ହାଇଦ୍ରାବାଦ:ପ୍ରାୟତଃ ଲୋକମାନେ ମିଠା ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକ ରାତ୍ରୀ ଭୋଜନ କରିବା ପରେ ହିଁ ମିଠା ଖାଇଥାଆନ୍ତି । ଅନେକ ଭାବନ୍ତି ମିଠା ବିନା ଭୋଜନ ଅସମ୍ପୁର୍ଣ୍ଣ । ତେଣୁ ଖାଇବା ପରେ ମିଠା ଦିଆଯାଇଥାଏ । ତେବେ କିଛି ଜଣଙ୍କର ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଖାଦ୍ୟ ସେବନ ପରେ ମିଠା ଖାଇବା ସ୍ବାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ? ଏହା ଅନେକ ରୋଗର କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଖାଦ୍ୟ ସେବନ ପରେ ମିଠା ଖାଇଲେ କଣ ହୁଏ:ମିଠାର ନାମ ଶୁଣିବା ମାତ୍ରେ ପାଟିରୁ ଲାଳ ବାହାରି ଆସିଥାଏ । ତେଣୁ ଖାଦ୍ୟ ଖାଇବା ପରେ ମିଠା ଖାଇବାର ଅଭ୍ୟାସ ହୋଇଥାଏ । ତେବେ ଖାଦ୍ୟ ଖାଇବା ପରେ ରକ୍ତରା ଶର୍କରାର ପରିମାଣ ବୃଦ୍ଧି ପାଇଥାଏ । ଏହି ସମୟରେ ମିଠା ଖାଇବା ଦ୍ବାରା ରକ୍ତରା ଦ୍ବଗୁଣିତ ହୋଇଥାଏ । ଫଳରେ ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ। ଏହସହିତ ଭୋଜନ ପରେ ମିଠା ଖାଇବା ଦ୍ବାରା ଇନସୁଲିନ ସଠିକ ଭାବେ କାର୍ଯ୍ୟ କରେ ନାହିଁ । ଏହାସହିତ ରୋଗର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ବିଶେଶ କରି ପେଟ ଫୁଲା, ଗ୍ୟାସ ଏବଂ ଏସିଡିଟି ହେବାର ଆଶଙ୍କା ଅଧିକ ରହିଥାଏ । ଅଧିକ ମିଠା ଖାଇବା ଦ୍ବାରା ଗଳା ସମସ୍ୟା ମଧ୍ୟ ଦେଖାଯାଇଥାଏ । ପୋଷଣର ଅଭାବ ସହିତ ଦାନ୍ତ ସମସ୍ୟା ମଧ୍ୟ ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ ।