ଓଡିଶା

odisha

By ETV Bharat Health Team

Published : 5 hours ago

ETV Bharat / health

ଅଧିକ ବିସ୍କୁଟ ଖାଇଲେ ପିଲାଙ୍କୁ ହୋଇପାରେ ଡାଇବେଟିସ୍, NIH ଟିମ୍ କଲେ ଖୁଲାସା - Biscuits Side Effects

Biscuits Side Effects: କ'ଣ ଆପଣ ବି ନିଜ ପିଲାଙ୍କୁ ବିସ୍କୁଟ ଖାଇବାକୁ ଦେଉଛନ୍ତି, ତାହେଲେ ହୋଇଯାଆନ୍ତୁ ସାବଧାନ ! ବିଶେଷଜ୍ଞଙ୍କ କହିବା କଥା, ଅଧିକ ବିସ୍କୁଟ ଖାଇଲେ ପିଲାଙ୍କୁ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ବଢିଯାଏ । ପଢନ୍ତୁ ପୁରା ଖବର

ଅଧିକ ବିସ୍କୁଟ ଖାଇଲେ ପିଲାଙ୍କୁ ହୋଇପାରେ ଡାଇବେଟିସ୍; NIH ଟିମ୍ କଲେ ଖୁଲାସା
ଅଧିକ ବିସ୍କୁଟ ଖାଇଲେ ପିଲାଙ୍କୁ ହୋଇପାରେ ଡାଇବେଟିସ୍; NIH ଟିମ୍ କଲେ ଖୁଲାସା (CANVA)

Biscuits Side Effects: ସାଧାରଣତଃ ଛୋଟ ପିଲାଙ୍କୁ ଭୋକ ଲାଗିଲେ ମାଆମାନେ ବିସ୍କୁଟ ଖାଇବାକୁ ଦେଇଦିଅନ୍ତି । ଅନେକ ମାଆ ପିଲାଙ୍କୁ ସ୍ତନ୍ୟପାନ ପରେ ବିସ୍କୁଟ ଖୁଆଇଥାନ୍ତି । ସେହିପରି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ନିଜ ପାଖରେ ବିସ୍କୁଟ ରଖିଥାନ୍ତି ଓ ଟିକିଏ ଭୋକ ଲାଗିଲେ ପିଲାଙ୍କୁ ଖାଇବାକୁ ଦିଅନ୍ତି । ହେଲେ ବିଶେଷଜ୍ଞଙ୍କ କହିବା କଥା, ପିଲାଙ୍କୁ ବିସ୍କୁଟ ଖାଇବାକୁ ଦେଲେ ସ୍ବାସ୍ଥ୍ୟ ଖରାପ ହୋଇପାରେ । ଡାକ୍ତରଙ୍କ ଦ୍ବାରା ଚେତାବନୀ ଦିଆଯାଇଛି ଯେ, ଅଧିକ ବିସ୍କୁଟ ଖାଇଦ୍ବା ଦ୍ବାରା ପିଲାଙ୍କ ଓଜନ ବଢିଥାଏ ଓ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ ।

ମୋଟାପଣ, ସୁଗାର:ବିସ୍କୁଟ ସାଧାରଣତଃ ଅଟା, ହାନିକାରକ ଫ୍ୟାଟ, ହାଇ ସୋଡିୟମ, ଚିନି ଓ ଆର୍ଟିଫିସିଆଲ ମିଠା ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଏ । ବିଶେଷଜ୍ଞଙ୍କ କହିବା କଥା, ଏସବୁ ପଦାର୍ଥ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଏହାକୁ ଖାଇବା ଦ୍ବାରା ପିଲାଙ୍କ ଶରୀରରେ କ୍ୟାଲୋରୀ ବଢିଥାଏ, ଯେଉଁ କାରଣରୁ ଓଜନ ବୃଦ୍ଧି ପାଇଥାଏ । ଏଥିସହ ବିସ୍କୁଟ ଅଧିକ ଖାଇବା ଫଳରେ ଟାଇପ-2 ଡାଇବେଟିସ୍ ହେବାର ଆଶଙ୍କା ମଧ୍ୟ ରହିଥାଏ ।

2018ରେ ଜର୍ନାଲ ଅଫ୍ ପେଡିଆଟ୍ରିକ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ଆଣ୍ଡ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ବିସ୍କୁଟରେ ଅସ୍ବାସ୍ଥ୍ୟକର ଫ୍ୟାଟ୍ ରହିଥାଏ, ଯାହା ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ଏହାସହିତ ମୋଟାପଣ ଓ ଟାଇପ୍-2 ଡାଇବେଟିସ୍‌ର କାରଣ ମଧ୍ୟ ସାଜିପାରେ । ଏହି ଅନୁସନ୍ଧାନରେ ୟୁକେର ଲିଭରପୁଲ ବିଶ୍ବବିଦ୍ୟାଳୟର ପୋଷଣ ବିଜ୍ଞାନ ପ୍ରଫେସର ଡଃ ଏମ୍ମା ବୟଲାଣ୍ଡ ଭାଗ ନେଇଥିଲେ । ଏନଆଇଏଚ ଟିମ୍ ମଧ୍ୟ ଏହି କଥା ଖୁଲାସା କରିଛନ୍ତି ।

କୋଷ୍ଠକାଠିନ୍ୟ: ଡାକ୍ତରଙ୍କ କହିବା କଥା, ବିସ୍କୁଟ ତିଆରିରେ ବ୍ୟବହୃତ ହେଉଥିବା ମଇଦା ଓ ଅଟା ଉଭୟ ସ୍ବାସ୍ଥ୍ୟ ପାଇଁ ଉପଯୁକ୍ତ ନୁହେଁ । କାରଣ ଗହମ ଅଟା ପ୍ରୋସେସ୍‌ଡ କରିବା ଦ୍ବାରା ଏହାର ପୋଷକ ତତ୍ତ୍ବ ଶେଷ ହୋଇଯାଏ । ସେହିପରି ପ୍ରୋସେସ୍‌ଡ ମଇଦା ସ୍ବାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ମନେ କରାଯାଏ । ତେଣୁ ଏଥିରୁ ପ୍ରସ୍ତୁତ ହେଉଥିବା ବିସ୍କୁଟ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କ ପାଚନ ଶକ୍ତି କମିଯାଏ । ଏଥିସହ ପିଲାଙ୍କ ଅନ୍ତଃନଳୀ କାର୍ଯ୍ୟପ୍ରଣାଳୀ ମଧ୍ୟ ଧୀମା ହୋଇଯାଏ ଓ ଶାରିରୀକ ବିକାଶ ପ୍ରଭାବିତ ହୋଇଥାଏ । ଏହାବ୍ୟତୀତ ପିଲାମାନେ ଅଧିକ ବିସ୍କୁଟ ଖାଇଲେ କୋଷ୍ଠକାଠିନ୍ୟ ହୋଇପାରେ ବୋଲି କହିଛନ୍ତି ଡାକ୍ତର ।

ପାଚନ ଓ ଦାନ୍ତ ସମସ୍ୟା:ବିସ୍କୁଟରେ ମଇଦା, ଆର୍ଟିଫିସିଆଲ ଫ୍ଲେଭର, ସୋଡିୟମ ରହିଥିବାରୁ ଏହା ପିଲାଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । ଡାକ୍ତର କୁହନ୍ତି, ଯେଉଁ ପିଲାମାନେ ଏସବୁ ଖାଆନ୍ତି, ସେମାନଙ୍କ ପାଚନ ସମ୍ବନ୍ଧୀୟ ସମସ୍ୟା ସହିତ ପେଟ ଯନ୍ତ୍ରଣା, ବାନ୍ତି ହୋଇପାରେ । ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଅଧିକ ବିସ୍କୁଟ ଖାଇଲେ ଦାନ୍ତ ଖରାପ ହୋଇପାରେ ।

ଏହା କୁହାଯାଏ କି, ବିସ୍କୁଟରେ ଫ୍ୟାଟ, ଚିନି ଓ ଲୁଣର ଅଧିକ ମାତ୍ରା ପିଲାଙ୍କ ପାଟିକୁ ସ୍ବାଦିଷ୍ଟ ଲାଗେ ଏବଂ ଅଧିକ ବିସ୍କୁଟ ଖାଇବାକୁ ପ୍ରୋତ୍ସାହିତ କରେ । ପରିଣାମସୂରୁପ, ବିସ୍କୁଟ ଖାଇବା ପିଲାଙ୍କ ଅଭ୍ୟାସରେ ପଡିଯାଏ । ଡାକ୍ତର କୁହନ୍ତି, ବିସ୍କୁଟ ଖାଇବା ଫଳରେ ପିଲାଙ୍କ ଶରୀରରେ ଖରାପ କୋଲେଷ୍ଟ୍ର ବୃଦ୍ଧି ପାଇଥାଏ । ସେମାନେ ମାଆ କ୍ଷୀର ଛାଡି କେବଳ ବିସ୍କୁଟ ଖାଇବା ପସନ୍ଦ କରନ୍ତି ।

https://www.ncbi.nlm.nih.gov/pmc/articles/PMC8483942/

ଏହା ମଧ୍ୟ ପଢନ୍ତୁ:ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? କମ୍ ବଜେଟରେ ବୁଲନ୍ତୁ ଏସବୁ ଜାଗା - Romantic Destinations for Couples

ଏହା ମଧ୍ୟ ପଢନ୍ତୁ:ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Stale roti health benefits

Disclaimer-ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଆଧାରିତ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details