍କ ଲାଗିଲେ ଏହାକୁ ଆଦୌ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଅନେକ କାରଣରୁ ଏପରି ହୋଇପାରେ ।
ଯେମିତିକି ଆଜିକାଲି ପିଲା, ଯୁବପିଢି ଅଧିକ ସମୟ ସ୍ମାର୍ଟଫୋନ, କମ୍ୟୁଟର, ଲ୍ୟାପଟପରେ ବିତାଉଛନ୍ତି । ଶୋଇବା ପୂର୍ବରୁ, ଉଠିବା ପରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରୁଛନ୍ତି । ଏମିତି ଅଧିକ ସମୟ ସ୍କ୍ରିନରେ ରହିବା, ଆଖି ଉପରେ ଚାପ ପକାଇଥାଏ । ଏହାବ୍ୟତୀତ ବୟସ ବଢିବା ସହ ଦୃଷ୍ଟିଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଆଜି ଆମେ ଆପଣଙ୍କୁ କିପରି ନିଜ ଆଖିର ଯତ୍ନ ନେବେ ଏବଂ ବୟସ ବଢିବା ପରେ ବି ସ୍ପଷ୍ଟ ଭାବେ ଦେଖିପାରିବେ ସେହି ବିଷୟରେ ଜଣାଇବୁ ।
- ଆଖି ଖରାପ ହେବାର କାରଣ ?
ସ୍କ୍ରିନ ଟାଇମ୍:ବର୍ତ୍ତମାନ ସ୍ମାର୍ଟଫୋନ, ଲ୍ୟାପଟପ୍ ଆଦି ଗାଜେଟ୍ସ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ମୋବାଇଲ ପାଇଁ ପିଲାଠୁ ବୁଢା ସମସ୍ତେ ବାୟା । ହେଲା ଆପଣ ଜାଣନ୍ତି କି, ଅଧିକ ସମୟ ମୋବାଇଲ ଓ ଲ୍ୟାପଟପ୍ ସ୍କ୍ରିନକୁ ଚାହିଁ ରହିବା ଦ୍ବାରା ଆଖି ପଲକ ପଡିବାର ମାତ୍ରା ହ୍ରାସ ପାଏ ଓ ଏହାଦ୍ବାରା ଆଖି ଶୁଷ୍କ ହୋଇଯାଏ ।
ବୟସ ବୃଦ୍ଧି:ବୟସ ବଢିବା ସହ ଦୃଷ୍ଟିଶକ୍ତି ଦୁର୍ବଳ ହୁଏ । ଫଳରେ ନିକଟରେ ଥିବା ବସ୍ତୁକୁ ବି ସ୍ପଷ୍ଟ ଭାବେ ଦେଖିବାରେ ଆମେ ଅସମର୍ଥ ହେଉ । ଏହାଦ୍ବାରା ଆଖି ଉପରେ ଚାପ ପଡିଥାଏ ।
ଶୁଷ୍କ ବାତାବରଣ: ଆଖି ଉପରେ ଶୁଷ୍କ ବାତାବରଣ ପ୍ରତିକୂଳ ପ୍ରଭାବ ପକାଏ । ଫ୍ୟାନ, ଏସି, ଧୂଆଁ, ଜୋରରେ ପବନ ଆଖିରେ ଶୁଷ୍କତା ବଢାଏ । ଉଭୟ ପ୍ରଦୂଷଣ ଓ ଥଣ୍ଡା ପାଗ ଯୋଗୁଁ ଆମ ଆଖି ଶୁଷ୍କ ହୋଇଥାଏ ।
ଔଷଧ ଓ ଅସୁସ୍ଥତା: ବିଭିନ୍ନ ଔଷଧ ସେବନ ଦ୍ବାରା ମଧ୍ୟ ଆଖି ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । କିଛି ଔଷଧ ଓ ସ୍ବାସ୍ଥ୍ୟ ସମସ୍ୟା ଆମ ଆଖିକୁ ଶୁଷ୍କ କରିଥାଏ ।
- କେମିତି ନେବେ ଆଖିର ଯତ୍ନ ?
20-20 ନିୟମ ଫଲୋ କରନ୍ତୁ:ପ୍ରତି 20 ମିନିଟରେ 20 ସେକେଣ୍ଡ ବ୍ରେକ ନିଅନ୍ତୁ । ଆଖିକୁ ଆରାମ ଦେବାକୁ 20 ଫୁଟ ଦୂରରୁ ଯେକୌଣସି ଜିନିଷକୁ ଦେଖନ୍ତୁ ।
ବାରମ୍ବାର ଆଖି ପଲକ ପକାନ୍ତୁ: ମୋବାଇଲ କିମ୍ବା ଟିଭି ଦେଖିବା ସମୟରେ ଆଖିକୁ ଆର୍ଦ୍ର ରଖିବା ପାଇଁ ନିୟମିତ ଆଖି ପଲକ ପକାନ୍ତୁ ।