ଓଡିଶା

odisha

ETV Bharat / health

ଗରମ ପାଇଁ ସୁପର୍ ଏନର୍ଜି ଡ୍ରିଙ୍କ 'ଆଖୁ ରସ', ଦୂର ହେବ ଏହି ସ୍ୱାସ୍ଥ୍ୟ ସମସ୍ୟା - Sugarcane Juice Benefits - SUGARCANE JUICE BENEFITS

Benefits Of Sugarcane Juice: ଆଖୁ ରସ ତାଜା ଜୁସ ତାଲିକାରେ ଅନ୍ତର୍ଭୁକ୍ତ । ବିଶେଷ କରି ଗ୍ରୀଷ୍ମ ଋତୁରେ ଏହା ଏନର୍ଜି ଡ୍ରିଙ୍କ୍‌ ପରି କାମ କରେ । ଏଥିସହ ଆଖୁ ରସ ଶରୀର ପାଇଁ ବେଶ ଉପକାରୀ ଅଟେ । ଏହା ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୁଏ । ତେବେ ଆଖୁ ରସ ପିଇଲେ କେଉଁ ଫାଇଦା ମିଳିଥାଏ ଜାଣନ୍ତୁ,

ଗରମ ପାଇଁ ସୁପର୍ ଏନାର୍ଜି ଡ୍ରିଙ୍କ 'ଆଖୁ ରସ', ଦୂର ହେବ ଏହି ସ୍ୱାସ୍ଥ୍ୟ ସମସ୍ୟା
ଗରମ ପାଇଁ ସୁପର୍ ଏନାର୍ଜି ଡ୍ରିଙ୍କ 'ଆଖୁ ରସ', ଦୂର ହେବ ଏହି ସ୍ୱାସ୍ଥ୍ୟ ସମସ୍ୟା (Etv Bharat Odisha)

By ETV Bharat Odisha Team

Published : May 6, 2024, 1:08 PM IST

ହାଇଦ୍ରାବାଦ:ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳୁ ସକାଳୁ ଖରା ସହ ଗୁଳୁଗୁଳି ହେଉଥିବା ବେଳେ ଅସହ୍ୟ ହେଲାଣି ଜନଜୀବନ । ଏପରି ପରିସ୍ଥିତିରେ ବାହାରକୁ ଯିବାକୁ ଲୋକେ ଅମଙ୍ଗ ହେଉଛନ୍ତି । କିନ୍ତୁ ଯେଉଁମାନେ ଜରୁରୀ ପରିସ୍ଥିତିରେ ବାହାରକୁ ଯାଆନ୍ତି, ସେମାନେ ସୂର୍ଯ୍ୟର ଉତ୍ତାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଜୁସ ପିଅନ୍ତି । ଏହାରି ମଧ୍ୟରେ ଆଖୁ ରସ ଅନ୍ୟତମ । ଖରା ଦିନେ ଆଖୁ ରସକୁ ଏନର୍ଜି ଡ୍ରିଙ୍କ୍‌ ବୋଲି ବିବେଚନା କରାଯାଏ । ତେବେ ଆପଣ ଜାଣନ୍ତି କି ? ଏହା ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଲାଭଦୟକ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଖୁ ରସରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଭିଟାମିନ ଏବଂ ଜିଙ୍କ, ଫସଫରସ, ପୋଟାସିୟମ ଏବଂ କ୍ୟାଲସିୟମ ପରି ଖଣିଜ ପଦାର୍ଥ ଭରପୁର ରହିଛି । ଏହି ପୋଷକ ତତ୍ତ୍ୱଯୁକ୍ତ ଆଖୁ ରସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ହଜମ ପ୍ରକ୍ରିୟାରେ ଉନ୍ନତି ଠାରୁ ଆରମ୍ଭ କରି ଜଣ୍ଡିସ ଭଳି ସମସ୍ୟା ହ୍ରାସ କରିଥାଏ । ତେବେ ଆଖୁ ରସର ଉପକାରିତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ,

ଆଖୁ ରସ ପିଇବାର ସ୍ୱାସ୍ଥ୍ୟ ଉପକାର:

  • ଆଖୁ ରସରେ ପୋଟାସିୟମ, ଜିଙ୍କ, ଫସଫରସ୍, କ୍ୟାଲସିୟମ ଏବଂ ଆଇରନ ପରି ଖଣିଜ ପଦାର୍ଥ ରହିଥାଏ । ଏଥିରେ ଭିଟାମିନ୍-A, B ଏବଂ C ମଧ୍ୟ ଭରପୁର ମାତ୍ରାରେ ଥାଏ । ଯାହା ଫଳରେ ଆମ ଶରୀରକୁ ଥଣ୍ଡା କରିବା ସହ ଆମକୁ ତତକ୍ଷଣାତ୍ ଶକ୍ତି ପ୍ରଦାନ କରିଥାଏ ।
  • ଆଖୁ ରସ ପିଇଲେ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ପାଇପାରିବେ ।
  • ଆଖୁ ରସରେ ଫାଇବରରେ ଅଧିକ ଥାଏ । ଯାହା ଫଳରେ ଏହା ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ ।
  • ଆଖୁ ରସରେ ଥିବା ଖଣିଜ ପଦାର୍ଥ ଦାନ୍ତ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ ।
  • ବିଶେଷଜ୍ଞମାନେ କହିଛନ୍ତି ଯେ ଗ୍ରୀଷ୍ମ ସମୟରେ ଆଖୁ ରସ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିପାରେ ।
  • ମଧୁମେହରେ ପୀଡିତ ଲୋକଙ୍କୁ ସପ୍ତାହରେ ଥରେ ଏକ ଗ୍ଲାସ୍ ଆଖୁ ରସ ପିଇବାକୁ ପରାମର୍ଶ ଦିଆଯାଇଛି ।
  • ଆଖୁ ରସରେ ଫାଇବର ଅଧିକ ଥାଏ । ଏହାକୁ ପିଇବା ଦ୍ୱାରା ପେଟ ପୂର୍ଣ୍ଣ ଅନୁଭବ କରେ ଏବଂ ଆପଣଙ୍କୁ ଭୋକିଲା କରେ ନାହିଁ । ତେଣୁ, ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ଏହା ପିଇବା ଉଚିତ ।
  • ବିଶେଷଜ୍ଞମାନେ କହିଛନ୍ତି ଯେ ଆଖୁ ରସ ପିଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ସ୍ତର କମିଯାଏ ଏବଂ ହୃଦୟ ସୁସ୍ଥ ରହିଥାଏ ।
  • ଆଖୁ ରସ ଆମ ଶରୀରରେ ପ୍ରୋଟିନ୍ ସ୍ତର ବଢାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହା କିଡନୀ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ ।
  • ଆଖୁ ରସ ପିଇବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ହୁଏ ନାହିଁ ।
  • ଜଣ୍ଡିସ ରୋଗୀଙ୍କ ପାଇଁ ଆଖୁ ରସ ଭଲ ଅଟେ ଏହା ଯକୃତର କାର୍ଯ୍ୟକୁ ମଧ୍ୟ ଉନ୍ନତ କରିଥାଏ ଏବଂ ରୋଗ ସୃଷ୍ଟି କରୁଥିବା ପଦାର୍ଥକୁ ବାହାର କରିଦିଏ ।

ସୂଚନା ଥାଉ,ଆଖୁ ରସ ପିଇବାର ଏହି ଉପକାରିତା ସତ୍ତ୍ୱେ ଏହାକୁ ପ୍ରତିଦିନ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ଚିନି ସ୍ତର ଅଧିକ । ତେଣୁ, ସପ୍ତାହରେ ୨ରୁ ୩ ଗ୍ଲାସ୍ ପିଇବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:ପୋଷକ ତତ୍ତ୍ବରେ ଭରପୂର ଆମ୍ବ, ହେବନି ପେଟ ସମ୍ବନ୍ଧୀୟ ରୋଗ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details