ଓଡିଶା

odisha

ETV Bharat / health

ଚିକେନ ଓ ଅଣ୍ଡା ଖାଇଲେ କମ୍ ବୟସରୁ ହୁଏ କି ଋତୁସ୍ରାବ ? ଜାଣନ୍ତୁ କ'ଣ କହିଲେ ଏକ୍ସପର୍ଟ

ଅଧିକ ଚିକେନ, ଅଣ୍ଡା ଓ ପ୍ୟାକେଟ କ୍ଷୀର ଖାଇବାରୁ ଝିଅମାନଙ୍କୁ କମ୍ ବୟସରୁ ଋତୁସ୍ରାବ ହେଉଛି କି ? ଏନେଇ ଜାଣନ୍ତୁ କ'ଣ କହିଲେ ବିଶେଷଜ୍ଞ ।

By ETV Bharat Health Team

Published : 5 hours ago

Girls early puberty
Girls early puberty (ETV Bharat)

Girls early puberty:ସମୟ ବଦଳିବା ସହ ଆଜିକାଲି ମାସିକ ଧର୍ମ ବା ଋତୁସ୍ରାବର (Period) ବୟସ ବଦଳିବାରେ ଲାଗିଛି । ଗୋଟିଏ ସମୟ ଥିଲା ଯେତେବେଳେ ସାଧାରଣତଃ 12ରୁ 14 ବର୍ଷରେ ଝିଅମାନଙ୍କୁ ଋତୁସ୍ରାବ ହେଉଥିଲା । ହେଲେ ଆଜିକାଲି ମାତ୍ର 9ରୁ 10 ବର୍ଷ ବୟସରୁ ଋତୁସ୍ରାବ ଆସୁଛି । କେତେକ ଲୋକଙ୍କ ବିଶ୍ବାସ ଯେ, ଅଧିକ ଚିକେନ, ଅଣ୍ଡା ଓ ପ୍ୟାକେଟ କ୍ଷୀର ଖାଇବା ଯୋଗୁଁ ଏପରି ହେଉଛି । କିନ୍ତୁ ଏ କଥା କେତେଦୂର ଠିକ୍ ? ଏନେଇ କ'ଣ କୁହନ୍ତି ନ୍ୟୁଟ୍ରିସନିଷ୍ଟ ? କମ୍ ବୟସରେ ଏହି ଋତୁସ୍ରାବ ସମସ୍ୟା ସହ ଅନ୍ୟ ସମସ୍ୟାରୁ ବର୍ତ୍ତିବାକୁ କେଉଁଭଳି ଖାଦ୍ୟ ଖାଇବା ଉଚିତ୍ ? ଚାଲନ୍ତୁ ଏହି ଖବରରେ ଜାଣିବା

କମ୍ ବୟସରୁ ଝିଅମାନଙ୍କ ଋତୁସ୍ରାବ ହେବା ପଛରେ ଅନେକ କାରଣ ଥାଇପାରେ । ଜଣାଶୁଣା ନ୍ୟୁଟ୍ରିସନ ଏକ୍ସପର୍ଟ ଡଃ ଜାନକୀ ଶ୍ରୀନାଥଙ୍କ କହିବା କଥା, ଏହା ପଛରେ ଝିଅମାନେ ଖାଉଥିବା ଭୋଜନ ଏକ କାରଣ ହୋଇପାରେ । ଆଜିକାଲି ବଜାରରେ ମିଳୁଥିବା ଚିକେନ, ମଟନରେ କୀଟନାଶକ ଉପସ୍ଥିତି କାରଣରୁ ହରମୋନରେ ଅନ୍ତର ହୋଇଥାଏ । ଯଦି କ୍ଷୀର କଥା କହିବା, ତାହେଲେ କ୍ଷୀର ଉତ୍ପାଦନ ବଢାଇବାକୁ ଗାଈ ଓ ମଇଁଷିକୁ ହରମୋନାଲ ଇଞ୍ଜେକ୍ସନ ଦିଆଯାଉଛି । ଯାହାକି କ୍ଷୀର ଓ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟପଦାର୍ଥ ଜରିଆରେ ଆମ ଶରୀରରେ ପ୍ରବେଶ କରେ ।

ଏହା ଯେତେବେଳେ ଶରୀରରେ ହରମୋନ ସହ ମିଶେ, ହରମୋନ ସନ୍ତୁଳନ ବିଗିଡିଯାଏ ଓ ଶୀଘ୍ର ପିରିୟଡସ୍ ଆସିଥାଏ । ହେଲେ ଏହା ସମସ୍ତଙ୍କ ସହ ଘଟିବ ବୋଲି ନିଶ୍ଚିତ ରୂପେ କୁହାଯାଇପାରିବ ନାହିଁ । କିନ୍ତୁ ଯଦି ଗୋଟିଏ ପ୍ରକାର ଭୋଜନ ଅଧିକ ମାତ୍ରାରେ ଗ୍ରହଣ କରାଯାଏ ତାହେଲେ ଏହି ସମସ୍ୟା ହେବାର ସମ୍ଭାବନା ଅଧିକ । ଯେତେବେଳେ ଝିଅମାନେ ଛୋଟ ଥାଆନ୍ତି, ଏପରି ହେବାରୁ ରୋକିବା ଓ ସୁସ୍ଥ ରହିବା ପାଇଁ ସେମାନଙ୍କୁ କିଛି ଖାସ୍ ଖାଦ୍ୟପାନୀୟ ସେବନ କରିବାର ଆବଶ୍ୟକତା ରହିଥାଏ ।

  • Nutritionist Dr. Janaki Srinath କହିଛନ୍ତି ଯେ, ବିଶେଷକରି ଝିଅମାନେ ନିୟମିତ ଭାବେ ଖାଦ୍ୟ ଖାଇବା ଉଚିତ୍ । କିଛି ଅଧ୍ୟୟନରେ କୁହାଯାଏ ଯେ, ଯେଉଁ ଝିଅ କ୍ଷୀର, ସବୁଜ ପନିପରିବା, ମାଂସ ଓ ଫାଇବର ଠିକ୍ ମାତ୍ରାରେ ସେବନ କରନ୍ତି, ସେମାନଙ୍କୁ ବସୟ ପୂର୍ବରୁ ଋତୁସ୍ରାବ ସମସ୍ୟା ହୋଇନଥାଏ ।
  • ସେହିପରି କିଶୋରବସ୍ଥାରେ ଝିଅମାନେ ମୋଟାପାର ଶିକାର ନହେବା ଉଚିତ୍ । ଏଥିପାଇଁ ନନଭେଜ୍ ଖାଇବା ପ୍ରତି ଅଧିକ ସାବଧାନ ରହିବାକୁ ହେବ । ଯଦି ଚିକେନ ଖାଇବା ପସନ୍ଦ ତାହେଲେ ଯୁବାବସ୍ଥାରେ ଝିଅମାନେ ପ୍ରତିଦିନ 75 ଗ୍ରାମରୁ ଅଧିକ ଚିକେନ ନ ଖାଇବା ଭଲ । ଯଦି ଚିକେନ ସହ ସିଝା ଅଣ୍ଡା ଅଛି ତାହେଲେ 50 ଗ୍ରାମ ଖାଇବା ଠିକ୍ । ଧ୍ୟାନ ଦେବେ ଯେ, ଚିକେନ ଯେମିତି ଡିପ୍ ଫ୍ରାଏ କିମ୍ବା ଗ୍ଲିଲ୍ଡ ହୋଇନଥିବ ।
  • ଯୁବବସ୍ଥାରେ ଝିଅମାନେ 300 ମିଲି ଲିଟର ଥଣ୍ଡା କ୍ଷୀର ତଥା କ୍ଷୀରରୁ ପ୍ରସ୍ତୁତ ଉତ୍ପାଦ ଖାଇପାରିବେ । ଯଦି କ୍ଷୀର ପିଇବା ପସନ୍ଦ ନୁହେଁ ତାହେଲେ ମାଣ୍ଡିଆ ତିଆରି ଖାଦ୍ୟ ଖାଇବା ଉଚିତ୍ । କାରଣ ମାଣ୍ଡିଆ କ୍ୟାଲସିୟମ ଓ ଆଇରନରେ ଭରପୂର ହୋଇଥାଏ ।
  • ଯଦି ନନଭେଜ ନ ଖାଉଛନ୍ତି ତାହେଲେ ବିଭିନ୍ନ ଡାଲି ମୁଗ, ବିରି, ହରଡ, ମଟର ଜାତୀୟ ଖାଦ୍ୟ ଖାଆନ୍ତୁ । ଏଥିସହ ସବୁଜ ପନପରିବା ମଧ୍ୟ ଖାଇବାକୁ ଭୁଲନ୍ତୁ ନାହିଁ ।
  • ଡଃ ଜାନକୀ ଶ୍ରୀନାଥ ପରାମର୍ଶ ଦିଅନ୍ତି ଯେ, ଏହି ଆହାର ନିୟମ ପାଳନ କରିବା ବ୍ୟତୀତ କିଶୋରୀ ଓ ଯୁବତୀମାନେ ପ୍ରତିଦିନ କିଛି ସମୟ ଶାରିରୀକ ଗତିବିଧି ବା ଏକ୍ସରସାଇଜ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:ସାବଧାନ ! ଚା' ସହ ଭୁଲରେ ଖାଆନ୍ତୁନି ଏହିସବୁ ଖାଦ୍ୟ

ଏହା ମଧ୍ୟ ପଢନ୍ତୁ:ଲୁଚାଇ ପାରିବେନି ବୟସ, ଏହି ଟେଷ୍ଟ ଖୋଲିଦେବ ସତ

ଏହା ମଧ୍ୟ ପଢନ୍ତୁ:BP, ମଧୁମେହ ଓ ହାର୍ଟଆଟାକ୍ ରହିବ କୋଷେ ଦୂରରେ, ଯଦି ପ୍ରତିଦିନ କରିବେ ଏହି କାମ

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details