ହାଇଦ୍ରାବାଦ: ଏକ ରିସର୍ଚ୍ଚ ଅନୁସାରେ, ଧୂମ୍ରପାନ କରୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଫୁସଫୁସ ଜନିତ ସମସ୍ୟା ବୃଦ୍ଧି ପାଉଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ପାଖାପାଖି କ୍ୟାନସରରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୧୫-୨୦ ପ୍ରତିଶତ ଲୋକ ଧୂମ୍ରପାନ କରନ୍ତି ନାହିଁ । ସାଧାରଣତଃ ଫୁସଫୁସ କର୍କଟ ଧୂମ୍ରପାନ ଜନିତ ରୋଗ ବୋଲି ବିବେଚନା କରାଯାଏ । ହେଲେ ଏକ ଅଧ୍ୟୟନ ଅନୁଯାୟୀ, ଧୂମ୍ରପାନ କରୁନଥିବା ଲୋକଙ୍କ ମଧ୍ୟରେ ଏହି ରୋଗ ସାଂଘାତିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହାର କାରଣ ହେଉଛି ରାଡନ ଗ୍ୟାସ । ଏହି ଗ୍ୟାସ୍ ରଙ୍ଗହୀନ ଏବଂ ଗନ୍ଧହୀନ ହୋଇଥିବାବେଳେ ଏହା ଭୂତଳରୁ ମିଳୁଥିବା ପ୍ରାକୃତିକ ବା ରେଡିଓ ଆକ୍ଟିଭ୍ ପଦାର୍ଥକୁ ଭାଙ୍ଗିବା ଦ୍ବାରା ନିର୍ଗତ ହୁଏ । ଏହି ଗ୍ୟାସ ସହଜରେ ଲୋକଙ୍କ ଫୁସଫୁସରେ ଜମା ହୋଇପାରେ । ଏହାର କୌଣସି ଲକ୍ଷଣ ନଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ନହେବା ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନଥାଏ ।
ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫୁସଫୁସ କର୍କଟ ଜନିତ ରୋଗରେ ପୀଡ଼ିତଙ୍କ ମଧ୍ୟରୁ ପ୍ରାୟ ୧୫-୨୦ ପ୍ରତିଶତ ଲୋକ ଧୂମ୍ରପାନ କରନ୍ତି ନାହିଁ । ଏହାକୁ ନେଇ କେତେକ ବିଶେଷଜ୍ଞ ମତ ରଖିଛନ୍ତି ଯେ, ଯେକୌଣସି ବ୍ୟକ୍ତିଙ୍କୁ ଫୁସଫୁସ କର୍କଟ ହୋଇପାରେ । ଅପରପକ୍ଷେ, ଆଉ କେତେକଙ୍କ କହିବା କଥା ରାଡନ ଗ୍ୟାସ ସମ୍ପର୍କରେ ଆସିବାରୁ ଫୁସଫୁସ ଜନିତ ସମସ୍ୟା ବା ଫୁସଫୁସ କର୍କଟରେ ପୀଡ଼ିତ ହୋଇଥାନ୍ତି ସମ୍ପୃକ୍ତ ବ୍ୟକ୍ତି ।